ନୂଆ ଝାଡୁ କେବେ କିଣିବେ, କେଉଁ ଦିଗରେ ରଖିବେ, ପୁରୁଣା ଝାଡୁ କେବେ ଫୋପାଡିବେ, ଝାଡୁରେ କରନ୍ତୁ ଧନପ୍ରାପ୍ତିର ସରଳ ଉପାୟ

ଝାଡୁ ମନୁଷ୍ୟର ଦୈନନ୍ଦିନ ବ୍ୟବହାର୍ଯ୍ୟ କାମରେ ଲାଗିଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ମନୁଷ୍ୟ ଜୀବନରେ ବହୁତ ମହତ୍ଵ ରଖିଥାଏ । ଆଜି ଆମେ ଜାଣିବା କି ଝାଡୁକୁ ଘରେ କେଉଁଠି, କେମିତି, କେଉଁ ଦିଗରେ ରଖିବା ଓ କେଉଁ ଦିନରେ ଝାଡୁ କିଣିବା ଦରକାର । ଯାହା ଦ୍ଵାରା ଏହା ମନୁଷ୍ୟ ଜୀବନରେ କିଛି ଖରାପ ପ୍ରଭାବ ପକାଇବ ନାହିଁ ଏବଂ ମାତା ଲକ୍ଷ୍ମୀ ଆମ ଗୃହରେ ବାସ କରିବେ । ସାଧାରଣତଃ ଝାଡୁକୁ ଆମେ ଆମର ଘରକୁ ପରିଷ୍କାର କରିବା କାର୍ଯ୍ୟରେ ଲଗାଇ ଥାଉ ।

ଝାଡୁ ଦ୍ୱାରା ଆମେ ଆମ ଘରର ଆବର୍ଜନାକୁ ବାହାର କରି ଘରକୁ ସଫା ସୁତୁରା ରଖୁ । ଏହା ଏକ ସାମାନ୍ୟ କଥା ଅଟେ । କିନ୍ତୁ ଶାସ୍ତ୍ରରେ ଏହାର ବହୁତ ମହତ୍ଵ ଅଛି ବୋଲି କୁହାଯାଇଛି ।

ଶାସ୍ତ୍ର ଅନୁସାରେ ଝାଡୁ ଦେବୀ ମାତାକ୍ଷ୍ମୀଙ୍କ ସ୍ୱରୂପ ଅଟେ । ଝାଡୁ ଅପରିଷ୍କାର ରୂପୀ ଦାରିଦ୍ର୍ୟତାକୁ ବି ଘରୁ ଦୂର କରିଥାଏ । ଏହାଦ୍ୱାରା ଆମ ଘରେ ସୁଖ ସମୃଦ୍ଧି ଓ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁକୁ ପ୍ରୟୋଗ କରିବାର କିଛି ନିୟମ ଅଛି । ପ୍ରଥମେ ଆମେ ଜାଣିବା କି ଝାଡୁକୁ କେଉଁ ପ୍ରକାରରେ ରଖିବା ଓ କେଉଁ ଦିଗରେ ରଖିବା ଉଚିତ ।

ଝାଡୁକୁ ସବୁବେଳେ ସଫା ଜାଗାରେ ରଖିବା ଉଚିତ । ଏହାକୁ କେବେ ବି ନଳା କିମ୍ବା ଅଳିଆ ଜାଗାରେ ରଖିବା ଉଚିତ ନୁହେଁ । ଏହାର ବୈଜ୍ଞାନିକ ତଥ୍ୟ ଅନୁସାରେ ଯଦି ଏହାକୁ ନଳା କିମ୍ବା ଅଳିଆ ଜାଗାରେ ରଖିବେ ତେବେ ଏଥିରେ ଜୀବାଣୁ ଲାଗିଯିବେ । ଯାହା ଦ୍ୱାରା ଆମେ ଘରକୁ ସଫା କରିବା ତ ଏହାଦ୍ୱାରା ଘର ସାରା ଜୀବାଣୁ ବ୍ୟାପିଯିବେ । ଧାର୍ମିକ ମାନ୍ୟତା ଅନୁସାରେ ଏହା ମାତା ଲକ୍ଷ୍ମୀନାକ ସ୍ୱରୂପ ହୋଇଥିବାରୁ ଏହାକୁ ଅଳିଆ ଜାଗାରେ ରଖନ୍ତୁ ନାହିଁ ।

ଝାଡୁର ଯେତେବେଳେ ଆବଶ୍ୟକ ନ ଥିବ ତେବେ ଝାଡୁକୁ ଏମିତି ସ୍ଥାନରେ ରଖନ୍ତୁ କି ଯେଉଁଠି କାହାର ବି ନଜର ପଡିବ ନାହିଁ । କାରଣ ଏହା ଧନର ପ୍ରତୀକ ହୋଇ ଥିବାରୁ ଧନକୁ ଯେମିତି ଲୁଚାଇ ରଖନ୍ତି ଏହାକୁ ସେହିଭଳି ରଖିବା ଉଚିତ । ଆପଣଙ୍କୁ ଝାଡୁକୁ କେବେ ବି ଇଶାଣ କୋଣରେ ରଖିବେ ନାହିଁ । ଅନ୍ୟଥା ଦେବତାମାନେ ରାଗି ଯାଆନ୍ତି ଓ ଘର ଦୁର୍ଭାଗ୍ୟର ପ୍ରବେଶ ହୋଇଥାଏ । ଘରର ଉତ୍ତର ପୂର୍ବ ଦିଗକୁ ଇଶାଣ କୋଣ କୁହାଯାଏ ଓ ଏହି ଦିଗରେ ଝାଡୁକୁ ରଖିବେ ନାହିଁ । ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ନଚେତ ପଶ୍ଚିମ ଦିଗରେ ସଫା ସୁତୁରା ଜାଗାରେ ରଖନ୍ତୁ ।

ଘରେ ଭଙ୍ଗା ଓ ଛିଣ୍ଡା ଝାଡୁ ବି ରଖନ୍ତୁ ନାହିଁ । ଝାଡୁକୁ ଖୋଲା ଛାତରେ ବି ରଖନ୍ତୁ ନାହିଁ । ଝାଡୁକୁ ଘରର ପ୍ରବେଶ ଦ୍ୱାର ପାଖରେ ବି ରଖନ୍ତୁ ନାହିଁ । ଝାଡୁକୁ କେବେ ବି ଗୋଡ଼ରେ ମାଡନ୍ତୁ ନାହିଁ କିମ୍ବା ଡେଇଁ ଯାଆନ୍ତୁ ନାହିଁ । ଆପଣ ରୋଷେଇ ଘରେ କିମ୍ବା ଭଣ୍ଡାର ଘରେ କି ଅର୍ଣ୍ଣ ରଖିବା ଜାଗାରେ ଝାଡୁକୁ ରଖନ୍ତୁ ନାହିଁ । କାରଣ ଝାଡୁରେ ଅଳିଆ ଲାଗି ଥିବାରୁ ମାଛି ଓ ଅନ୍ୟ ଜୀବାଣୁ ଖାଦ୍ୟରେ ଲାଗି ସଂକ୍ରମଣ ହେବାର ସମ୍ଭାବନା ଥାଏ ।

ଝାଡୁକୁ ଶୁକ୍ଳ ପକ୍ଷରେ କିଣିବା ଉଚିତ ନୁହେଁ । ଝାଡୁକୁ ସବୁବେଳେ କୃଷ୍ଣ ପକ୍ଷରେ କିଣିବା ଉଚିତ । ଝାଡୁକୁ ସୋମବାର, ଗୁରୁବାର, ଶୁକ୍ରବାର, ବୁଧବାର ଗୁଡିକରେ କିଣିବା ଉଚିତ ନୁହେଁ । ଏହା ଦ୍ଵାରା ଆମକୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡିଥାଏ । ଶନିବାର, ରବିବାର, ମଙ୍ଗଳବାରରେ ଝାଡୁ କିଣିବା ଉଚିତ । ଯଦି ଆପଣ ପୁରୁଣା ଝାଡୁକୁ ଫୋପାଡିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ଝାଡୁ ଫୋପାଡି ପାରିବେ ।

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ହେବାପରେ କେବେ ବି ଘର ଓଳାନ୍ତୁ ନାହିଁ । ଯଦି ଓଳାଉଛନ୍ତି ତେବେ ଅଳିଆକୁ ସନ୍ଧ୍ୟା ବେଳେ ବାହାରେ ପକାନ୍ତୁ ନାହିଁ । ଏହା ଦ୍ଵାରା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି ଓ ଘରେ ଦାରିଦ୍ରତାର ବାସ ହୁଏ । ଯଦି ଝାଡୁ ଭାଙ୍ଗିଯାଏ କି ଛିଣ୍ଡି ଯାଏ କିମ୍ବା ବହୁତ ପୁରୁଣା ଝାଡୁ ଅଛି ତେବେ ଏହି ସବୁ ଝାଡୁକୁ ବି ଘରେ ରଖିବା ଉଚିତ ନୁହେଁ । ଝାଡୁକୁ କେବେ ବି ଛିଡା କରି ରଖନ୍ତୁ ନାହିଁ । ଏହା ଦ୍ୱାରା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ଓ ଭାଗ୍ୟ ଖରାପ ହୋଇଥାଏ ।

ଝାଡୁକୁ ଶୋଇ ରଖନ୍ତୁ ନଚେତ ଭୂମିଠାରୁ ଅଳ୍ପ ଉପରେ ରଖନ୍ତୁ । ଝାଡୁକୁ ଏପରି ଜାଗାରେ ରଖନ୍ତୁ ନାହିଁ ଯେଉଁଠି ପୁରୁଣା ଜୋତା, ଚପଲ ରଖୁଛନ୍ତି । ଘରର ମୁଖିଆ କିମ୍ବା ଘରର କେହି ବି ବାହାରକୁ ଯିବାର ତୁରନ୍ତ ପରେ ଘରେ ଝାଡୁ କରନ୍ତୁ ନାହିଁ ଏହା ଦ୍ଵାରା ତାଙ୍କର ଅନିଷ୍ଟ ହୋଇଥାଏ । ଯେତେବେଳେ ନୂଆ ଘରକୁ ପ୍ରବେଶ କରୁଛନ୍ତି ତେବେ ପୁରୁଣା ଝାଡୁ ଅପେକ୍ଷା ନୂଆ ଝାଡୁକୁ ନେଇ କି ଘରେ ପ୍ରବେଶ କରନ୍ତୁ । ଏହା ଦ୍ୱାରା ନୂଆ ଘରେ ସଖ ଶାନ୍ତି ଓ ପ୍ରଗତି ହୋଇଥାଏ ।

କେବେ ବି କୌଣସି ପଶୁ କିମ୍ବା କାହାକୁ ବି ଝାଡୁର ମାରନ୍ତୁ ନାହିଁ । ଏହା ଫଳରେ ଲକ୍ଷ୍ମୀ ରାଗି ଯାଆନ୍ତି । ଯଦି କୌଣସି ବ୍ୟକ୍ତି ଖଟ ଉପରେ ବସିଛନ୍ତି, ତେବେ ଖଟ ତଳକୁ ଓଳାନ୍ତୁ ନାହିଁ ସେ ଓଲ୍ହାଇ ଗଲା ପରେ ଖଟ ତଳକୁ ଓଳାନ୍ତୁ । ଝାଡୁର ଗୋଟିଏ ସହଜ ଉପାୟ ବିଷୟରେ ବି ଆପଣଙ୍କୁ କହି ଦେଉଛୁ ଯାହାଫଳରେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ।

କୌଣସି ମନ୍ଦିରରେ ବ୍ରହ୍ମ ମୁହୂର୍ତ ଓ ଗୁପ୍ତ ରୂପରେ ତିନୋଟି ଝାଡୁ ଦାନ କରନ୍ତୁ । ଏହି ଝାଡୁକୁ ଦାନ କରିବାର ଗୋଟିଏ ଦିନ ପୂର୍ବରୁ ଘରକୁ କିଣି ଆଣନ୍ତୁ । ମନ୍ଦିରରେ ଦାନ କଲାବେଳେ ଶୁଭ ମୁହୂର୍ତ ଦେଖି ଦାନ କରନ୍ତୁ ଏବଂ ଏହି କଥା କାହାକୁ କୁହନ୍ତୁ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।