ସିଂହ ରାଶିର ଜନ୍ମ ଠାରୁ ମୃତ୍ୟୁପର୍ଯ୍ୟନ୍ତ କିଛି ବିଶେଷ କଥା, ବିବାହର ପାଇଁ ଉଚିତ ବୟସ….

ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ଅଛି ଓ ସମସ୍ତ ୧୨ଟି ରାଶିର ଭିନ୍ନ ଭିନ୍ନ ମହତ୍ଵ ବି ଅଛି । ଏମିତିରେ ଆଜି ଆମେ ସିଂହ ରାଶି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ସିଂହ ରାଶିମାନଙ୍କ ପାଇଁ କେଉଁ ସବୁ ଜିନିଷ ଭଲ ଓ ଖରାପ ଅଟେ । ଏହା ସହିତ ସେମାନଙ୍କ ପାଇଁ କଣ ଶୁଭ ଓ ଅଶୁଭ ଅଟେ ସେହି ବିଷୟରେ କହିବାକୁ ଯାଉଛୁ ।

ସିଂହ ରାଶିର ଲୋକମାନେ ଶକ୍ତିଶାଳୀ, ସାହାସୀ, ସତ୍ୟତାକୁ ସବୁବେଳେ ମୁଖ୍ୟ ଦିଅନ୍ତି ଓ ଉଦାର ସ୍ଵଭାବର ହୋଇଥାନ୍ତି । ଏହା ସବୁ ଏମାନଙ୍କ ଭଲ ଗୁଣ ଅଟେ କିନ୍ତୁ ଏମାନଙ୍କ ମନ୍ଦ ଗୁଣ ହେଉଛି ଏମାନେ ଅହଂକାରୀ ଓ ଅତ୍ୟଧିକ ମାଛ ମାଂସ ସେବନ କରନ୍ତି ।

ଏମାନଙ୍କୁ ପ୍ରାୟତଃ ଶରୀରର ସବୁ ଅଙ୍ଗକୁ ନେଇ କିଛି ନା କିଛି ସମସ୍ୟା ରହିଥାଏ । ଏମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ସରକାରଙ୍କ ପାଇଁ କାମ କରନ୍ତି । ଏହା ସହିତ ପ୍ରାଇବେଟ କମ୍ପାନୀ, ଚାଷ କାମ କରିବା, ସୁନା ବ୍ୟାପେରି, ଇଞ୍ଜିନିୟର, ଡାକ୍ତର, ଲେଖକ ଓ ନେତା ଭଳି ପଦରେ କାମ କରନ୍ତି । ଆପଣଙ୍କୁ କହିଦେଉଛୁ କି ଯଦି ସିଂହ ରାଶିର ଲୋକମାନେ ଚାକିରି କରିବା ଠାରୁ ବ୍ୟବସାୟ କରିଲେ ଏମାନେ ଅଧିକ ଲାଭବାନ ହୋଇଥାନ୍ତି ।

ସିଂହ ରାଶିର ବ୍ୟକ୍ତି ରବି ଗ୍ରହ ଅଟେ । ଯାହାକି ଶୁଭ ଅଟେ । ଯଦି ଆପଣ ରବିବାର ଦିନ ସୁନା କିମ୍ବା ତମ୍ଭା ଜିନିଷ ପୂଜା କରି ପିନ୍ଧୁଛନ୍ତି ତେବେ ସିଂହ ରାଶିଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହି ରାଶିର ସବୁଠୁ ଶୁଭ ରଙ୍ଗ କମଳା ଅଟେ । ଏମାନେ ବୁଦ୍ଧିମାନ ବି ହୋଇଥାନ୍ତି । ଏହା ସହିତ ଏମାନେ ସମସ୍ତଙ୍କ ଯତ୍ନ ମଧ୍ୟ ନିଅନ୍ତି । ବିଦ୍ୟା କମ ଥିଲେ ମଧ୍ୟ ଚତୁର ହୋଇଥାନ୍ତି । ଏମାନେ ସବୁବେଳେ ନିଜ ହିସାବରେ କାମ କରନ୍ତି ।

ଏମାନେ ପ୍ରାୟତଃ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି । ପ୍ରେମ ସମ୍ପର୍କରେ ବି ଏମାନ ସଫଳ ହୁଅନ୍ତି । ଧାର୍ମିକ ବି ଅଟନ୍ତି । ସବୁବେଳେ ଜନତାଙ୍କ ସେବା କରିବା ବିଷୟରେ ଚିନ୍ତା କରନ୍ତି । ପ୍ରତି ବର୍ଷ ଦ୍ଵିତୀୟ ମାସର ୩, ୧୮, ୨୩, ୨୪ ଓ ୨୯ ତାରିଖ ଦିନ ଗୁଡିକ ଅଶୁଭ ଅଟେ ଓ ପ୍ରତି ଶନିବାର ଅଶୁଭ ଅଟେ । ସିଂହ ରାଶିର ବ୍ୟକ୍ତିମାନେ ଜୀବନର ମଧ୍ୟ ଅବସ୍ଥାରେ ଧନୀ ହୋଇଥାନ୍ତି । କିନ୍ତୁ ଶନି ପ୍ରଭାବରେ ଅଶୁଭ ସ୍ଥିତିରେ ବି ପଡି ପାରନ୍ତି ।

ଜୀବନର ଶେଷ ସମୟରେ ସମ୍ପତ୍ତି, ସନ୍ତାନ ସୁଖ, ଯାନବାହନର ସୁଖ ମିଳିଥାଏ । ଜୀବନସାରା ଅଚାନକ ଧନପ୍ରାପ୍ତିର ଯୋଗ ମଧ୍ୟ ଥାଏ । ପତ୍ନୀ ଓ ପରିବାର ପାଇଁ ବେଳେ ବେଳେ ଚିନ୍ତିତ ରହିଥାନ୍ତି । ସିଂହ ରାଶିର ବ୍ୟକ୍ତିମାନେ ୧୫, ୨୪, ୨୫ ବର୍ଷ ବୟସରେ ବିବାହ କରିବା ଅତ୍ୟନ୍ତ ସୁଖମୟ ସମୟ ହୋଇଥାଏ । ଏମାନଙ୍କୁ ନିଜର ସ୍ତ୍ରୀ ନିଜ ହିସାବରେ ମିଳିଥାଏ । ସୁଯୋଗ୍ୟ ସନ୍ତାନମାନଙ୍କ ପାଇଁ ଜୀବନ ଭଲରେ କଟିଥାଏ । ସମସ୍ତଙ୍କୁ ସାହାର୍ଯ୍ୟ ବି କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।