ମାଳିକାର ଭବିଷ୍ୟ ବାଣୀ- ବନ୍ୟା ବାତ୍ୟାକୁ ନେଇ କଣ ଲେଖାଅଛି ମାଳିକାରେ ଜାଣନ୍ତୁ

କହିବାକୁ ଗଲେ ମହାପୁରୁଷମାନେ ଆସନ୍ତା ଭବିଷ୍ୟତ ବିଷୟରେ ନିଜର ଶାସ୍ତ୍ର ଗୁଡିକରେ ବହୁତ କିଛି ଉଲ୍ଲେଖ କରି ଦେଇଛନ୍ତି । ଏହା ସହିତ ମାଳିକା ବିଷୟରେ ତ ଆପଣମାନେ ସମସ୍ତ ଜାଣିଛନ୍ତି । ଯେଉଁଥିରେ ଆଗାମୀ ଭବିଷ୍ୟତ ବିଷୟରେ ବହୁତ କିଛି କୁହାଯାଇଛି । ମଣିଷ ମାନଙ୍କର ସତର୍କ ଓ ସଚେତନ ପାଇଁ ଯେଉଁ ମାଳିକାର ରଚନା କରା ଯାଇଛି । ଆପଣଙ୍କୁ କହିଦେଉଛୁ କି ମହାପୁରୁଷଙ୍କ ଦ୍ଵାରା କୁହାଯାଇଥିବା ସମସ୍ତ ଗୋଟିଏ ଗୋଟିଏ ବାକ୍ୟ ବର୍ତ୍ତମାନ ସମୟରେ ନଜର ବି ଆସୁଛି ।

କହିବାକୁ ଗଲେ ବର୍ତ୍ତମାନ ଲୋକମାନଙ୍କ ମନରେ ପ୍ରଶ୍ନ ଆସୁଛି କି ୨୦୨୦ରେ ଯୋଡା ମାସ ପଡୁଥିବାରୁ କିମ୍ବା ଯୋଡା ବର୍ଷ ପଡୁଥିବାରୁ ଏହି ବର୍ଷ ପୃଥିବୀ ଧ୍ଵଂସ ହୋଇଯିବ । ଯାହା ସତ୍ୟତା ବିଷୟରେ ଆଜି ଆମେ ଜାଣିବା ।

ଆପଣଙ୍କୁ କହିଦେଉଛୁ କି ୨୦୨୦ରେ ପ୍ରଥମେ କରୋନାର ଭୟାଭୟ ଦେଖାଦେଲା । ଏହା ପରେ ମହାବାତ୍ୟା ଓ ମହାବନ୍ୟାର ଭୟଙ୍କର ରୂପ ବି ଦେଖିବାକୁ ମିଳିଲା । ଏମିତିରେ ଆପଣଙ୍କ ମନରେ ଉଙ୍କି ମାରୁଥିବ କି ୨୦୨୦ରେ ପୃଥିବୀ ଧ୍ଵଂସ ହୋଇଯିବ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହିଭଳି କିଛି ବି ହେବ ନାହିଁ । ମାଳିକାରେ ବି ଏହିଭଳି କିଛି ଲେଖା ହୋଇ ନାହିଁ । ବର୍ତ୍ତମାନ ସବୁ ସ୍ଥାନରେ ଲୋକମାନେ ଅସୁବିଧାରେ ଅଛନ୍ତି କିନ୍ତୁ ସୁବିଧା ଓ ସୁଖ ବି ଆସିବ ।

ଅଚ୍ୟୁତାନନ୍ଦଙ୍କ ଦ୍ଵାରା ଲିଖିତ ମାଳିକାରେ  କଳିଯୁଗର ଅନ୍ତ ବିଷୟରେ ବିଶେଷ ରୂପରେ ଉଲ୍ଲେଖ କରିଛନ୍ତି । ସେ କଳିଯୁଗର ଅନ୍ତର ଦିନ, ମାସ ବିଷୟରେ କହି ଦେଇଛନ୍ତି । ବୈଶାଖ, ଶୁକ୍ଳ, ଅଷ୍ଟମୀ, ଗୁରୁବାର ଦିନ କଳିଯୁଗର ଅନ୍ତ ହେବ ବୋଲି ଅଚ୍ୟୁତାନନ୍ଦ କହିଛନ୍ତି । ଏମିତିରେ ଆହୁରି ବର୍ଷ ବର୍ଷ ପର୍ଯ୍ୟନ୍ତ କଳିଯୁଗ ଚାଲିବ । ବର୍ତ୍ତମାନ ସମୟରେ କଳିଯୁଗର ଅନ୍ତ ହେବ ନାହିଁ । ନିଜ ମନରୁ ଭୟ ଓ ଦୁଶ୍ଚିନ୍ତାକୁ ବାହାର କରି ନିଜର ସୁକର୍ମରେ ଧ୍ୟାନ ଦିଅନ୍ତୁ ।

ଧର୍ମ ମାର୍ଗରେ ଚାଳନ୍ତୁ ଓ ପାପ କର୍ମ ଠାରୁ ଦୂରେଇ ରୁହନ୍ତୁ । କହିବାକୁ ଗଲେ ବ୍ୟକ୍ତି ପାପ ସମସ୍ତଙ୍କ ଠାରୁ ଲୁଚେଇ କରେ କିନ୍ତୁ ପୂଣ୍ୟ କର୍ମ ସମସ୍ତଙ୍କ ସାମ୍ନାରେ କରିବାକୁ ଭଲ ପାଏ । ଅର୍ଥାତ ପୂଣ୍ୟର ଫଳ ସମସ୍ତଙ୍କୁ ଭୋଗିବାକୁ ଭଲ ଲାଗେ । କିନ୍ତୁ ପାପ କରିବାକୁ ଭଲ ଲାଗେ । କିନ୍ତୁ ପାପର ଫଳ ଭୋଗିବାକୁ ଭଲ ଲାଗେ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।