ଶନିବାର ଦିନ ଏହି ସବୁ କମ କରିଲେ ଆପଣ ଭିକାରି ସଙ୍ଗେ ହୋଇଯିବେ ସମାନ

ଶନିବାରକୁ ଶନିଦେବଙ୍କ ବାର ବୋଲି କୁହାଯାଏ । ଶନିଦେବ ନ୍ୟାୟର ପ୍ରତୀକ ବି ଅଟନ୍ତି । ଯଦି କେହି ଅନ୍ୟାୟ କରନ୍ତି ତେବେ ଶନିଦେବ ତାଙ୍କୁ କଠୋର ଦଣ୍ଡ ଦେଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଶନିବାର ଦିନ କଣ କରିବା ଉଚିତ ଓ କଣ ନୁହେଁ ସେ ବିଷୟରେ  କହିବୁ । ପ୍ରଥମେ ଶନିବାର ଦିନ କିଛି ବି ଜିନିଷ ଘରକୁ ଆଣନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ।

କିଛି ମହାନ ରୂଷି ଓ ମୁନିମାନେ କହିଛନ୍ତି କି ଆପଣ ଯଦି ଏହିଭଳି କିଛି ଜିନିଷ ଶନିବାର ଦିନ ନିଜ ଘରୁକୁ ଆଣୁଛନ୍ତି ତେବେ ଆପଣଙ୍କ ଉପରେ ଶନିଦେବଙ୍କ କୁ ଦୃଷ୍ଟି ପଡିବ ଓ ଆପଣଙ୍କୁକୁ ବହୁତ ବଡ କ୍ଷତି ବି ସହିବାକୁ ପଡିବ ।

ଏହି ସବୁ ଜିନିଷ ଯଦି ଶନିବାର ଦିନ ଆମ ଘରକୁ ଆଣିବା ତେବେ ଘରେ ରୋଗ, ଦୁଖ, ଝଗଡା ଓ ଦରିଦ୍ରତାକୁ ବି ଆମେ ନିମନ୍ତ୍ରଣ ଦେଇ ଆସିଥାଉ । ତେବେ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ କେଉଁ ଜିନିଷ ସବୁ ଆଣିବା ଉଚିତ ନୁହେଁ ।

ଲୁହା

ତେବେ ଆମେ ଆପଣଙ୍କୁ କହିଦେଉଛୁ କି ଶନିବାର ଦିନ କେବେ ବି ନିଜର ଘରକୁ ଲୁହା ଜିନଷ ଆଣନ୍ତୁ ନାହିଁ । କାରଣ ଆପଣ ଯଦି ଶନିବାର ଦିନ ଲୁହା ଜିନିଷ ଘରକୁ ଆଣୁଛନ୍ତି ଆପଣଙ୍କୁ ବହୁତ ହଇରାଣ ହେବାକୁ ପଡିବ । ଉଦାହରଣ ସ୍ୱରୂପ ଛୁଞ୍ଚି, ଶାବଳ ଓ ଗାଡି ଇତ୍ୟାଦି । ଆପଣ ଦରିଦ୍ରତା ଆଡକୁ ଗତି କରିବେ । କିନ୍ତୁ ଆପଣ ଯଦି ଶନିବାର ଦିନ କିଛି ଲୁହା ଜିନିଷ ଦାନ କରୁଛନ୍ତି ତେବେ ଶନିଦେବ ବହୁତ ଖୁସି ହେବେ ଓ ଆପଣଙ୍କ ଅଶେଷ କୃପା ଲାଭ କରିବେ ।

ଚମଡା

ଆଉ ଗୋଟିଏ ଜିନିଷ ହେଉଛି ଚମଡା । ଚମଡାରେ ତିଆରି ଜିନିଷ ଯଥା ଜୋତା, ବେଲଟ ଓ ପର୍ସ ଇତ୍ୟାଦି ଜିନିଷକୁ କେବେ ବି ଶନିବାର ଦିନ ଘରକୁ ଆଣନ୍ତୁ ନାହିଁ ।

ତେଲ

ଏହା ସହିତ ଶନିବାର ଦିନ ଆପଣ କେବେ ବି କୌଣସି ବି ତେଲ ଘରକୁ ଆଣନ୍ତୁ ନାହିଁ । ତେଣୁ ସେ ଦୀପ ଲଗାଇବା ତେଲ ହେଉ ନା କାହିଁକି । ଯଦି ଆପଣ ଶନିବାର ଦିନ ତେଲ କିଣୁଛନ୍ତି ତେବେ ଆପଣଙ୍କ ଘରକୁ ତେଲ ଆଣିବା ଦ୍ଵାରା ଆପଣଙ୍କ ଘରକୁ ରୋଗ ମଧ୍ୟ ଆସିଥାଏ ।

କୋଇଲା

ଆପଣ ଯଦି କୋଇଲା ବି ଆଣୁଛନ୍ତି ତେବେ ଆପଣ ଶନିଦେବଙ୍କୁ ବି ନିଜ ସହିତ ଘରକୁ ଆଣୁଛନ୍ତି । କାରଣ କୋଇଲାର ରଙ୍ଗ କଳା ଓ ଶନିଦେବଙ୍କ ରଙ୍ଗ ବି କଳା । କହିବାକୁ ଗଲେ କୋଇଲା ଏକ ଜଳନ ପଦାର୍ଥ ଓ ଏହା ଅଗ୍ନିର ପ୍ରତିକ ହୋଇଥାଏ । ତେଣୁ ଏହାକୁ ଯଦି ଆପଣ ଶନିବାର ଦିନ ନିଜ ଘରକୁ ଆଣୁଛନ୍ତି ତେବେ ଆପଣଙ୍କୁ ବହୁତ ଦୁଖ ମିଳିବ ।

ଝାଡୁ

ଶନିବାର ଦିନ ଆପଣ କେବେ ବି ଝାଡୁ ଘରକୁ ଆଣନ୍ତୁ ନାହିଁ । ଯଦି ଆପଣ ଅଣୁଛନ୍ତି ତେବେ ଆପଣଙ୍କୁ ବହୁତ ଧନହାନି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।