Jyotish Shastra- ସିଂହ ରାଶିର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତର କଥା, ତୁରନ୍ତ ଏହି ଅଭ୍ୟାସ କୁ ଛାଡନ୍ତୁ, ଏବେ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ସିଂହ ରାଶିର ବ୍ୟକ୍ତି ମାନଙ୍କର ସ୍ଵଭାବ ବିଷୟରେ କହିବାକୁ ଯାଉଛୁ । ଏହି ରାଶିର ଲୋକ ମାନେ ନିଜର ବିଚାର ଉପରେ ଅଟଳ ରହିବାକୁ ପସସନ୍ଦ କରନ୍ତି ।

ଏମାନେ ଅନ୍ୟ ମାନଙ୍କ ଉପରେ ଆଦେଶ ଜାରି କରିଥାନ୍ତି । ଏମାନଙ୍କୁ ଯାହା ଦରକାର ହୋଇଥାଏ ଏମାନେ ହାସଲ କରିବାକୁ ଆଗେଇ ଆସିଥାନ୍ତି । ଏମାନେ ପରାକ୍ରମୀ, ସାହସୀ, ବୁଦ୍ଧିମାନ, ଉଦ୍ୟମୀ, କର୍ମଠ, ଅଭୟ, ବ୍ୟବହାରିକ କୌଶଳ ଓ ନୀତି ଅନୁସାରେ ଆଚରଣ କରିବା ଭଳି ବ୍ୟକ୍ତିତବ ହୋଇଥାନ୍ତି । ଏମାନେ ନିଜ ଉପରେ ସନ୍ତୁଷ୍ଟ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜର ବରାବର ଲୋକଙ୍କ ସହ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି । ଏମାନେ ନିଜର ଆତ୍ମବିଶ୍ବାସ ସହ ସବୁ କାମ କରିଥାନ୍ତି ।

ଏମାନେ ଆତ୍ମାବିଶ୍ଵାସୀ ଓ ପ୍ରଭାବଶାଳି ହୋଇଥିବାରୁ ଏମାନଙ୍କର ବିରୋଧ କରିବା କଷ୍ଟକର ହୋଇଥାଏ । ଏମାନେ ଅଧିକ ଉଦାର ଓ ବିଶ୍ଵାସୀ ହୋଇଥିବାରୁ ଏମାନଙ୍କର ଅଧିକ ମିତ୍ର ରହିଥାନ୍ତି । ଏମାନେ ଅନ୍ୟକୁ ଦେଇଥିବା କଥାକୁ ଭାଙ୍ଗିବାକୁ ପସନ୍ଦ କରନ୍ତି ନାହି ।

ଏମାନେ ଦେଶ ବିଦେଶ ଭ୍ରମଣ କରିବାକୁ ଆଗ୍ରହୀ ହୋଇଥାନ୍ତି । ଏମାନେ ଆଦର୍ଶବାଦି ଓ ରଚନାତ୍ମକ ସ୍ଵଭାବର ବ୍ୟକ୍ତ ହୋଇଥାନ୍ତି । ଏମାନେ କର୍ମ କ୍ଷେତ୍ରରେ ଦୃଢ ବିଶ୍ବାସ ସହ ସଫଳ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜର ସ୍ଵଭାବ ଯୋଗୁ ଅନ୍ୟ ମାନକ ଆଗରେ ପ୍ରଶଂସା ପାଇଥାନ୍ତି । ଅନ୍ୟ ମନକର ଉନ୍ନତିରେ ଏମାନେ ଈର୍ଷା କରନ୍ତି ନାହି । ଏହି ରାଶିର ବ୍ୟକ୍ତି ଉଦାର ହୃଦୟର ହୋଇଥିବାରୁ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏମାନେ ଅଧିକ ଜିଦି ହୋଇଥିବାରୁ ଏମାନେ ସବୁ କାମରେ ସଫଳତା ହାସଲ କରିଥାନ୍ତି ।

ଏମାନେ ଅନୁଶାସନ ପ୍ରିୟ ହୋଇଥିବାରୁ ନିଜର ନୀତି ଆଦର୍ଶ ମାଧ୍ୟମରେ ଚାଲିବାକୁ ଇଛା କରନ୍ତି । ଏହି ରାଶିର ବ୍ୟକ୍ତି ଅଧିକ କ୍ରୋଧୀ ହୋଇଥିବାରୁ ଏମାନଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବା ସହଜ ହୋଇନଥାଏ । ଏମାନେ ଦୟାଳୁ ସ୍ବଭାବର ହୋଇ ଥିବାରୁ ଅନ୍ୟର ଦୁଖ ଦେଖିଲେ ସାହାଜ୍ୟ କରିବାକୁ ପଛେଇ ନ ଥାନ୍ତି । ଏମାନେ ନିଜର ଭବିଷ୍ୟତକୁ ଉଜ୍ବଳ ଲରିବା ପାଇଁ ପ୍ରୟାସ ଜାରି ରଖିଥାନ୍ତି । କାମ କରିବା ସମୟରେ ଏମାନେ ଅଧିକ ସାହସର ସହ କାମ କରିଥାନ୍ତି । ଏମାନେ କଥା କହିବାର ଶୈଳୀ ଉଚ୍ଚକୋଠିର ହୋଇଥାଏ ।

ଏହି ରାଶିର ବ୍ୟକ୍ତି ଧର୍ମର ସିଦ୍ଧାନ୍ତ ପାଳନ କରିଥାନ୍ତି । ଅନ୍ୟର ଉପଦେଶ ପ୍ରତି ସଂବେଦନଶୀଳ ରହିଥାନ୍ତି । ଏମାନେ ନିଜର ଜୀବନ ସାଥିଙ୍କ ସହ ବେଶ ଭଲ ଭାବେ ସମ୍ପର୍କ ରଖିଥାନ୍ତି । ଏମାନଙ୍କ ଜୀବନ ସାଥି ମଧ୍ୟ ବହୁତ ଉଚ୍ଚ ସ୍ବଭାବର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଓ ବ୍ୟକ୍ତିଗତ ଜୀବନ ବ୍ଯତୀତ ଅନ୍ୟ କାହାକୁ ପସନ୍ଦ କରନ୍ତି ନାହି । ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାକୁ ଏମାନେ ଇଚ୍ଛୁକ ହୋଇଥାନ୍ତି । ଏମାନଙ୍କୁ ସରକାରୀ ଚାକିରି ଓ ରାଜନୀତି ଅଧିକ ପସନ୍ଦ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।