ସିନ୍ଦୁର ଲଗାଇବାର ସଠିକ ନିୟମ ! ସିନ୍ଦୁର ଡବାରେ ରଖିଲେ ଏହି ଜିନିଷ ସ୍ଵାମୀ ହେବେ ଧନବାନ- ଦେଖନ୍ତୁ Ajira Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ହିନ୍ଦୁ ବିବାହିତ ମହିଳା ମାନଙ୍କର ମଥାରେ ସିନ୍ଦୁର ଲଗାଇବା ହେଉଛି ପ୍ରଧାନ ଧର୍ମ । ତେବେ ବିବାହିତ ମହିଳା ମାନେ ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହେବା ସହ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଦାଂପତ୍ଯ ସମ୍ପର୍କ ମଜଭୁତ ହୋଇଥାଏ । ସିନ୍ଦୁର ଲଗାଇବା ସମୟରେ ବହୁ ଗୁଡିଏ ନିୟମମାନ ରହିଥାଏ । ଯେଉଁ ମହିଳା ମାନେ ଏହି ସମସ୍ତ ନିୟମ ପାଳନ କରିବା ସହିତ ଉପଯୁକ୍ତ ବିଧିବଦ୍ଧ ଭାବେ ସିନ୍ଦୁର ଲଗାଇଥାନ୍ତି ।

ସେମାନଙ୍କ ସ୍ଵାମୀଙ୍କ ଭାଗ୍ୟରେ ଚାରଚାନ୍ଦ ଲାଗିଯାଇଥାଏ । ସମସ୍ତ ସୁହାଗିନୀ ମହିଳା ମାନେ ସର୍ବଦା ନିଜ ଟଙ୍କାରେ ସିନ୍ଦୁର ଲଗାଇବା ହିଁ ଉଚିତ । ଅନ୍ୟ କାହାର ସିନ୍ଦୁର କେବେବି ଲଗାନ୍ତୁ ନାହିଁ । କି କିଏ ଉପହାର ସ୍ୱରୂପ ଦେଇଥିବା ସିନ୍ଦୁର ମଧ୍ୟ ଲଗାନ୍ତୁ ନାହିଁ । ଅନ୍ୟ ମହିଳାର ସିନ୍ଦୁର ନିଜ ମଥାରେ ଲଗାଇବା ଦ୍ଵାରା ନିଜ ସ୍ଵାମୀର ଧନହାନୀ ହୋଇଥାଏ । ମହିଳା ମାନେ ସିନ୍ଦୁର ଲଗାଇବା ସମୟରେ ଅନ୍ୟ କୌଣସି କଥା ମଧ୍ୟ ମନ ମଧ୍ୟକୁ ଆଣିବା ଉଚିତ ନୁହେଁ ।

କେବଳ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ତାଙ୍କରି କଥା ମନରେ ଭାବି ସିନ୍ଦୁର ପରିଧାନ କରନ୍ତୁ । ଏହା ସହିତ କୌଣସି ଦେବୀ ମା’ ବିଶେଷ କରି ପାର୍ବତୀ ମା’ ଙ୍କୁ ମନରେ ସୁମରଣା କରି ସିନ୍ଦୁର ମଥାରେ ଲମ୍ବା ଓ ଚଉଡା ଭାବେ ଲଗାନ୍ତୁ । ଯାହା ଦ୍ଵାରା ସ୍ଵାମୀଙ୍କର ଭାଗ୍ୟ ଟାଣ ହୋଇବ । ମହିଳା ମାନଙ୍କର ମାସିକ ଋତୁସ୍ରାବ ହୋଇଥିବା ସମୟରେ ନିଜ ମଥାରେ ସିନ୍ଦୁର ଲଗାଇବା ଅନୁଚିତ । ସିନ୍ଦୁରକୁ ସର୍ବଦା ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

ଯେପରି କୌଣସି କାରଣ ବଶତଃ ସିନ୍ଦୁର କାହାର ହାତ ବାଜି ତଳେ ଭୂମୀରେ ପଡିନଯାଉ । କାରଣ ହାତରୁ ସିନ୍ଦୁର ପଡିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ସ୍ଵାମୀଙ୍କ ସ୍ଵାସ୍ଥ ପ୍ରତି ଜମାରୁ ମଧ୍ୟ ଶୁଭ ସଂକେତ ଦେଇନଥାଏ । ସିନ୍ଦୁର ଲଗାଇବା ସମୟରେ ମଥାରେ ଓଢଣା ଦେଇ ଏକାନ୍ତ ଭାବେ ସିନ୍ଦୁର ଲଗାନ୍ତୁ । ଅନ୍ୟ ବାହାର ମହିଳା ସମ୍ମୁଖରେ ବସି ସିନ୍ଦୁର ଲଗାଇବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ରହିଥିବା ପ୍ରେମ ସମ୍ପର୍କକୁ ଅନ୍ୟ କାହାର ନଜର ଲାଗିଯାଇଥାଏ । ସିନ୍ଦୁର ଡବାରେ ଗୋଟିଏ କଇନ ସର୍ବଦା ରଖବେ ।

ଏହା ସହ ରୂପା କିମ୍ବା ଝିଙ୍କ କାଠିରେ ସିନ୍ଦୁରକୁ ନିଜ ମଥାରେ ଲଗାଇବା ସହ କପାଳ, କାନ, ବେକ ନିଜ ଶଙ୍ଖାରେ ମଧ୍ୟ ସିନ୍ଦୁର ଲଗାନ୍ତୁ । ଏହା ଅତ୍ୟନ୍ତ ଶୁଭ ପ୍ରତୀକ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ