ଘଣ୍ଟାଏରେ Anubhab-Barshaଙ୍କ ଛାଡ଼ପତ୍ର ହେବା ଅସମ୍ଭବ, ଓକିଲଙ୍କ ପ୍ରଶ୍ନ ବୁଝିପାରୁନି ନାହାନ୍ତି Barsha

ମାତ୍ର ଘଣ୍ଟାଏ ରେ ଅନୁଭବ ବର୍ଷା ଙ୍କ ଛାଡପତ୍ର ହେବା ଅସମ୍ଭବ । ଯେତିକି ପଚରା ଯାଉଛି ସେତିକି ଅଧେ ବୁଝି ବି ପାରୁ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବ ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ଏବେ ବି ପେଣ୍ଡିଙ୍ଗ ରହିଛି । ଯାହା ଆଜି ଯାଏଁ ସମାଧାନ ହୋଇପାରୁ ନାହିଁ । ଦୁହିଙ୍କର ଓକିଲ ଉଭୟ ଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଶ୍ନ ପଚାରୁଛନ୍ତି ଯାହା ପାଇଁ କେସ ଗଡିବାରେ ଲାଗିଛି । ବର୍ତ୍ତମାନ ସମୟ ରେ ଦୁହିଙ୍କର ପାରିବାରିକ ବିବାଦ କୁ ନେଇ ଆସିଛି ଏକ ନୂଆ ଟ୍ଵିଷ୍ଟ ।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ବର୍ଷା ଓ ଅନୁଭବ ଙ୍କ ପାରିବାରିକ ମାମଲା କୁ ନେଇ କୋର୍ଟ ଦେଉଛନ୍ତି ମାତ୍ର ଘଣ୍ଟାଏ ସମୟ । ଏହି ଘଣ୍ଟାଏ ଭିତରେ ବର୍ଷା ଙ୍କୁ କିଛି ବି ପ୍ରଶ୍ନ ପଚରା ଯାଇପାରୁ ନାହିଁ । କ୍ରଶ ପ୍ରଶ୍ନ ମାତ୍ର 3 ରୁ 4ଟି ପଚରା ଯାଇ ପାରୁଛି । ଆଉ ସେଥିରେ ବର୍ଷା ଅଧା ପ୍ରଶ୍ନ ବୁଝିପାରୁ ନାହାନ୍ତି । ଯଦି ଏମିତି ହୁଏ ତେବେ ଦୁହିଙ୍କୁ ଛାଡପତ୍ର ମିଳିବା ଅସମ୍ଭବ ମନେ ହେଉଛି । ସମୟ ମିଳିଲେ ପ୍ରଶ୍ନ କରାଯିବ ।

ଯେଉଁଥି ରେ ବର୍ଷା କୋର୍ଟ ରେ ଭୁଲ ପ୍ରମାଣିତ ହେବେ । କିନ୍ତୁ ଆମକୁ ଉପଯୁକ୍ତ ସମୟ ମିଳିପାରୁ ନାହିଁ ଆଉ ଏମିତି କିଛି କହିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ଓକିଲ । କୋର୍ଟ ରେ ଦିନ ପରେ ଦିନ ଗଡିବାରେ ଲାଗିଛି । ହେଲେ ଷ୍ଟାର ଦମ୍ପତି ଙ୍କ ପାରିବାରିକ କଳହ ସମାଧାନ ହୋଇପାରୁ ନାହିଁ । କୋର୍ଟ ରେ ଝୁଲି ରହୁଛି ଅନୁଭବ ଓ ବର୍ଷା ଙ୍କୁ ନେଇ ପାରିବାରିକ କଳହ ମାମଲା ।

ଯଦି ଦେଖିବା ତେବେ ପ୍ରତି ଥର ଭଳି କୋର୍ଟ ରେ ମଙ୍ଗଳବାର ଦିନ ଅନୁଭବ ଓ ବର୍ଷା ହାଜର ହୋଇଥିଲେ ମଧ୍ୟ ଜେରା ପ୍ରକ୍ରିୟା ଅସଂପୂର୍ଣ୍ଣ ରହିଛି । ସେପଟେ ଏହି ଛାଡପତ୍ର ଆହୁରି ବିଳମ୍ବ ହୋଇପାରେ । କାରଣ ବର୍ଷା ଙ୍କ ଓକିଲ କହିଛନ୍ତି କି ପ୍ରଶ୍ନ ସବୁ ଇଂରାଜୀ ରେ ପଚରା ଯାଉଥିବାରୁ କୋର୍ଟ ରେ ସମୟ ଲାଗୁଛି । ଅନୁଭବ ଙ୍କ ଓକିଲ ଏଣୁତେଣୁ ପ୍ରଶ୍ନ ଇଂରାଜୀ ରେ ପଚାରୁଛନ୍ତି ଯେଉଁଥି ରେ ସମୟ ଯାଉଛି । କୋର୍ଟ ମଧ୍ୟ ସେହି ସବୁ ପ୍ରଶ୍ନ କୁ ଟ୍ରାନ୍ସଲେଟ କରି ଲେଖି ରଖୁଛନ୍ତି ।

ଯାହା ପାଇଁ ମାତ୍ର 1 ଘଣ୍ଟା ରେ କିଛି ସମାଧାନ ହୋଇପାରୁ ନାହିଁ । ସେପଟେ ମଙ୍ଗଳବାର ଦିନ ଶୁଣାଣୀ ଅସଂପୂର୍ଣ୍ଣ ରହିଥିବା ବେଳେ ଫ୍ୟାମିଲି କୋର୍ଟ ଶୁଣାଣୀ କରି କହିଛନ୍ତି କି ଗ୍ରୀଷ୍ମ ଅବକାଶ ପରେ ପୁଣି ଥରେ ଶୁଣାଣୀ କରାଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।