ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ family biography & lifestyle

ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ଲୋକପ୍ରିୟ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ଭଲ ଭାବେ ଜାଣିଥିବେ । ଆପଣମାନେ ତାଙ୍କର ଆକଟିଂ କୁ ମଧ୍ୟ ଭଲ ଭାବରେ ଦେଖିଥିବେ । ଆଜି ଆମେ ଆପଣଙ୍କୁ ଅପରାଜିତା ମହାନ୍ତି ଙ୍କ ଜୀବନୀ ବିଷୟରେ ଏମିତି କିଛି କଥା କହିବୁ ଯାହାକୁ ଆପଣମାନେ ଆଗରୁ କେବେ ବି ଜାଣି ନଥିବେ । ବହୁତ ଦମଦାର ଅଟେ ଅପରାଜିତା ମହାନ୍ତିଙ୍କ ଆକଟିଂ ।

ସେ ନିଜର ସୁନ୍ଦର ଆକଟିଂ ପାଇଁ ଲୋକମାନଙ୍କ ମନରେ ସେ ନିଜ ପାଇଁ ଏକ ଅଲଗା ସ୍ଥାନ କରି ପାରିଛନ୍ତି । କେହି କେହି ଅପରାଜିତା ମହାନ୍ତି ଙ୍କୁ ଟିକି ଅପା ବୋଲି ମଧ୍ୟ ଡାକନ୍ତି ।ସମ୍ବଲପୁର ର କରଞ୍ଜିଆ ରେ 1962 ମସିହା ମେ ମାସ 15 ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ବର୍ତ୍ତମାନ ତାଙ୍କୁ 58 ବର୍ଷ ହୋଇ ସାରିଛି କିନ୍ତୁ ତାଙ୍କର ସୁନ୍ଦରତାରେ କୌଣସି କମି ଆସି ନାହିଁ ।

ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି ଅପରାଜିତା ମହାନ୍ତି । ସେ ଭୁବନେଶ୍ବରରେ ନିଜ ପରିବାର ସହ ରହୁଛନ୍ତି । ତାଙ୍କ ବାପାଙ୍କ ନାମ ଅବଦୁଲ ଅଜିଜ ଖାନ ଅଟେ ଓ ତାଙ୍କ ମା’ ଙ୍କ ନାମ ଅଟେ ହରପ୍ରିୟା ରାୟ ।ଅପରାଜିତାଙ୍କ ବାପା ଜଣେ ମୁସ୍ଲିମ ପରିବାରର ଥିଲେ କିନ୍ତୁ ତାଙ୍କ ମା’ ଜଣେ ହିନ୍ଦୁ ଅଟନ୍ତି । ଅପରାଜିତାଙ୍କ ସ୍ଵାମୀ ହେଉଛନ୍ତି ଓଡିଆ ଅଭିନେତା ଉତ୍ତମ ମହାନ୍ତି । ଆପଣମାନେ ତ ଉତ୍ତମ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ।

 

ଆପଣ ବହୁତ ସାରା ଫିଲ୍ମ ରେ ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କ ଦମଦାର ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ । ଦର୍ଶକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ଅପରାଜିତା ମହାନ୍ତି ଉତ୍ତମ ମହାନ୍ତି ଙ୍କୁ 1987 ମସିହାରେ ପ୍ରେମ ବିବାହ କରିଥିଲେ । ଅପରାଜିତା ମହାନ୍ତିଙ୍କ ପୁଅ ହେଉଛନ୍ତି ବାବୁସାନ ମହାନ୍ତି । ଓଡିଶାର ସୁପର ଷ୍ଟାର ଅଟନ୍ତି ବାବୁସାନ ମହାନ୍ତି ।

ଆପଣ ମାନେ ତ ବାବୁସାନ ମହାନ୍ତି ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ବାବୁସାନ ନିଜ ଆକଟିଂ ପାଇଁ ଖୁବ କମ ସମୟ ମଧ୍ୟରେ ଲୋକଙ୍କର ପ୍ରିୟ ହୋଇଗଲେ । ବାବୁସାନ ତୃପ୍ତି ଶତପଥିଙ୍କୁ ବିବାହ କରିଛନ୍ତି । ସେ ତୃପ୍ତି ଙ୍କୁ ପ୍ରେମ ବିବାହ କରିଥିଲେ । ତୃପ୍ତି ବାବୁସନ ଙ୍କ ପିଲା ଦିନର ସାଙ୍ଗ ଅଟନ୍ତି । 2018 ମସିହାରେ ଅପରାଜିତା ମହାନ୍ତି ବିଜେପି ରେ ଯୋଗ ଦେଇଥିଲେ । 1980 ମସିହାରୁ ଅପରାଜିତାଙ୍କ ଅଭିନୟର ଜୀବନୀ ଆରମ୍ଭ ହୋଇଥିଲା । ଅପରାଜିତା ‘ସୀତା ଲବ କୁଶ’ ଫିଲ୍ମ ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ପରେ ସେ 1992 ମସିହାରେ ଆସିଥିବା ତାଙ୍କର ଉର୍ଦ୍ଦଣ୍ଡି ସୀତା ଫିଲ୍ମ ହିଟ ପ୍ରମାଣିତ ହୋଇଥିଲା । ଏହା ପରେ ଜଗା ହାତରେ ପଘା ଭଳି 200 ରୁ ଅଧିକ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ଏବେ ବି ଦର୍ଶକ ମାନେ ତାଙ୍କ ଅଭିନୟ ର ଜାଦୁ ରେ ବାନ୍ଧି ହୋଇ ରହିଛନ୍ତି । ଅପରାଜିତା ମହାନ୍ତି ଅଭିନେତ୍ରୀ ସହିତ ଫିଲ୍ମ ପ୍ରଯୋଜକ ମଧ୍ୟ ଅଟନ୍ତି । ଏବେ ବି ଅପରାଜିତାଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।