ଦୁନିଆର ସବୁଠୁ ବେଶି ହିନ୍ଦୁ ବାସ କରୁଥିବା 10 ଟି ଦେଶ, 6 ନଂ ନା ଜାଣିଲେ ବିଶ୍ବାସ ହେବନାହିଁ

କହିବାକୁ ଗଲେ ହିନ୍ଦୁ ଧର୍ମ ଦୁନିଆର ତୃତୀୟ ସବୁଠୁ ବଡ ଧର୍ମ ଅଟେ । ଦୁନିଆର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ଲୋକମାନେ ହିନ୍ଦୁ ଧର୍ମର ଅଟନ୍ତି । ଆପଣମାନେ ଜାଣିଥିବେ କି ଭାରତ ଛଡା ଅନ୍ୟ ଦେଶମାନଙ୍କରେ ମଧ୍ୟ ହିନ୍ଦୁ ଧର୍ମାଲମ୍ବୀ ଲୋକମାନେ ବସବାସ କରନ୍ତି । ସେଥି ମଧ୍ୟରୁ ସବୁଠୁ ଅଧିକ ସଂଖ୍ୟକ ହିନ୍ଦୁ ବସବାସ କରୁଥିବା ଏପରି ୧୦ ଟି ଦେଶ ବିଷୟରେ ଆଜି ଆମେ ଆପଣଙ୍କ ଜଣାଇବୁ ।

ମୋରୀଶସ

୨୦୨୦ର ଆନୁମାନିକ ଗଣନା ଅନୁସାରେ ମୋରୀଶସର ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ ହେବ । ଏହି ଗଣନା ଅନୁସାରେ ଏଥିରେ ହିନ୍ଦୁଙ୍କ ସଂଖ୍ୟା ୬ ଲକ୍ଷରୁ ବି ଅଧିକ ହେବ ।

ୟୁନାଇଟେଡ଼ କିଙ୍ଗଡ଼ମ

ୟୁନାଟାଟେଡ଼ କିଙ୍ଗଡ଼ମର ମୋଟ ଜନସଂଖ୍ୟା ୨୦୨୦ର ଗଣନା ଅନୁସାରେ ୬.୭ କୋଟିରୁ ବି ଅଧିକ ଅଟେ । ଏଥିରେ ହିନ୍ଦୁମାନଙ୍କ ସଂଖ୍ୟା ୮.୩ ଲକ୍ଷ ଅଟେ ।

ମାଲେଶିୟା

୨୦୨୦ର  ଗଣନା ଅନୁସାରେ ମାଲେଶିୟାର ମୋଟ ଜନସଂଖ୍ୟା ୩. ୨ କୋଟିରୁ ବି ଅଧିକ ହୋଇଯାଇଛି । ଏଠି ହିନ୍ଦୁମାନଙ୍କ ସଂଖ୍ୟା ୨୦ ଲକ୍ଷରୁ ବି ଅଧିକ ଅଛି । ମାଲେଶିୟା ହେଉଛି ଚତୁର୍ଥ ସବୁଠୁ ବଡ଼ ହିନ୍ଦୁ ବସବାସ କରୁଥିବା ଦେଶ ଅଟେ । ଏଠାରେ ହିନ୍ଦୁ ମାନଙ୍କୁ ବହୁତ ପ୍ରାଧାନ୍ୟ ଦିଆଯାଏ ।

ଆମେରିକା

୨୦୨୦ର ଆନୁମାନିକ ଗଣନା ଅନୁସାରେ ଆମେରିକାର ମୋଟ ଜନସଂଖ୍ୟା ୩୩.୧ କୋଟିରୁ ବି ଅଧିକ ଅଟେ ଓ ୨୫ ଲକ୍ଷରୁ ଅଧିକ ଏଠି ହିନ୍ଦୁ ବାସ କରନ୍ତି । କିନ୍ତୁ ଆଧିକାରିକ ଗଣନା ଅନୁସାରେ ଏଠାରେ ଏହି ସଂଖ୍ୟାର ଦୁଇ ଗୁଣ ହିନ୍ଦୁ ବାସ କରନ୍ତି । ଏଠାରେ ମଧ୍ୟ ହିନ୍ଦୁ ମାନଙ୍କର ବହୁତ ପ୍ରାଧାନ୍ୟ ଅଛି ।

ଶ୍ରୀଲଙ୍କା

ଶ୍ରୀଲଙ୍କାର ଜନସଂଖ୍ୟା ଆନୁମାନିକ ଗଣନା ଅନୁସାରେ ୨.୧ କୋଟିରୁ ବି ଅଧିକ ଅଟେ । ଏମାନଙ୍କ ମଧ୍ୟରୁ ୨୬.୯ ଲକ୍ଷ ହିନ୍ଦୁ ଅଟନ୍ତି । ଏଠାରେ ହିନ୍ଦୁ ସଭ୍ୟତା ପ୍ରାଚୀନ କାଳରୁ ଅଛି ।

ପାକିସ୍ତାନ

୨୦୨୦ର ଆନୁମାନିକ ଗଣନା ଅନୁସାରେ ପାକିସ୍ତାନର ମୋଟ ଜନସଂଖ୍ୟା ୨୨ କୋଟିରୁ ଅଧିକ ହୋଇଯାଇଛି । ଯେଉଁଠି ୪୦ ଲକ୍ଷରୁ ଅଧିକ ହିନ୍ଦୁ ଏଠାରେ ବସ ବାସ କରନ୍ତି । ଏଠି ହିନ୍ଦୁ ଜନସଂଖ୍ୟା ଦ୍ଵିତୀୟ ସବୁଠୁ ଅଧିକ ଜନସଂଖ୍ୟା ଭାବେ ପରିଗଣିତ ହୁଏ ।

ଇଣ୍ଡୋନେସିଆ

ଇଣ୍ଡୋନେସିଆରେ ୨୦୨୦ର ଆନୁମାନିକ ଗଣନା ଅନୁସାରେ ୨୭ କୋଟିରୁ ଅଧିକ ଜନସଂଖ୍ୟା ଅଛି ଓ ୨୭ ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରନ୍ତି । ଏଠାକାର ବାଲି ଦ୍ବୀପରେ ସର୍ବାଧିକ ହିନ୍ଦୁ ବସବାସ କରନ୍ତି ।

ବାଂଲାଦେଶ

ବାଂଗଲାଦେଶର ଆନୁମାନିକ ଗଣନା ଅନୁସାରେ ଏଠି ମୋଟ ଜନସଂଖ୍ୟା ୧୬ କୋଟିରୁ ବି ଅଧିକ ଅଟେ । ଏହା ମଧ୍ୟରୁ ୧ କୋଟି ୪୦ ଲକ୍ଷରୁ ଅଧିକ ହିନ୍ଦୁମାନେ ଏଠି ବସବାସ କରନ୍ତି । ହିନ୍ଦୁ ଧର୍ମ ବାଂଗଲାଦେଶର ଦ୍ଵିତୀୟ ସବୁଠୁ ବଡ଼ ଧର୍ମର ଜନସଂଖ୍ୟା ଅଟେ ।

ନେପାଳ

୨୦୨୦ର ଆନୁମାନିକ ଗଣନା ଅନୁସାରେ ନେପାଲର ମୋଟ ଜନଶ୍ନାକଷା ୨.୯ କୋଟିରୁ ଅଧିକ ହୋଇଯାଇଛି । ଯେଉଁଥିରେ ୨ କୋଟି ୩୬ ଲକ୍ଷରୁ ବି ଅଧିକ ହିନ୍ଦୁମାନେ ବସବାସ କରନ୍ତି । ନେପାଳ ଦୁନିଆର ଦ୍ଵିତୀୟ ସବୁଠୁ ବଡ଼ ହିନ୍ଦୁ ଦେଶ ଅଟେ । ଏଠାରେ ମୁଖ୍ୟତଃ  ହିନ୍ଦୁ ଓ ବୁଦ୍ଧିସ୍ଟ ଧର୍ମର ମିଳିତ ଭାବେ ଧର୍ମ ପ୍ରଚଳିତ ଅଟେ ।

ଭାରତ

୨୦୨୦ ଆନୁମାନିକ ଗଣନା ଅନୁସାରେ ଭାରତର ମୋଟ ଜନସଂଖ୍ୟା ୧୩୮ କୋଟିରୁ ବି ଅଧିକ ଅଟେ । ଏଥିମଧ୍ୟରୁ ୧୧୦ କୋଟିରୁ ଅଧିକ ହିନ୍ଦୁ ଧର୍ମର ଲୋକ ବସବାସ କରନ୍ତି । ଏଠି ଅନ୍ୟ ଧର୍ମ ଅପେକ୍ଷା ୯୫ ପ୍ରତିଶତ ହିନ୍ଦୁ ବାସ କରନ୍ତି ।