ନିଜ ସାର୍ଟରେ ଧୋନୀଙ୍କ ଅଟୋଗ୍ରାଫ ଦେଖାଇ ଶେଷ ଇଚ୍ଛା କହିଲେ Sunil Gavaskar, ଶୁଣିଲେ ଆପଣ ବି ଭାବବିହ୍ଵଳ ହୋଇଯିବେ

ମରିବା ପୂର୍ବରୁ ମୋର ଶେଷ ଇଚ୍ଛା । ମୃତ୍ୟୁ ପୂର୍ବରୁ ମୁଁ ଦୁଇଟି ଅବିସ୍ମରଣୀୟ ମୂହୁର୍ତ୍ତକୁ ଦେଖିବାକୁ ଚାହୁଁଛି । ସେଇ ଦୁଇ ମୂହୁର୍ତ୍ତ ମୋ ମାନସପଟରେ ସବୁବେଳେ ସ୍ମରଣୀୟ ଆଉ ଶ୍ରେଷ୍ଠ । କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କର ଭାବବିହ୍ଵଳ ହୋଇ ନିଜ ଇଚ୍ଛାକୁ ଏମିତି ସ୍ପଷ୍ଟ କରିଛନ୍ତି । ଗାଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି ଜୀବନର ଶେଷ ମୂହୁର୍ତ୍ତରେ ମୋତେ ଯଦି ମୋ ଶେଷ ଇଚ୍ଛା ପଚରା ଯାଏ ତେବେ ମୁଁ କ୍ରିକେଟ ଇତିହାସର ସେହି ଦୁଇ ଅବିସ୍ମରଣୀୟ ମୂହୁର୍ତ୍ତ ଦେଖିବାକୁ ଚାହିଁବି ।

ପ୍ରଥମଟି ଯେତେବେଳେ କପିଳଦେବ 1983 ରେ ବିଶ୍ଵକପ ଟ୍ରଫିକୁ ହାତରେ ଉଠାଇଥିଲେ । ଦ୍ଵିତୀୟଟି 2011 ବିଶ୍ଵକପରେ ଧୋନୀଙ୍କ ସେହି ହେଲିକପ୍ଟର ସଟ୍ ଯେଉଁଥିରେ ବିଶ୍ଵକପ ହାତେଇ ଥିଲେ ଧୋନୀ । ଏଇ ଦୁଇଟି ସମୟକୁ ଦେଖି ପାରିଲେ ମୁଁ ଶାନ୍ତିରେ ମରିପାରିବି । ଭାରତୀୟ କ୍ରିକେଟ ର କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଧୋନୀଙ୍କ ଅବସରକୁ ନେଇ ଫ୍ୟାନ୍ସମାନେ ଖୁବ ଦୁଃଖିତ ।

ହେଲେ ଧୋନୀଙ୍କୁ IPL ରେ ଖେଳିବାର ଦେଖିବାକୁ ମିଳୁଥିବାରୁ ମଧ୍ୟ ଫ୍ୟାନ୍ସମାନେ ବେଶ ଖୁସି ଅଛନ୍ତି । ହେଲେ ଧୋନୀ IPL ରୁ ମଧ୍ୟ ଖୁବ ଇସଘ୍ର ଅବସର ନେଇପାରନ୍ତି ବୋଲି ଆଶଙ୍କା ବଢି ଚାଲିଛି । ଏହି ସମୟରେ ଚେପକ୍ ଷ୍ଟାଡିୟମରେ କଲିକତା ସହ ଚେନ୍ନାଇର ଶେଷ ଲିଗ୍ ମ୍ଯାଚ ପରେ ଗାଭାସ୍କର ଦୌଡି ଯାଇ ଧୋନୀଙ୍କ ଅଟୋଗ୍ରାଫ ନେଇଥିଲେ । ଏହାପରେ ସୁନିଲ ଗାଭାସ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି । ବିଶ୍ଵକପରେ ଧୋନୀ ଛକା ମାରୁଥିବାର ଦେଖିବା ମୋର ଶେଷ ଇଚ୍ଛା ବୋଲି କହିଛନ୍ତି ।

ମ୍ଯାଚ ପରେ ମହେନ୍ଦ୍ର ସିଂ ଧୋନୀ ଯେତେବେଳେ ମଇଦାନରେ ଚକ୍କର ଲଗାଉଥିଲେ ସେତେବେଳେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର କମେଣ୍ଟେଟର ସୁନିଲ ଗାଭାସ୍କର ଧୋନୀଙ୍କ ପାଖକୁ ଯାଇ ଅଟୋଗ୍ରାଫ ମାଗିଥିଲେ । ନିଜେ ପିନ୍ଧିଥିବା ସାର୍ଟରେ ଧୋନୀଙ୍କୁ ଅଟୋଗ୍ରାଫ ମାଗିଥିଲେ ଗାଭାସ୍କର । ଧୋନୀ ମଧ୍ୟ ସ୍ମିତହାସ୍ୟ ଦେଇ ଅଟୋଗ୍ରାଫ ଦେବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ମୂହୁର୍ତ୍ତ କ୍ରିକେଟପ୍ରେମୀ ତଥା ଧୋନୀ ଫ୍ୟାନ୍ସଙ୍କୁ ଏକଦମ ଭାବବିହ୍ଵଳ କରି ଦେଇଥିଲା ।

ସେଦିନ କ୍ରିକେଟ ଇତିହାସରେ ଏକ ସ୍ବର୍ଣ୍ଣିମ ମୂହୁର୍ତ୍ତ ଯୋଡି ହୋଇ ଯାଇଥିଲା । ଗାଭାସ୍କର ଧୋନୀଙ୍କ ଅଟୋଗ୍ରାଫ ଦେଖାଇ ଆହୁରି ମଧ୍ୟ କହିଥିଲେ କି, ଧୋନୀଙ୍କୁ କିଏ ନ ଭଲ ନପାଏ ! ସେ ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି । ତେବେ କ୍ରିକେଟରେ ଏଭଳି ମୂହୁର୍ତ୍ତ ଆପଣଙ୍କୁ କେତେ ଭଲ ଲାଗିଥିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।