IPL ଇତିହାସରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ? କେତେ ମିଟରର ଥିଲା ସବୁଠୁ ଲମ୍ବା ଛକା ? ଜାଣନ୍ତୁ ସବୁଠୁ ଲମ୍ବା ଛକା ମାରିଥିବା Top-5 ବ୍ୟାଟ୍ସମ୍ୟାନ

ଚଳିତବର୍ଷ ବେଶ ରୋମାଞ୍ଚକର ହେଉଛି IPL ର ପ୍ରତିଟି ମ୍ଯାଚ । ଶେଷ ବଲ୍ ଯାଏଁ କିଏ ମ୍ଯାଚ ବିଜୟୀ ହେବ କହି ହେଉନି । ଟୁର୍ଣ୍ଣାମେଣ୍ଟର ପ୍ରତି ମ୍ଯାଚରେ ବଡ ବଡ ଛକା ଦେଖିବାକୁ ମିଳିଥାଏ । ଏପରିକି ଏଥିପାଇଁ ପୁରସ୍କାର ମଧ୍ୟ ଦିଆଯାଉଛି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି IPL ଇତିହାସରେ କେଉଁ ଖେଳାଳି ସବୁଠାରୁ ବଡ ଛକା ମାରିଛନ୍ତି ? ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଆଲବି ମାର୍କେଲ IPL ରେ ସବୁଠୁ ବଡ ଛକା ମାରିଛନ୍ତି ।

ସେ ଚେନ୍ନାଇ ପକ୍ଷରୁ ଖେଳୁଥିବା ବେଳେ ଡେକାନ ଚାର୍ଜର ସ୍ପିନର ପ୍ରଜ୍ଞା ଓଝାଙ୍କ ବଲରେ ସବୁଠୁ ବଡ ଛକା ମାରିଥିଲେ । ଯାହାକି 125 ମିଟରର ରହିଥିଲା । ଆଜି ପର୍ଯ୍ୟନ୍ତ କେହି ତାଙ୍କ ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି । ଟୁର୍ଣ୍ଣାମେଣ୍ଟରେ ବଡ ବଡ ଛକା ଦେଖିବାକୁ ମିଳୁଥିଲେ ମଧ୍ୟ 125 ମିଟରର ଛକା ଆଉ ଦେଖିବାକୁ ମିଳୁନାହିଁ । ଏହି ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରବୀଣ କୁମାର । କିଙ୍ଗସ୍ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବା ବେଳେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି ।

ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 124 ମିଟରର ଏହି ଲମ୍ବା ଛକା ମାରିଥିଲେ । ପ୍ରବୀଣ କୁମାର ଜଣେ ଦକ୍ଷ ବୋଲର ଥିବାବେଳେ IPL ଇତିହାସରେ ତାଙ୍କ ଲମ୍ବା ଛକା ଦ୍ଵିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ସେ କିଙ୍ଗସ୍ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବା ବେଳେ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ବିପକ୍ଷରେ 122 ମିଟରର ଲମ୍ବା ଛକା ମାରିଥିଲେ ।

ଲମ୍ବା ଛକା ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି ରବୀନ ଉତ୍ଥାପ୍ପା । ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ଦକ୍ଷ ଅଲରାଉଣ୍ଡର ବ୍ରାଭୋଙ୍କୁ 120 ମିଟରର ଏକ ଲମ୍ବା ଛକା ମାରିଥିଲେ । ଏହି ଲିଷ୍ଟର ପାଞ୍ଚ ନମ୍ବର ସ୍ଥାନରେ ଅଛନ୍ତି ତିନିଜଣ ଖେଳାଳି । ସେମାନେ ହେଲେ ରସ୍ ଟେଲର, ଯୁବରାଜ ସିଂ ଏବଂ କ୍ରିସ ଗେଲ୍ । ଏହି ତିନି କ୍ରିକେଟର 119 ମିଟରର ଲମ୍ବା ଛକା ମାରିଛନ୍ତି । କ୍ରିସ ଗେଲ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ବେଳେ ପୁନେ ୱାରିୟରସ୍ ବିପକ୍ଷରେ ଏହି ରେକର୍ଡ କରିଛନ୍ତି ।

ଅନ୍ୟପଟେ ରସ୍ ଟେଲର ଚେନ୍ନାଇ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ସେହିପରି ଯୁବରାଜ ମଧ୍ୟ ପଞ୍ଜାବ ତରଫରୁ ମ୍ଯାଚ ଖେଳୁଥିବା ବେଳେ ଚେନ୍ନାଇ ବିପକ୍ଷରେ ଏହି ରେକର୍ଡ ଅର୍ଜନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।