ଦୁର୍ଘଟଣାରେ ଚାଲିଗଲା ଲେଡି ସିଙ୍ଘମଙ୍କ ଜୀବନ, ପରିବାର ଲୋକେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ ଆଣିଲେ !

ଦୁର୍ଘଟଣାରେ ପ୍ରାଣ ହରାଇଲେ ଆସାମର ଲେଡି ସିଙ୍ଘମ । ପରିବାର ଲୋକ ଅଭିଯୋଗ ଆଣିଲେ କି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଦୁର୍ନୀତିର ପର୍ଦ୍ଦାଫାଶ କରିବାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ରହିଥିବା ଆସାମର ଦବଙ୍ଗ ଅଫିସର ଜୁନମଣି ରାଭା ଚିରନିଦ୍ରାରେ ଶୋଇ ଯାଇଛନ୍ତି । ଆସାମ ପୋଲିସ ବିଭାଗରେ ସବଇନ୍ସପେକ୍ଟର ଭାବେ କାମ କରୁଥିବା ଜୁନମଣି ରାଭା ବେଶ ପରିଚିତ ଚେହେରା । ଲେଡି ସିଙ୍ଘମ ନାଁରେ ସବୁଆଡେ ନାଁ କମେଇଥିଲେ ଜୁନମଣି ।

ହେଲେ ଏବେ ସେ ଆଉ ଆମ ଗହଣରେ ନାହାନ୍ତି । ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କାର୍ ନେଇ ଯାଉଥିବା ବେଳେ ଏକ କଣ୍ଟେନର ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ସେହି ସମୟରେ ସେ ବିନା ୟୁନିଫର୍ମରେ ଥିଲେ ବୋଲି ସୂଚନା ରହିଛି । ଘଟଣାଟି ଜଖଲାବନ ଥାନା ଅନ୍ତର୍ଗତ ସାରଭୁୟା ଗାଁରେ ଘଟିଛି । ପରିବାର ଲୋକଙ୍କ ଅଭିଯୋଗ ପରେ CID ଏହି ଘଟଣାର ତଦନ୍ତ କରିବ ।

ବିନା ୟୁନିଫର୍ମରେ ଜୁନମଣି କୁଆଡେ ଓ କାହିଁକି ଯାଉଥିଲେ ତାକୁ ନେଇ ସନ୍ଦେହ ଉପୁଜିଛି । ପୂର୍ବରୁ ନିଜ ଭାବି ସ୍ଵାମୀଙ୍କୁ ଗିରଫ କରିବା ନେଇ ବେଶ ଚର୍ଚ୍ଚାରେ ଥିଲେ ଜୁନମଣି । ଏହାପରେ ନିଜେ ମଧ୍ୟ ବଟି ଆଦାୟ ମାମଲାରେ ଫସିଥିଲେ । ଏହାର କିଛି ସମୟ ପରେ ଜୁନମଣିଙ୍କର ଏଭଳି ଭୟଙ୍କର ସଡକ ଦୁର୍ଘଟଣାରେ ପ୍ରାଣ ଚାଲି ଯାଇଛି ।

ତାଙ୍କ ପରିବାରରେ ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହିବା ସହ ଦୁର୍ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ତାଙ୍କ ମା’ କହିଛନ୍ତି କୌଣସି ଏକ ରାକେଡ଼ ଦ୍ଵାରା ଏହି ହତ୍ୟା କରାଯାଇଛି । ଜୁନମଣିଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ଗୁରୁତର ସହ ନେଇଛନ୍ତି ଏବଂ ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି । 30 ବର୍ଷୀୟ ଜୁନମଣି ଲେଡି ଦବଙ୍ଗ ବା ଲେଡି ସିଙ୍ଘମ ଭାବେ ପରିଚୟ ଅର୍ଜନ କରିଥିଲେ ।

ହେଲେ ଦୁର୍ନୀତି ଅଭିଯୋଗରେ ଗତବର୍ଷ ଜୁନରେ ତାଙ୍କୁ ଗିରଫ କରାଯାଇଥିଲା । ଏପରିକି ତାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏହାର ବର୍ଷେ ପରେ ଜୁନମଣି ଏଭଳି ଭାବେ ପ୍ରାଣ ହରାଇବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।