12 ବର୍ଷ ପରେ ଏମିତି ଦେଖା ଯାଉଛନ୍ତି ‘ଉତ୍ତରଣ’ ସିରିଏଲରୁ ଫେମସ ହେଇଥିବା ଏହି 2 ଶିଶୁ କଳାକାର

ଟିଭି ଇଣ୍ଡଷ୍ଟ୍ରିରେ ଆମେ ପରକୁ ପର ଅଲଗା ଅଲଗା କାହାଣୀର ଆମ ମନ ପସନ୍ଦର ଭଲ ଧାରାବାହିକ ସବୁ ଦେଖିବାକୁ ପାଇଥାଉ । ସେଥି ମଧ୍ୟରୁ ଏକ ଧାରାବାହିକ ଥିଲା “ଉତ୍ତରଣ” । ଯାହା ୨୦୦୮ ମସିହାରୁ ୨୦୧୫ ମସିହା ଯାଏ କଲରସ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ପ୍ରାୟ ୧୫୪୯ ଏପିସୋଡ ଥିବା ଏହି ଧାରାବାହିକ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିଥିଲା ।

ଏଥିରେ ଦୁଇ ଶିଶୁ କଳାକାର ଥିଲେ ଯେଉଁମାନେ ଇଚ୍ଛା ଓ ତପସ୍ୟା ର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହୃଦୟରେ ରାଜ୍ କରୁଥିଲେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ଉତ୍ତରଣ ରେ ତପସ୍ୟା ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ନାମ ହେଉଛି ଇଷିତା ପାଞ୍ଚଲ । ତାଙ୍କର ଜନ୍ମ ମୁମ୍ବାଇର ମହାରାଷ୍ଟ୍ରରେ ୧ ଡିସେମ୍ବର ୧୯୯୮ ମସିହାରେ ହୋଇଥିଲା ।

ଆଉ ସେ ସେହିଠାରୁ ହିଁ ନିଜର ପାଠ ପଢା ସମ୍ପୂର୍ଣ୍ଣ କରୁଥିଲେ । ପ୍ରଥମେ ସେ ୨୦୦୭ ମସିହାରେ ଆସିଥିବା ଧାରାବାହିକ ଅମ୍ବରଧାରା ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତା ପରେ ଏହାର ପର ବର୍ଷ ହିଁ ତାଙ୍କୁ ଉତ୍ତରଣରେ ତପସ୍ୟା ନାମକ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୌଭାଗ୍ୟ ମିଳିଥିଲା । ଏହା ପରେ ତାଙ୍କୁ ଚଳଚିତ୍ର “ଏକ ବିବାହ ଐସା” ରେ ମଧ୍ୟ ଅଭିନୟ କରିବାର ସୁଯୋଗ ମିଳିଥିଲା । ତାଙ୍କ ନଟଖଟି ଓ ଚୂଲୁବୁଲି ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ସେହିପରି ଉତ୍ତରଣରେ ଇଛା ନାମକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ନାମ ହେଉଛି ସ୍ପର୍ଶ ଖାନଚାନ୍ଦନୀ । ତାଙ୍କର ଜନ୍ମ ୧୧ ଅକ୍ଟୋବର ୨୦୦୦ ମସିହାରେ ମୁମ୍ବାଇର ଉଲ୍ଲାସ ନଗରରେ ହୋଇଥିଲା । ସେଥିପାଇଁ ତାଙ୍କର ପାଠ ପଢା ମଧ୍ୟ ସେହିଠାରୁ ହିଁ ଶେଷ ହୋଇଥିଲା । ସେ ୨୦୧୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ “ରେଡ୍ ଆଲର୍ଟ- ଦି ୱାର ଉଇଦିନ୍” ରେ ସହ ଶିଶୁ କଳାକାର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଠୁ ପ୍ରଶଂସା ଲୁଟିଥିଲେ‌ ।

ତା ପରେ ତାଙ୍କୁ ଧାରାବାହିକ “ଦିଲ୍ ମିଲ୍ ଗଏ” ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହି ଧାରାବାହିକରେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଶିଶୁ କଳାକାର ହଲିଉଡ଼ ରେ ମଧ୍ୟ କାମ କରି ଅନ୍ତର୍ଜାତୀୟ ସ୍ତର ଯାଏ ବଲିଉଡ ର ନାମ ଉଚ୍ଚା କରିଛନ୍ତି ।

କିନ୍ତୁ ଆଜି ଧାରାବାହିକ ଉତ୍ତରଣ ଶେଷ ହେବାର ଅନେକ ବର୍ଷ ବିତି ଯାଇଛି ଓ ତା ସହ ଏହି ଦୁଇ ଶିଶୁ କଳାକାର ମଧ୍ୟ ଖୁବ ବଡ ହୋଇ ଯାଇଛନ୍ତି । ଇଷିତା ପାଞ୍ଚଲ ଆଜି ୨୧ ବର୍ଷର ଓ ସ୍ପର୍ଶ ଖାନଚାନ୍ଦନୀ ଏବେ ୧୯ ବର୍ଷ ର ହୋଇଯାଇଛନ୍ତି । ଦୁଇ ଜଣ ବୟସ ବଢିବା ସହିତ ସୁନ୍ଦର ଦେଖା ଯାଉଛନ୍ତି । ଆଜି ମଧ୍ୟ ଦୁଇଜଣ ଙ୍କ ମୁହଁରେ ସେଇଁ ହସ ଅଛି ଯେଉଁଟା କି ଆପଣମାନଙ୍କୁ ଧାରାବାହିକ “ଉତ୍ତରଣ” ରେ ଦେଖିବାକୁ ମିଳିଥିଲା ।

ତା ସହିତ ଧାରାବାହିକ ରେ ଯେପରି ସେମାନଙ୍କୁ ଧୀର ଓ ଚୁଲବୁଲି ପରି ଦେଖିଥିଲେ ଅସଲ୍ ରେ ମଧ୍ୟ ସେମାନେ ନଟଖଟ୍ ଓ ଚୁଲବୁଲି ଅଟନ୍ତି । କିନ୍ତୁ ଇଷିତା ପାଞ୍ଚଲ ୨୦୧୦ ରେ ମୁକ୍ତିଲାଭ କରିଥିବା ଚଳଚିତ୍ର “ଭୂତ୍ ଆଣ୍ଡ ଫ୍ରେଣ୍ଡ୍” ଅଭିନୟ କରିବା ପରେ ନିଜ ଅଭିନୟ କ୍ୟାରିଅର କୁ ଛାଡି ଦେଇଥିଲେ ।

ସେହିପରି ସ୍ପର୍ଶ ଖାନଚାନ୍ଦନୀ ମୁମ୍ବାଇ ରେ ରହି ନିଜ ପାଠପଢ଼ା ସହିତ ନିଜ ଅଭିନୟ ରେ ମଧ୍ୟ ପୁରା ଧ୍ୟାନ ଦେଉଛନ୍ତି । ସେ ୨୦୧୮ ମୁକ୍ତିଲାଭ କରିଥିବା ରାଣୀ ମୁଖାର୍ଜୀ ଙ୍କ ଚଳଚ୍ଚିତ୍ର “ହିଚକି” ରେ ରାଣୀ ମୁଖାର୍ଜୀ ଙ୍କ ସହିତ ଅଭିନୟ କରିଥିଲେ । ଏହା ପରେ ସେ ଧାରାବାହିକ “ବିକ୍ରମ ବେତାଳ” ରେ ମଧ୍ୟ ଅଭିନୟ କରିବା ଦେଖାଯାଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।