ଶିବ ମହାପୁରାଣ ଅନୁସାରେ ୫ ପ୍ରକାରର ହୋଇଥାଏ ପାପ, ଯାହାକୁ କରିଲେ ଖୋଲିଯାଏ ନର୍କର ଦ୍ଵାର

ହିନ୍ଦୁ ଧର୍ମରେ ୧୮ ଟି ମହାପୁରାଣ ରହିଛି, ଏହା ମଧ୍ୟରୁ ଶିବ ମହାପୁରାଣ ହେଉଛି ଅନ୍ୟତମ । ଶିବ ମହାପୁରାଣରେ ଶିବଙ୍କ ସହ ଜଡିତ କଥା ଗୁଡିକ ବର୍ଣ୍ଣନା କରାଯାଇଛି । କିନ୍ତୁ ଏହି ଶିବ ପୁରାଣରେ ଭଗବାନ ଶିବ ୫ ଟି ପାପ ବିଷୟରେ କହିଛନ୍ତି, ଯାହାକୁ କରିଲେ ନର୍କର ଦ୍ଵାର ଖୋଲିଯାଇଥାଏ । ଶିବ ପୁରାଣ ଅନୁସାରେ ଯେଉଁ ଲୋକମାନେ ଏହି ପାପ କରନ୍ତି, ସେମାନଙ୍କୁ ଦୁଃପ୍ରଭାବର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଶିବ ମହାପୁରାଣ ଅନୁସାରେ କୁହାଯାଇଥିବା ଏହି ୫ ଟି ପାପ ବିଷୟରେ ।

୧. ଖରାପ ଚିନ୍ତା କରିବା-

ଯେଉଁ ଲୋକମାନଙ୍କ ମନରେ ଅନ୍ୟ ଲୋକଙ୍କ ପ୍ରତି ଖରାପ ବିଚାର ବା ଖରାପ ଚିନ୍ତାଧାରା ଆସେ, ସେମାନେ ପାପର ଭାଗୀଦାରୀ ହୋଇଯାନ୍ତି । ଶିବ ପୁରାଣ ଅନୁସାରେ ମନରେ ଖରାପ ଚିନ୍ତାଧାରା ଆଣିବା ଏକ ପ୍ରକାରର ମାନସିକ ପାପ ଅଟେ । ସେଥିପାଇଁ କେବେ ବି ନିଜ ମନରେ ଖରାପ ଚିନ୍ତାଧରା ଆଣନ୍ତୁ ନାହିଁ । ସବୁବେଳେ ନିଜ ମନକୁ ନିୟନ୍ତ୍ରଣ କରି ରଖନ୍ତୁ ।

୨. ଭୁଲ କଥା କହିବା-

ଯେଉଁ ଲୋକ ସବୁବେଳେ ଝଗଡା କରନ୍ତି ଓ ଭୁଲ କଥା କୁହନ୍ତି ସେମାନେ ମୌଖିକ ପାପ କରିଥାନ୍ତି । ବହୁତ ଲୋକ ସବୁବେଳେ ଝଗଡା ଓ ଅପଶବ୍ଦର ବ୍ୟବହାର କରିଥାନ୍ତି । ଏହି ଲୋକମାନେ ତାଙ୍କ ଜୀବନରେ ବହୁତ ଦୁଃଖରେ ରହିଥାନ୍ତି । ତେଣୁ ଏହି ମୌଖିକ ପାପ କରିବାରୁ ବଞ୍ଚନ୍ତୁ ଓ ମଧୁର ବାଣୀରେ ସମସ୍ତଙ୍କୁ ଖୁସିରେ ରଖନ୍ତୁ ।

୩. ଶାରୀରିକ କଷ୍ଟ ଦେବା-

କାହାକୁ ଶାରୀରିକ ପୀଡା ଦେବା ମଧ୍ୟ ଏକ ପ୍ରକାରର ପାପ ହୋଇଥାଏ । କୌଣସି ପ୍ରାଣୀ, କୀଟ, ପତଙ୍ଗ ଓ ମଣିଷ ଆଦି ଜୀବନ୍ତ ପ୍ରାଣୀକୁ କଷ୍ଟ ଦେଲେ ଆପଣଙ୍କ ଉପରେ ଶାରୀରିକ ଦୋଷ ଲାଗିଥାଏ । ତେଣୁ କେବେବି କାହାକୁ ଶାରୀରିକ କଷ୍ଟ ଦିଅନ୍ତୁ ନାହିଁ ।

୪. ଲୋକଙ୍କର ନିନ୍ଦା କରିବା-

ସାଧାରଣତଃ ବହୁତ ଲୋକ ଅନ୍ୟମାନଙ୍କର ନିନ୍ଦା କରିବାକୁ ପସନ୍ଦ କରିଥାନ୍ତି ଏହା ସହିତ ତପସ୍ଵୀ, ଗୁରୁ ଗୁରୁଜନମାନଙ୍କର ଅପମାନ କରନ୍ତି । ସେମାନେ ପାପର ଭାଗୀଦାର ହୋଇଥାନ୍ତି । ତେଣୁ ଆପଣ ନିନ୍ଦା ନକରି ଲୋକମାନଙ୍କର ପ୍ରଶଂସା କରନ୍ତୁ ।

୫. ଭୁଲ କାର୍ଯ୍ୟ କରିବା-

ଲୋକମାନେ ଯେଉଁ କାର୍ଯ୍ୟ କରନ୍ତି, ସେମାନଙ୍କୁ କାର୍ଯ୍ୟର ଆଧାରରେ ଫଳ ମିଳିଥାଏ । ଶିବ ପୁରାଣ ଅନୁସାରେ ଭୁଲ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ନର୍କରେ ସ୍ଥାନ ମିଳିଥାଏ । ଯେଉଁ ଲୋକ ମାଦକ ଦ୍ରବ୍ୟ ସେବନ କରନ୍ତି ଓ ଚୋରୀ କରନ୍ତି ସେମାନଙ୍କୁ ପାପ ଲାଗିଥାଏ । ତେଣୁ ଏହି ସବୁ ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।