ରିକ୍ସା ଚାଳକ ଦେଇଥିଲେ ପିଏମ ମୋଦୀଙ୍କୁ ଝିଅର ବିବାହର ନିମନ୍ତ୍ରଣ, କହିଲେ – ଆଇଏ ମଙ୍ଗଲଜି, କ୍ଯା ହାଲଚାଲ ହେ…

୧୬ ଫେବୃୟାରୀ ଦିନ ନିଜର ଲୋକସଭା କ୍ଷେତ୍ର ବାରଣାସୀକୁ ଏକ ଦିବାସୀୟ ଭ୍ରମଣରେ ଯାଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ରିକ୍ସା ଚାଳକ ମଙ୍ଗଲ କେୱଟଙ୍କ ସହ ସାକ୍ଷାତ କରିଥିଲେ । ଆପଣଙ୍କୁ କହିଦେଉଛୁ କି ମଙ୍ଗଲ କେୱଟ ସେହି ବ୍ୟକ୍ତି ଅଟନ୍ତି ଯିଏ କିଛି ଦିନ ପୂର୍ବେ ନିଜ ଝିଅର ବିବାହରେ ସାମିଲ ହେବା ପାଇଁ ପିଏମ ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମଙ୍ଗଲ କେୱଟ ଓ ତାହାର ପରିବାର ବିଷୟରେ ବି ପଚାରି ବୁଝିଲେ ଓ ସ୍ଵଛ ଭାରତ ଅଭିଯାନରେ ତାଙ୍କର ଯୋଗଦାନ ପାଇଁ ତାଙ୍କର ପ୍ରଶଂସା ବି କରିଲେ ।

ରିକ୍ସା ଚାଳକକୁ ଭୁଲି ନାହାନ୍ତି ପିଏମ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବାରଣାସୀରେ ରିକ୍ସା ଚାଳକ ମଙ୍ଗଲ କେୱେଟଙ୍କ ସହ ସାକ୍ଷାତ କରିଲେ, ଯିଏ ତାଙ୍କୁ ନିଜ ଝିଅର ବିବାହରେ ଆମନ୍ତ୍ରଣ କରିଥିଲେ । କହିବାକୁ ଗଲେ ପିଏମ ମୋଦୀଙ୍କ ଦ୍ଵାରା ପୋଷ୍ୟ ରୂପରେ ଗ୍ରହଣ କରାଯାଇଥିବା ଡୋମରୀ ଗ୍ରାମର ଏକ ନିବାସୀ ମଙ୍ଗଲ କେୱଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟକୁ ଏକ ନିମନ୍ତ୍ରଣ କାର୍ଡ ପଠାଇ ଥିଲେ । ଏହି ପତ୍ରରେ କେୱଟ ୧୨ ଫେବୃୟାରୀରେ ନିଜ ଝିଅର ବିବାହରେ ଯୋଗଦାନ ଦେବା ପାଇଁ ପିଏମ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ ।

ଏହି ବିଷୟରେ ମଙ୍ଗଲ କେୱଟ ନିଜର ଏକ ଇଣ୍ଟରଭିୟୁରେ କହିଲେ କି “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଝିଅର ବିବାହର ପ୍ରଥମ ନିମନ୍ତ୍ରଣ କାର୍ଡ ପଠାଇ ଥିଲି, ମୁଁ ବ୍ୟକ୍ତିଗତ ରୂପରେ ଦିଲ୍ଲୀ ସ୍ଥିତ ପିଏମ ଙ୍କ ଅଫିସରେ ପହଞ୍ଚି ଥିଲି । ୮ ଫେବୃୟାରୀ ରେ ଆମକୁ ପିଏମ ମୋଦୀଙ୍କ ଅଭିନନ୍ଦନ ପତ୍ର ମିଳିଲା, ଯାହା ଦ୍ଵାରା ଆମେ ବହୁତ ଉତ୍ସାହିତ ଅଟୁ ।“

ପିଏମ ମୋଦୀଙ୍କ ସହ ହୋଇଥିବା ଏହି ସାକ୍ଷାତରେ ମଙ୍ଗଲ କେୱଟ ବହୁତ ଖୁସି ଅଛନ୍ତି । କହିବାକୁ ଗଲେ ମଙ୍ଗଲ କେୱଟ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଲେ ତେବେ ପିଏମ କହିଲେ କି –‘ ଆସନ୍ତୁ ମଙ୍ଗଲ ଜି, କଣ ଭଲ ଅଛନ୍ତି । ନିଜର ଝିଅ ଓ ଜ୍ଵାଇଁକୁ ସାଥିରେ ଆଣିଲେ ନାହିଁ । ମଙ୍ଗଲଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି, ଆମେ ଜାଣିଛୁ କି ଆପଣ ବି ଦେଶରେ ସେବା କରୁଛନ୍ତି ।

କହିଦେଉଛୁ କି ମଙ୍ଗଲ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଦ୍ଵାରା ପ୍ରେରିତ ହୋଇ ଏହି ଅଭିଯାନରେ ବହୁତ ସମୟ ହେବ ଯୋଡି ହୋଇ ଅଛନ୍ତି । ସେ ପ୍ରାୟତଃ ନିଜେ ଏକୁଟିଆ ହିଁ ଗଙ୍ଗା ଘାଟ ଓ ନିଜ ଗ୍ରାମରେ ଝାଡୁ ଲଗାନ୍ତି । ମଙ୍ଗଲଙ୍କ ପରିବାର କଥା କହିବା ତ ତାଙ୍କ ପରିବାରରେ ତାଙ୍କ ପତ୍ନୀ, ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି । ମଙ୍ଗଲ ନିଜ ଝିଅର ବିବାହ ୧୨ ଫେବୃୟାରୀରେ ବାରଣାସୀ ପାଖରେ ଅବସ୍ଥିତ ଚଂଦୌଲୀ ଗ୍ରାମରେ କରିସାରିଛନ୍ତି ।