ଖାଦ୍ଯ ଖାଇବା ପରେ ସଙ୍ଗେ ସଙ୍ଗେ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି କାମ

ଆଜି ଆମେ ଆପଣମାନଙ୍କୁ ଏମିତି କିଛି କାମ ବିଷୟରେ କହିବୁ ଯାହାକୁ ଖାଇବା ପରେ ଭୁଲ ରେ ମଧ୍ୟ କରିବେ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ଶରୀର ଅସୁସ୍ଥ ହେବ । ଯଦି ଆପଣ ଏହି ନିୟମକୁ ଭଲ ଭାବରେ ମାନିବେ, ତେବେ ଆପଣଙ୍କ ଶରୀର ସୁସ୍ଥ ରହିବା ସହିତ, ଆପଣଙ୍କ ଓଜନ କମିବ । ଯାହାଫଳରେ ଆପଣ ଫିଟ୍ ରହିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଅଧିକାଂଶ ଲୋକ ଖାଦ୍ୟ ସେବନ କରିବା ପରେ ତୁରନ୍ତ ଶୋଇ ପଡନ୍ତି । ହେଲେ ଏହା କରିବା ଅନୁଚିତ ହୋଇଥାଏ । କାରଣ ଖାଦ୍ୟ ଖାଇବା ପରେ ଯଦି ଆପଣ ସିଧା ଠିଆ ହେବେ ବା ବସିବେ, ଆପଣଙ୍କ ପାଚନ ପକ୍ରିୟାରେ କୌଣସି ପ୍ରକାରର ବାଧା ଆସିବ ନାହିଁ । ଯାହାଫଳରେ ଆପଣ ଖାଇଥିବା ଖାଦ୍ୟ ଭଲଭାବରେ ହଜମ ହୋଇଯିବ ।

ହେଲେ ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇଯିବେ, ତେବେ ଏହା ଦ୍ଵାରା ଆପଣଙ୍କ ପାଚନ ପ୍ରକ୍ରିୟା ଠିକ ଭାବରେ ହେବ ନାହିଁ । ଯାହାଦ୍ୱାରା ଆପଣଙ୍କୁ ପେଟ ଜନିତ ସମସ୍ୟା ହେବାର ସମ୍ଭାବନା ଅଛି ।

୨. ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ସ୍ମୋକିଙ୍ଗ କରିଥାନ୍ତି, ହେଲେ ଏହା ଦ୍ଵାରା ଆପଣଙ୍କୁ ବହୁତ ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ସିଗାରେଟରେ ଏକ ପ୍ରକାରର ତତ୍ଵ ଥାଏ, ଯାହାକୁ ନିକୋଟିନ କୁହାଯାଏ । ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ସ୍ମୋକିଙ୍ଗ କରିବେ, ତେବେ ସିଗାରେଟରେ ଥିବା ନିକୋଟିନ ଆପଣଙ୍କ ଶରୀରରେ ଥିବା ଅମ୍ଳଜାନ ସହ ମିଶି ଯାଇଥାଏ ।

ଏହା ଦ୍ଵାରା ଆପଣଙ୍କ ଶରୀରରେ ନକରାତ୍ମକ ପ୍ରକ୍ରିୟା ହୋଇଥାଏ । ଯେଉଁ ଅମ୍ଳଜାନ ଆପଣଙ୍କ ଖାଦ୍ଯକୁ ହଜମ କରିବା ପାଇଁ ସାହାର୍ଯ୍ୟ କରିଥାଏ, ନିକୋଟିନ ଏହି ଅମ୍ଳଜାନକୁ ନଷ୍ଟ କରିଥାଏ, ଏହା ଦ୍ଵାରା ଆପଣଙ୍କ ପାଚନ ପ୍ରକ୍ରିୟା ଠିକ ଭାବରେ ହୋଇନଥାଏ । ତେଣୁ ଖାଦ୍ୟ ଖାଇବା ପରେ ଭୁଲ ରେ ମଧ୍ୟ ସ୍ମୋକିଙ୍ଗ କରନ୍ତୁ ନାହିଁ ।


୩. ଖାଦ୍ୟ ଖାଇବା ପରେ ତୁରନ୍ତ ସ୍ନାନ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଶରୀର ପାଇଁ ବହୁତ ମାରାତ୍ମକ ହୋଇଥାଏ । ଏହା ସହିତ ଆପଣଙ୍କ ପାଚନ ପ୍ରକ୍ରିୟାରେ ମଧ୍ୟ ବହୁତ ହାନି ହୋଇଥାଏ । ଖାଦ୍ୟ ଖାଇବା ପରେ ଶରୀରର ଅଧିକ ବ୍ଲଡ଼ ସର୍କ୍ୟୁଲେସନ ପାଚନ ପ୍ରକ୍ରିୟା ପାଇଁ ସହାୟକ ହୋଇଥାଏ, ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧୋଇବେ, ତେବେ ଆପଣଙ୍କ ଶରୀରରେ ହେଉଥିବା ବ୍ଲଡ଼ ସର୍କ୍ୟୁଲେସନ ସ୍ଲୋ ହୋଇଥାଏ, ଯାହାଫଳରେ ଆପଣଙ୍କ ଶରୀର ଠିକ ଭାବରେ ଖାଦ୍ୟକୁ ହଜମ କରିପାରେ ନାହିଁ । ତେଣୁ ଯଦି ଆପଣ ନିଜ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି, ତେବେ ଖାଦ୍ୟର ସେବନ ପରେ ଭୁଲ ରେ ମଧ୍ୟ ସ୍ନାନ କରନ୍ତୁ ନାହିଁ ।


୪. ଖାଦ୍ୟ ଖାଇବା ପରେ ଭୁଲ ରେ ମଧ୍ୟ ଚା’ ପିଅନ୍ତୁ ନାହିଁ । ଚା’ରେ ଟେନିକ ଏସିଡ ଥାଏ, ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇବେ, ତେବେ ଆପଣଙ୍କୁ ଖାଦ୍ୟରୁ ମିଳୁଥିବା ପୋଷଣ ନଷ୍ଟ ହୋଇଯିବ । କାରଣ ଚା’ରେ ଥିବା ଟେନିକ ଏସିଡ ଆମ ଖାଦ୍ୟର ପୋଷଣକୁ ନଷ୍ଟ କରିଦିଏ । ତେଣୁ ଭୁଲ ରେ ମଧ୍ୟ ଖାଦ୍ୟର ସେବନ କରିବା ପରେ ଚା’ ପିଅନ୍ତୁ ନାହିଁ ।