ଶ୍ରୀମନ୍ଦିରରେ କୁକୁର ପୂଜା କାହିଁକି ହୁଏ ? ମହାପ୍ରଭୁଙ୍କ ଅପାର ଲୀଳା ଜାଣିଲେ ଆଖିରୁ ଧାର ଧାର ଲୁହ ବୋହିଯିବ, ପଣ୍ଡିତ ସୌମ୍ଯରଞ୍ଜନ ପଣ୍ଡା

ଶ୍ରୀମନ୍ଦିର ବିଭିନ୍ନ ପୌରଣିକ ରହସ୍ୟରେ ପରିପୂର୍ଣ୍ଣ । ମନ୍ଦିର ଭିତରେ କୁତାମଚଣ୍ଡୀ ଏବଂ ଶ୍ଵାନ ଭୈରବଙ୍କ ମୂର୍ତ୍ତି ରହିଛି । ଯାହା ସାଧାରଣ ଭାଷାରେ କହିଲେ କୁକୁର ବୋଲି ବୁଝାଏ । ମନ୍ଦିର ଭିତରେ କାହିଁକି କୁକୁରଙ୍କ ମୂର୍ତ୍ତି ରହିଛି ? କୁକୁରଙ୍କୁ ମନ୍ଦିର ପ୍ରବେଶ ମନା ଥିବାବେଳେ ଶ୍ରୀମନ୍ଦିର ବେଢାରେ କୁକୁରଙ୍କ ମୂର୍ତ୍ତି କାହିଁକି ରହିଛି ? ଶ୍ରୀମନ୍ଦିରରେ ଅନନ୍ତ ବାସୁଦେବଙ୍କ ମନ୍ଦିରକୁ ପ୍ରବେଶ କରିବା ବାଟରେ ଗୋଟିଏ କୁକୁର ମୂର୍ତ୍ତି ରହିଛି, ଯାହାକୁ ସିନ୍ଦୂରରେ ସୁଶୋଭିତ ହୋଇ ସେଠାରେ ରହିଛନ୍ତି ।

 

ତାଙ୍କ ସାମ୍ନାରେ କ୍ଷେତ୍ରପାଳ ଭୈରବ ଅଛନ୍ତି ଏବଂ ତାଙ୍କ ପଛପଟେ ଚତୁର୍ଭୁଜା କୁତାମଚଣ୍ଡୀ ଏକ କୁକୁର ଉପରେ ବିଦ୍ୟମାନ ଅଛନ୍ତି । ମହାପ୍ରଭୁଙ୍କ ମହାପ୍ରସାଦରେ କିଛି ବ୍ୟତିକ୍ରମ ଘଟିଲେ କିମ୍ବା ସେଥିରେ କିଛି ଅବଗୁଣ ଥିଲେ ଏବଂ ମନ୍ଦିର ଭିତରକୁ କିଛି କୁସଂସ୍କୃତି ପ୍ରବେଶ କଲେ ଶ୍ଵାନ ଭୈରବ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ଭାବେ ପ୍ରଦକ୍ଷିଣ କରିଥାନ୍ତି । ଆଉ କେହି ତାଙ୍କୁ ଦେଖିନେଲେ ସେ ସେଠାରୁ ଉଭାନ ହୋଇଯାନ୍ତି । ଅନେକ ସମୟରେ ମନ୍ଦିରର ପୂଜାରୀମାନେ ମନ୍ଦିର ଭିତରେ କୁକୁର ବୁଲିବାର ଏବଂ ପରେ ଉଭାନ ହୋଇଯିବାର ଦେଖିବାକୁ ମିଳିଛି ।

କୁକୁର ବୁଲିବା ଦ୍ଵାରା ମହାପ୍ରଭୁଙ୍କ ନୀତିକାନ୍ତି କିମ୍ବା ମହାପ୍ରସାଦରେ କିଛି ଅଘଟଣ ନିହାତି ଭାବେ ଘଟିଥିବ ବୋଲି ପୂଜାରୀମାନେ ଜାଣି ନିଅନ୍ତି । କୁତାମଚଣ୍ଡୀ ଦେବୀଙ୍କ ପୂର୍ବ ନାମ ଥିଲା ଉଡ୍ରେନ ଦେବୀ । ସେ ପୂର୍ବରୁ ମହାପ୍ରଭୁଙ୍କ ପୋଖରିଆ ଭିତରେ ସିଂହାସନ ପାଖରେ ଅବସ୍ଥାନ କରିଥିଲେ । କାହିଁକି ନା ଶାସ୍ତ୍ରରେ ମହାପ୍ରଭୁଙ୍କୁ ସାକ୍ଷାତ ଭୈରବ ବୋଲି କୁହାଯାଇଛି ଏବଂ ଭୈରବଙ୍କ ବାହାନ ହେଉଛି କୁକୁର ।

ରାଜା କପିଳେନ୍ଦ୍ରଦେବଙ୍କ ସମୟରେ ଯେତେବେଳେ ପ୍ରଭୁ ଚୈତନ୍ୟ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିଥିଲେ ସେତେବେଳେ ସେ ବୈଷ୍ଣବ ଧର୍ମାବଲମ୍ବୀ ରାଜା କପିଳେନ୍ଦ୍ରଦେବଙ୍କୁ କୁତାମଚଣ୍ଡୀଙ୍କ ମୂର୍ତ୍ତି ମହାପ୍ରଭୁଙ୍କ ସମୁଖରୁ ବାହାର କରିଦେବା ପାଇଁ ପରାମର୍ଶ ଦେଇଥିଲେ । ଆଉ ଏକ ଲୋକକଥା ମଧ୍ୟ ରହିଛି କି, ସେତେବେଳେ ମନ୍ଦିର ମଧ୍ୟକୁ ଅନେକ ବୁଲା କୁକୁର ପ୍ରବେଶ କରୁଥିଲେ ଓ ଫଳରେ ମନ୍ଦିର ପ୍ରାଙ୍ଗଣ ଦୂଷିତ ହେଉଥିଲା ।

ସେହି ସମୟରେ କାଶୀରୁ ଆସିଥିବା କିଛି ପଣ୍ଡିତ ପରାମର୍ଶ ଦେଇଥିଲେ କି ମନ୍ଦିର ବେଢା ଭିତରେ ଯଦି କୁକୁରଙ୍କୁ ପୂଜା କରାଯିବ ତେବେ କୁକୁରମାନେ ଆଉ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ନାହିଁ । ଏହା ପରଠାରୁ ମନ୍ଦିରରେ କୁକୁରଙ୍କ ପୂଜା ହୋଇ ଆସୁଛି । କୁତାମଚଣ୍ଡୀଙ୍କ ସେବକଙ୍କୁ ପ୍ରାଧାନୀ ସେବକ କୁହାଯାଏ । ବଡବାର ସାଆନ୍ତଙ୍କ ଯେଉଁ ଥାଳି ମନ୍ଦିରକୁ ଆସିଥାଏ ତାହା ପ୍ରଥମେ କୁତାମଚଣ୍ଡୀଙ୍କ ପାଖକୁ ଆସେ ଓ ତାଙ୍କ ନିକଟରେ ସମର୍ପିତ ହୋଇଥାଏ ।

କୁତାମଚଣ୍ଡୀ ହେଉଛି ସମସ୍ତ ପ୍ରକାର ଉଡ୍ରାୟନ ତନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ । କୁତାମଚଣ୍ଡୀ ହେଉଛନ୍ତି ମହାପ୍ରଭୁଙ୍କ ସମସ୍ତ ପ୍ରକାର ନୈବେଦ୍ୟର ରକ୍ଷକ । ମହାପ୍ରଭୁଙ୍କୁ ଯେଉଁ ଅମଣିଆ ଯାଏ ସେ ତାହାର ମଧ୍ୟ ରକ୍ଷକ ବୋଲି କୁହାଯାଏ । ଅମଣିଆରେ ଯଦି କୌଣସି ଦୋଷ କିମ୍ବା ସ୍ପର୍ଶ ଦୋଷ ଲାଗିଯାଏ ତେବେ ଆଜି ମଧ୍ୟ ମନ୍ଦିର ପ୍ରାଙ୍ଗଣରେ କୁକୁର ବୁଲିଥାନ୍ତି ଓ କାହାକୁ ଦେଖା ଦେଇ ସାରିବା ପରେ ଉଭାନ ହୋଇଯାନ୍ତି । କୁତାମଚଣ୍ଡୀଙ୍କୁ ଦର୍ଶନ କରିବା ମହାପ୍ରଭୁଙ୍କ ବିଶେଷ କୃପା ଲାଭ ହୋଇଥାଏ ।

କୁହାଯାଏ କି ତାଙ୍କର ଦର୍ଶନ କରିବା ଦ୍ଵାରା ରକ୍ତଚାପ ଜନିତ ରୋଗ ସୁସ୍ଥ ହୋଇଥାଏ । ମହାପ୍ରଭୁଙ୍କ ଲୀଳା ସତରେ ଅପାର । କାରଣ ବୈଷ୍ଣବ ଧର୍ମରେ କୌଣସି ମନ୍ଦିରରେ ମଧ୍ୟ କୁକୁର ପୂଜା ପାଉଥିବାର ଦେଖାଯାଏ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।