ଜୀବନର ବିପରୀତ ପରିସ୍ଥିତି ପାଇଁ ଭଗବାନଙ୍କୁ ଦୋଷ ଦେବାର ପରିଣାମ କଣ ହୋଇଥାଏ ? ନିଶ୍ଚୟ ଜାଣନ୍ତୁ ମଣିଷ ଜୀବନରେ ସଂଘର୍ଷର ମହତ୍ଵ, ଆଖିରେ ଲୁହ ଆସିଯିବ

ଜୀବନରେ ଅନେକ ସଂଘର୍ଷ କରି ମଣିଷ ବଞ୍ଚିବାକୁ ଚେଷ୍ଟା କରେ । ହେଲେ ଜୀବନର ପ୍ରତିଟି ପରିସ୍ଥିତିରେ, ଛୋଟ ଛୋଟ ସଂଘର୍ଷ ଓ ଦୁଃଖରେ ଆମେ ସବୁବେଳେ ଭଗବାନଙ୍କୁ କାହିଁକି ଦୋଷାରୋପ କରୁ ? ଜାଣି ରଖନ୍ତୁ କି, ସମାଧାନର ମାର୍ଗ ଖୋଜିବା ହିଁ ସବୁ ଦୁଃଖକୁ ସୁଖରେ ପରିଣତ କରିବାର ଏକମାତ୍ର ଉପାୟ । ଆଉ ସେହି ସମାଧାନର ମାର୍ଗ ଆମକୁ ସେତେବେଳେ ମିଳିବ ଯେତେବେଳେ ଆମେ ଦୁଃଖକୁ ବଡ ନଭାବି ଛୋଟ ଭାବିବା ।

ଦୁଃଖକୁ ସୁଖରେ ପରିଣତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏକାଗ୍ର ଚିତ୍ତରେ ଜୀବନର ପ୍ରତ୍ଯେକଟି ସଂଘର୍ଷକୁ ନିଜ କର୍ତ୍ତବ୍ୟ ଭାବି ଲଢିବାକୁ ପଡିବ । ଏହାସହ ନିଜ ଦୁଃଖର କାରଣ ପାଇଁ ସବୁବେଳେ ଭଗବାନ ଏବଂ ନିୟତିଙ୍କୁ ଦୋଷାରୋପ କରିବା ବନ୍ଦ କରିବାକୁ ହେବ । ତେବେ ଚାଲନ୍ତୁ ଜାଣିବା ଭଗବାନଙ୍କୁ ଦୋଷାରୋପ କରିବାର ପରିଣାମ କଣ ହୋଇପାରେ । ଥରେ ଜଣେ ଭଗବାନଙ୍କ ଉପରେ ବହୁତ ରାଗିଗଲା । କୃଷକଟି ବହୁତ ପରିଶ୍ରମୀ ଥିଲା ଏବଂ ପରିଶ୍ରମ କରି କ୍ଷେତରେ ଅନେକ ପ୍ରକାର ଫସଲ ଚାଷ କରିଥିଲା ।

ଚାଷକାମ ହିଁ ପରିବାର ପେଟ ପୋଷିବାର ଏକମାତ୍ର ମାର୍ଗ ଥିଲା । ନିଜ ପିଲାଙ୍କୁ ଯେମିତି ସ୍ନେହ କରେ ନିଜ ଫସଲଙ୍କୁ ବି ସେତିକି ଆଦର କରେ କୃଷକ । କିନ୍ତୁ ମରୁଡି , ବନ୍ୟା, ବାତ୍ୟା, କୁଆପଥର ବର୍ଷା ଓ କେବେ ଅତ୍ୟଧିକ ଖରା ଯୋଗୁଁ ଅଧିକାଂଶ ସମୟରେ ତା’ ଫସଲର ଅନେକାଂଶ ନଷ୍ଟ ହୋଇଯାଏ ।

ଦିନେ କୃଷକ ଭୀଷଣ କ୍ରୋଧରେ ଉପରକୁ ଚାହିଁ ଭଗବାନଙ୍କ ଉଦ୍ଦେଶ୍ୟରେ କହିଲା, ହେ ଇଶ୍ଵର ଲୋକ ଆପଣଙ୍କୁ ସର୍ବଜ୍ଞ ବୋଲି ମାନନ୍ତି ଓ କହିବା ଆଗରୁ ସବୁ ବୁଝିଯାନ୍ତି । ତୁମ ଆଜ୍ଞା ବିନା ପୁଣି ଗଛରେ ପତ୍ରଟିଏ ବି ହଲେନି । ହେଲେ ସବୁ ଲୋକ ମିଛରେ ହିଁ ଆପଣଙ୍କ ପ୍ରଶଂସା କରୁଛନ୍ତି । ମୋତେ ଲାଗୁଛି ଆପଣଙ୍କୁ ଏଇ ଛୋଟକଥା ବି ଜଣାନାହିଁ କି ଚାଷବାସ କେମିତି କରାଯାଏ । ଯଦି ଜଣାଥାନ୍ତା ତେବେ ଅସମୟରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ସବୁ ଆସି ନଥାନ୍ତା ।

ଏସବୁକୁ ସାମ୍ନା କରି ଚାଷୀଙ୍କୁ କେତେ କ୍ଷତି କେତେ କଷ୍ଟ ସହିବାକୁ ପଡୁଛି ଆପଣ କଣ ଜାଣିବେ । ଯଦି ତୁମେ ଏସବୁ ସମ୍ଭାଳି ପାରୁନ ତେବେ ସେହି ଶକ୍ତି ମୋତେ ଦେଇ ଦିଅ । ଚାଷ ପାଇଁ ଯେତେବେଳେ ଯେଉଁ ପାଗ ରହିବା ଦରକାର ମୁଁ ସେହିଭଳି ପାଗ ପରିବର୍ତ୍ତନ କରିବି । ଆପଣ ଦେଖିବେ ମୁଁ ଅନ୍ନର ଭଣ୍ଡାର ଲଗେଇ ଦେବି ।

କୃଷକର ଏଭଳି ରୁକ୍ଷ କଥା ଶୁଣି ଭଗବାନ ହସିଲେ ଓ ପ୍ରକଟ ହୋଇ କୃଷକକୁ କହିଲେ, ମୁଁ ତୋତେ ଶକ୍ତି ଦେଉଛି ଆଜିଠାରୁ ତୁ ଚାଷ ପାଇଁ ଯେଉଁଭଳି ପାଗ ଚାହିଁବୁ ସେମିତି ପାଗର ପରିବର୍ତ୍ତନ କରିପାରିବୁ । କୃଷକ ଖୁବ ଖୁସି ହୋଇ ପ୍ରଥମେ ଯାଇ ଗହମ ଚାଷର ପ୍ରସ୍ତୁତି ଆରମ୍ଭ କଲା । ସେ ବାତ୍ୟା, ବନ୍ୟା ଓ ମରୁଡି କିଛିବି ଆସିବାକୁ ଦେଲାନି ଓ ଯେତେବେଳେ ଯେଉଁ ପାଗ ଦରକାର ସେହିଭଳି ପାଗ କଲା । ଏଥର କୃଷକ ବିଲରେ ଏମିତି ଫସଲ ହେଲା ଯେମିତି ଆଗରୁ କେବେବି ହୋଇ ନଥିଲା ।

କୃଷକ ବହୁତ ଖୁସି ହୋଇ ମନରେ ଭାବିଲା ଏଥର ଭଗବାନଙ୍କୁ ମୁଁ ଦେଖେଇ ଦେବି କି ସେ ଭୁଲ ଆଉ ମୁଁ ଠିକ ବୋଲି । ଏହାକୁ କୁହନ୍ତି ଶକ୍ତିର ଉଚିତ ସଦୁପଯୋଗ । ଏହାକୁ ଦେଖି ଭଗବାନଙ୍କୁ ତାଙ୍କ ନିୟମରେ ନିଶ୍ଚିତ ପରିବର୍ତ୍ତନ କରିବାକୁ ପଡିବ । କିନ୍ତୁ ଯେତେବେଳେ ଫସଲ କାଟିବା ସମୟ ଆସିଲା ସେତେବେଳେ କୃଷକ ମୁଣ୍ଡ ବାଡେଇ କାଣ୍ଡିବାକୁ ଲାଗିଲା ।

କାରଣ ସବୁ ଗହମ ଦାନା ଭିତରୁ ଏକଦମ ଫମ୍ପା ଥିଲା । ସେ ବହୁତ ଦୁଃଖିତ ହୋଇ କାନ୍ଦି କାନ୍ଦି ପୁଣି ଭଗବାନଙ୍କୁ କହିଲା, ପ୍ରଭୁ ଆପଣ ମୋ ସହ ଏମିତି କଣ ପାଇଁ କଲେ । ଭଗବାନ ଉତ୍ତର ଦେଲେ, ପୁତ୍ର ଏମିତି ତ ହେବାର ହିଁ ଥିଲା । କାରଣ ତୁ ତୋ ଫସଲ ମାନଙ୍କୁ ବାତ୍ୟା, ବନ୍ୟା, ଝଡ କାହାସହ ବି ସଂଘର୍ଷ କରିବାକୁ ଦେଲୁନି । ଯେତେବେଳେ ଖରା, ବର୍ଷା ଓ ତୋଫାନ ଆସେ ସେତେବେଳେ ଗହମ ଦାନା ନିଜ ଅସ୍ଥିତ୍ଵକୁ ବଞ୍ଚାଇବା ପାଇଁ ସଂଘର୍ଷ କରନ୍ତି ।

ଯାହାଦ୍ଵାରା ତାଙ୍କ ଭିତରେ ଏକ ପ୍ରାକୃତିକ ଊର୍ଜାର ବିକାଶ ହୁଏ ଓ ସେହି ଊର୍ଜା ହିଁ ଫସଲକୁ ଫମ୍ପା ହେବାରୁ ବଞ୍ଚାଇଥାଏ । କିନ୍ତୁ ତୁ ସେମାନଙ୍କୁ କୌଣସି ପରିସ୍ଥିତିର ସାମ୍ନା କରିବାକୁ ଦେଲୁନି ସେଥିପାଇଁ ସେସବୁ ଫମ୍ପା ରହିଗଲା । ସୁନାଟିଏ ମଧ୍ୟ ନିଆଁରେ ଜଳି, ହାତୁଡି ମାଡ ଖାଇ ସବୁ ସଂଘର୍ଷକୁ ସାମ୍ନା କରେ ।

ଠିକ ସେହିଭଳି ଆମ ଜୀବନରେ କଠିନ ପରିସ୍ଥିତି ନ ଆସିଲେ ଆମ ଜୀବନ ମଧ୍ୟ ଗହମ ଦାନ ଭଳି ଫମ୍ଫା ରହିଯିବ । ବିପରୀତ ପରିସ୍ଥିତି ହିଁ ଆମ ଜୀବନକୁ ଉଜ୍ବଳତା ପ୍ରଦାନ କରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।