ଏହି ସାମାନ୍ଯ ପତ୍ରର ଚମତ୍କାରୀ ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, କ୍ୟାନ୍ସର ଠାରୁ ନେଇ କୃମି ପର୍ଯ୍ୟନ୍ତ ଶରୀରର ସବୁ ସମସ୍ଯାକୁ ଭଲ କରିପାରେ ଏହି ପତ୍ର

ପିଜୁଳିକୁ “ଗରିବର ସେଓ” କୁହାଯାଏ । ଭାରତରେ ଅନେକ ଗରିବ ଶ୍ରେଣୀର ଲୋକ ବାସ କରନ୍ତି । ତେଣୁ ପିଜୁଳି ଭାରତୀୟ ଜଳବାୟୁ ଅନୁକୂଳ ହୋଇଥିବାରୁ ଆମେ ଧନ୍ୟବାଦୀ ହେବା ଉଚିତ । ଏଥିରେ ଭିଟାମିନ-A, ଭିଟାମିନ-C, ପୋଟାସିୟମ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଥାଏ । ସ୍ଵାଦିଷ୍ଟ ହେବାସହ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ ପିଜୁଳି । ତେବେ ପିଜୁଳି ପତ୍ରରୁ ଆମକୁ କଣ ଉପକାର ମିଳିଥାଏ ଓ ଏଥିପାଇଁ ଏହାର ପତ୍ରକୁ କିପରି ସେବନ କରିବା ଏ ସମ୍ବନ୍ଧରେ ଆଜି ଆମେ ଜାଣିବା ।

ପିଜୁଳି ଗଛର ଫଳ ଠାରୁ ନେଇ ପତ୍ର ଏବଂ ଛାଲି ପର୍ଯ୍ୟନ୍ତ ସବୁକିଛି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଓ ଉପଯୋଗୀ ହୋଇଥାଏ । ଆଜିକାଲି କ୍ୟାନ୍ସର ଭଳି ରୋଗ ଅଧିକ ମାତ୍ରାରେ ଦେଖାଯାଉଛି । ଡାକ୍ତରମାନେ କୁହନ୍ତି କି, ପ୍ରତିଦିନ ପିଜୁଳି ଖାଇବା ଦ୍ଵାରା ଜଣେ ବ୍ୟକ୍ତି କ୍ୟାନ୍ସର ଭଳି ମାରାତ୍ମକ ରୋଗ ଠାରୁ ଦୂରେଇ ରହିପାରିବେ । ପିଜୁଳି ଏନିମିଆ ବା ରକ୍ତହୀନତା ଭଳି ସମସ୍ଯାକୁ ମଧ୍ୟ ଭଲ କରେ ।

ଏହାସହ କୋଷକାଠିନ୍ୟ ସମସ୍ଯାକୁ ମଧ୍ୟ ଭଲ କରେ । ଅନେକ ଲୋକଙ୍କୁ ଦୀର୍ଘ ଦିନ ଯାଏଁ ଥଣ୍ଡା, କାଶ ଆଦି ଲାଗି ରୁହେ । ତାହାକୁ ମଧ୍ୟ ପିଜୁଳି ଭଲ କରେ । ବୟସ୍କ ଲୋକଙ୍କ ପାଇଁ ବେଶ ଭଲ ହୋଇଥାଏ ପିଜୁଳି । ସେମାନଙ୍କୁ ବଳ ଯୋଗାଇବା ସହ ରକ୍ତ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ ।

ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୂର କରେ ପିଜୁଳି । ପିଜୁଳିକୁ କଳା ଲୁଣ ମଡେଇ ଖାଇବା ଦ୍ଵାରା ଏହା ଅଜୀର୍ଣ୍ଣତା ଓ କଫ ଦୋଷ ମଧ୍ୟ ଦୂର କରେ । ପିଜୁଳିର ପତ୍ରରେ ମଧ୍ୟ ବହୁ ପ୍ରକାରର ଭିଟାମିନ ରହିଥାଏ । ଏହା ମୁହଁରୁ ନେଇ ପେଟ ପର୍ଯ୍ୟନ୍ତ ଅନେକ ରୋଗ ଭଲ କରେ । ଏହି ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ଭରପୁର ମାତ୍ରାରେ ଥାଏ ।

ପିଜୁଳି ପତ୍ରର ରସ ଏବଂ ପିଜୁଳି ପତ୍ରରୁ ପ୍ରସ୍ତୁତ ଚାହା ଆମ ତ୍ଵଚା ସହ କେଶ ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ । ପିଜୁଳି ପତ୍ରକୁ ଖରାରେ ଶୁଖାଇ ଏହାଌ ଗୁଣ୍ଡ କରି ରଖନ୍ତୁ ଓ ରାତିରେ କ୍ଷୀର ସହ ସିଝାଇ ପିଅନ୍ତୁ, ଦେଖିବେ ରାତିରେ ଭଲ ନିଦ ହେବ । ଛୋଟ ପିଲାଙ୍କୁ ଝାଡା ହେଉଥିଲେ ଏହି ପତ୍ରର ବାଟି ରସ ବାହାର କରି ତାଙ୍କୁ ପିଇବାକୁ ଦେଲେ ଝାଡା ଶୀଘ୍ର ଭଲ ହୁଏ ।

ଡାଇବେଟିସ ରୋଗୀଙ୍କ ରକ୍ତରେ ବଢୁଥିବା ସୁଗାର ସ୍ତରକୁ କଣ୍ଟ୍ରୋଲ କରିବାରେ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭଳି କାମ କରେ । ଏହି ଚାହା ଆମ କୋଲେଷ୍ଟ୍ରୋଲ ସ୍ତର ଏବଂ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖେ । ପିଜୁଳି ପତ୍ରକୁ ଖାଲି ପାଟିରେ ଚୋବାଇ ଖାଇଲେ ପେଟରେ ଥିବା କୃମି ନଷ୍ଟ ହୁଏ ଓ ପାଚନକ୍ରିୟା ଠିକ ରୁହେ । ମୁଣ୍ଡବିନ୍ଧା ସମସ୍ଯା ଥିଲେ କଅଁଳିଆ ପିଜୁଳି ପତ୍ରକୁ ବାଟି କପାଳରେ ଲଗାଇବା ଦ୍ଵାରା ତାହା ଭଲ ହୁଏ ।

ପିଜୁଳି ଖାଇଲେ ଥଣ୍ଡା ହୁଏ ବୋଲି ଅନେକ ଲୋକଙ୍କ ଧାରଣା ରହିଥାଏ । ଏହା ଏକଦମ ଭୁଲ ଧାରଣା ଅଟେ । ପିଜୁଳିକୁ ଯଦି ସଠିକ ମାତ୍ରାରେ ଖାଇବେ ତେବେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ଭଳି କାର୍ଯ୍ୟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।