ଧାନ ବିଲରୁ ପ୍ରେମ, ବୟସ ସାଜି ପାରିଲାନି ବାଧା, ପରିଣତ ବୟସରେ ବିବାହ କରିଥିବା ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ video

ବରଙ୍କ ବୟସ 63 ବର୍ଷ ହୋଇଥିବା କନ୍ୟାର ବୟସ 65 । ଧାନ ବିଲରୁ ପ୍ରେମ ହେବାପରେ ମନ୍ଦିରରେ ବିବାହ କଲେ । ଏହି ନବଦମ୍ପତିଙ୍କ ବିବାହ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ବିବାହାର ଅନେକ କାହାଣୀ ଆପଣ ଶୁଣିଥିବେ । ସବୁ କାହାଣୀ ଭଳି ଏହି ପ୍ରେମ କାହାଣୀ ମଧ୍ୟ ବେଶ ନିଆରା । କୁହାଯାଏ କି, ପ୍ରକୃତ ପ୍ରେମରେ କୌଣସି ବି ବାଧାବିଘ୍ନ ପ୍ରତିବନ୍ଧକ ସାଜି ପାରେନା । ପ୍ରେମ କେତେବେଳେ କେଉଁଠି ଓ କାହାସହ ହୁଏ କହି ହୁଏନି ।

ଏହାକୁ ସତ କରିଛନ୍ତି କେନ୍ଦ୍ରପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତି ଭଜେଶ୍ଵରୀ ଓ ଶକ୍ତିପ୍ରସାଦ । ଶହେ ମାନସିକ କରି ପାଇଥିବା ପୁଅ ମୁହଁ ଚାହିଁଲାନି କି ଝିଅ ବି ଆଡଆଖିରେ ଚାହିଁଲାନି । ପେଟ ପାଇଁ ପର ବିଲରେ ମଜୁରୀ ଲାଗିବା ବେଳେ ପରସ୍ପରର ସାଥି ହେବାକୁ ଶପଥ ନେଲେ ବୃଦ୍ଧ ଦମ୍ପତି । ଭଜେଶ୍ଵରୀ ବିଲକୁ ଧାନ କାଟିବାକୁ ଯିବାବେଳେ ପାଖ ଗାଁର ଶକ୍ତିପ୍ରସାଦଙ୍କ ସହ ତାଙ୍କର ଦେଖା ହୋଇଥିଲା । ଶକ୍ତିପ୍ରସାଦଙ୍କ ମଧ୍ୟ ସେହି ସମାନ କାହାଣୀ ।

ପତ୍ନୀ ଆରପାରିକୁ ଚାଲି ଯାଇଥିବା ବେଳେ ଅନ୍ୟ ସମସ୍ତେ ଥିଲେ ବି ଦେଖାଶୁଣା କରିବାକୁ କେହି ନାହାନ୍ତି । ମୋର କେହି ନାହାନ୍ତି, ପୁଅ-ଝିଅ ବି ପଚାରୁ ନାହାନ୍ତି । ମୋ ଦେହ ଖରାପ ବେଳେ ସେ ମୋତେ ମେଡିକାଲ ନେଇଥିଲେ । ସେଥିପାଇଁ ତ ଜୀବନର ଶେଷ ସମୟରେ ତାଙ୍କୁ ସାଥି କଲି ବୋଲି କୋହଭରା କଣ୍ଠରେ କହିଛନ୍ତି ଭଜେଶ୍ଵରୀ ।

ନିଜର ପରିବାର ପର କରିଦେବା ପରେ ପରିଣତ ବୟସରରେ ବି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭଜେଶ୍ଵରୀ ଓ ଶକରିପ୍ରସାଦ । ଆମ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ତାଙ୍କ ପରିବାର ବାସନ୍ଦ କରିବା ପରେ ସେମାନେ ଜୀବନରେ ହାରିଯାନ୍ତି । କିନ୍ତୁ ଏ କ୍ଷେତ୍ରରେ ଭଜେଶ୍ଵରୀ ଏବଂ ଶକ୍ତିପ୍ରସାଦ ସବୁଠୁ ଆଗରେ । ପରିଣତ ବୟସରେ ବି ନିଜେ ଆତ୍ମନିର୍ଭର ହେବା ସହ ସମାଜରେ ସମ୍ମାନର ସହ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏହି ବୃଦ୍ଧ ଦମ୍ପତି ।

ସତରେ ପ୍ରେମରେ ବୟସ ବାଧକ ସାଜି ପାରିନି । ଜୀବନର ଶେଷ ସନ୍ଧ୍ୟାରେ ଦୁହେଁ ପରସ୍ପରର ହାତ ଧରି ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।