ଏହା ହେଉଛି ବିଶ୍ଵର ସବୁଠାରୁ ଦାମୀ ପରିବା, ହିମାଚଳ ପ୍ରଦେଶରେ ହେଉଥିଲା ଚାଷ, ପରିବା ର ଦାମ୍ ଶୁଣିଲେ ହୋସ୍ ଉଡିଯିବ !

ଆମେ ପ୍ରତିଦିନ ବଜାରରୁ ପରିବା କିଣିଥାଉ । ଆମେ ଖାଉଥିବା ପରିବା ର ଦର ବୃଦ୍ଧି ହେଲେ ଗ୍ରାହକଙ୍କୁ ଖୁବ ବାଧିଥାଏ ଓ ସମସ୍ତେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥାନ୍ତି । ହେଲେ ଏମିତି ଏକ ପରିବା ଅଛି ଯାହାର ଦାମ୍ ଶୁଣିଲେ ହୋସ୍ ଉଡିଯିବ । ହଜାରେ କି ଦୁଇ ହଜାରେ ନୁହେଁ ବରଂ କେଜି ପିଛା 85 ହଜାର ଟଙ୍କା ଏହି ପରିବା ର ଦାମ୍ । ଏମିତି ରେଟ୍ ଶୁଣିଲେ କିଣିବା ତ ଦୂର ସେଥିରେ ଆପଣ ହାତ ଲଗେଇବାକୁ ବି ଭୟ କରିବେ ।

ଏହି ଅଦ୍ଭୁତ ପରିବା ର ନାଁ ହେଉଛି ହପ୍ ଶୁଟସ୍ (Hop Shoots) । ଯାହାକି ବିଶ୍ଵର ସବୁଠୁ ଦାମୀ ପରିବା ବୋଲି କୁହାଯାଏ । ଏହି ପରିବା ସାଧାରଣତଃ ୟୁରୋପୀୟ ଦେଶ ମାନଙ୍କରେ ଉତ୍ପାଦନ ହୋଇଥାଏ । ହେଲେ ଟିକେ ଭାବନ୍ତୁ ସାମାନ୍ୟ ଗୋଟିଏ ପରିବା ର ଦମ୍ କେଜି ପ୍ରତି 85 ହଜାର ହେବାର କାରଣ କଣ ?

ହପ୍ ଶୁଟସ୍ ରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଭାରତରେ ଏହି ପରିବା ଚାଷ କରାଯାଏ ନାହିଁ । ରିପୋର୍ଟ ଅନୁସାରେ ଏକ ସମୟରେ ହିମାଚଳ ପ୍ରଦେଶରେ ଏହି ପରିବା ଚାଷ କରା ଯାଉଥିଲା । କିନ୍ତୁ ଉତ୍ପାଦ ପାଇଁ ମାର୍କେଟିଂ ଅଭାବ ହେତୁ ଏହି ଚାଷକାର୍ଯ୍ୟ ବନ୍ଦ ଦିଆଗଲା । ଏହି ପରିବା ପାଇଁ ଚାଷୀଙ୍କୁ ହାଡଭଙ୍ଗା ପରିଶ୍ରମ କରିବାକୁ ପଡିଥାଏ ।

ଏହି ପରିବା ମହଙ୍ଗା ହେବାର ଏହା ମଧ୍ୟ ଏକ ପ୍ରମୁଖ କାରଣ । ପରିମାଣ ଅନୁସାରେ ହପ୍ ଶୁଟସ୍ ର ବିଭିନ୍ନ ଦାମ ରହିଛି । ଏହାଛଡା ସହଜରେ ମାର୍କେଟରେ ମିଳି ନଥାଏ ଏହି ହପ୍ ଶୁଟସ୍ ପରିବା । ବିଶ୍ଵର ଦାମୀ ପରିବା ହପ୍ ଶୁଟସ୍ କୁ କିଣିବା କୌଣସି ଦାମୀ ଅଳଙ୍କାର କିଣିବା ସହ ସମାନ ।

ଏହି ପରିବାକୁ ଋତୁକାଳୀନ ଚାଷ କରାଯାଏ । ହପ୍ ଶୁଟସ୍ ଏକ ଲତାଜାତୀୟ ଗଛ ହୋଇଥିବା ବେଳେ ଉପରକୁ ଏହା 6 ମିଟର ପର୍ଯ୍ୟନ୍ତ ଉଠିଥାଏ । ପ୍ରାୟ 20 ବର୍ଷ ପର୍ଯ୍ୟନ୍ତ ଏହି ଗଛ ବଢି ଚାଲିଥାଏ । ମେଡିକାଲ ରିସର୍ଚ ଅନୁସାରେ ଏହି ପରିବା ଆମ ଶରୀରରେ ଆଣ୍ଟିବାଡି ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

ଏହାସହ ଯକ୍ଷ୍ମା ଭଳି ମାରାତ୍ମକ ରୋଗ ଦାଉରୁ ମଧ୍ୟ ଏହି ପରିବା ରକ୍ଷା କରିଥାଏ । ଏହି ପରିବା ଖାଇବା ଦ୍ଵାରା ଶୋଇବା ସମସ୍ଯା, ଚିଡଚିଡାପଣ, ଅଯଥା ଚିନ୍ତା, ବ୍ୟସ୍ତ ଓ ଭୟ ଭଳି ସମସ୍ଯା ମଧ୍ୟ ଭଲ କରିଥାଏ । ହପ୍ ଶୁଟସ୍ ର ଫଳ, ଫୁଲ ଓ କାଣ୍ଡ ବିୟର ପରି ପାନୀୟ ଏବଂ ଆଣ୍ଟିବାୟୋଟିକ୍ସ ଉତ୍ପାଦନ କରିବାରେ ବ୍ଯବହ୍ରୁତ ହୁଏ ।

ଏହାସହ ହପ୍ ଶୁଟସ୍ ରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୁର ମାତ୍ରାରେ ରହିଥାଏ । ଯାହା ଆମ ଚର୍ମକୁ ପରିଷ୍କାର ରଖିବା ସହ ଉଜ୍ଵଳ ମଧ୍ୟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।