ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହାତ ଟେକି ପ୍ରାର୍ଥନା କଲେ କେନ୍ଦ୍ରପଡା ସାଂସଦ Anubhav Mohanty, ଶୀଘ୍ର ସୁସ୍ଥତା ପାଇଁ ଗୁହାରି କଲେ, ଦେଖନ୍ତୁ video

ଦିନ ଗଡିଚାଲିଛି କିନ୍ତୁ ଲୋକଙ୍କୁ ମନରୁ ଭୟ ଲିଭୁନି । କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ଘଟଣା ଏବେବି ଲୋକଙ୍କୁ ଭୟଭୀତ କରିରଖିଛି । ଏବେବି ଆଇସିୟୁ ରେ ପ୍ରାୟ ଦଶ ଜଣ ଥିବାବେଳେ ଭେଣ୍ଟିଲେଟରରେ ତିନିଜଣ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏକଥା ଭାବିଲେ ଲୋକଙ୍କ ଲୋମଟାଙ୍କୁରି ହୋଇ ଉଠୁଛି । ସମୟ ସତରେ କେତେବେଳେ କଣ ଅଘଟଣ ଘଟାଇ ଦିଏ ଯାହା କେବେବି କେହି କଳ୍ପନା କରି ନଥାଏ । କାର୍ତ୍ତିକେଶ୍ଵର ଭସାଣି ବେଳେ କେନ୍ଦ୍ରପଡାରେ ଘଟିଗଲା ଏଭଳି ମର୍ମନ୍ତୁଦ ଅଘଟଣ ।

ସମସ୍ତେ ଖୁସିରେ ନୃତ୍ୟଗୀତ କରୁଥିବା ବେଳେ ହଠା ଘୋଟି ଆସିଥିଲା ଦୁଃଖର କଳାବାଦଲ । ପ୍ରଚଣ୍ଡ ଶବ୍ଦ ସହ ଫୁଟିବାକୁ ଲାଗିଥିଲା ବାଣ ଗୁଡିକ । ଆମ ବାଣ ଶବ୍ଦ କମିବା ପରେ ଶୁଣିବାକୁ ମିଳିଥିଲା ଖାଲି ଚିତ୍କାର ଶବ୍ଦ । କାହା ଉପରେ କିଏ ଚଢିଯାଇଛି ତ ଆଉ କିଏ ବାଣ ଆଘାତରେ କ୍ଷତାକ୍ତ ହୋଇଛି । ମୋତେ ବଞ୍ଚେଇ ଦିଅ ମୋତେ ଉଦ୍ଧାର କର ଶବ୍ଦରେ ଫାଟି ପଡିଥିଲା ଅଞ୍ଚଳ । ସେହି ସମୟରେ ଦୃଶ୍ୟ ଅତ୍ୟନ୍ତ ବେଦନାଦାୟକ ଥିଲା ।

କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଗଲା ଏହାକୁ ନେଇ ଘଣ୍ଟା ଚକଟା ଚାଲିଥିବା ବେଳେ ବାଣ ପ୍ରତିଯୋଗୀତା ପାଇଁ କିଏ ଅନୁମତି ଦେଇଥିଲା ଏହାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ସମ୍ବନ୍ଧରେ ତଦନ୍ତ କରି ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମେୟର ସୁବାଷ ସିଂ । ସେପଟେ ବ୍ୟବହୃତ ବାଣର ପୋଡା ସୁତୁଲି, ପଟିଲିରେ ତିଆରି ନଳ ସଂଗ୍ରହ କରାଯାଇଛି । ଏହି ପଟିଲି ନଳ ଯୋଗୁଁ ହିଁ ବାଣ ବିସ୍ଫୋରଣ ହୋଇଛି ବୋଲି କୁହାଯାଇଛି ।

ବାଣ ଫୁଟିବା ବେଳେ ଏହି ନଳ ତଳମୁହାଁ ହୋଇ ପଡିଯାଇ ଆକାଶ ନଉଠି ଲୋକଙ୍କ ମେଳରେ ଫୁଟି ଯାଇଥିଲା । ଏହି କାରଣରୁ ବସ୍ତାରେ ଥିବା ବାଣରେ ନିଆଁ ଲାଗି ଯାଇଥିଲା । ଏଭଳି ସମୟରେ କେନ୍ଦ୍ରପଡା ସାଂସଦ ଅନୁଭବ ତାଙ୍କ ଫିଲ୍ମ ଶୁଟିଙ୍ଗ ପାଇଁ ଲଣ୍ଡନରେ ଅଛନ୍ତି । ଏହିପରି ଏକ ଘଟଣା ଶୁଣି ସେ ଖୁବ ମର୍ମାହତ ହୋଇଛନ୍ତି । ଅନୁଭବଙ୍କ ଅଫିସିଆଲ ଟିମ୍ ଏବଂ ସେ ନିଜେ ଡାକ୍ତରଙ୍କ ସହ ଯୋଗାଯୋଗ ରଖିଛନ୍ତି । ସମସ୍ତଙ୍କ ଚିକିତ୍ସା କିପରି ଚାଲିଛି ତାହା ପଚାରି ବୁଝୁଛନ୍ତି ।

ଏ କଥା ନିଜେ ଅନୁଭବ ଏକ ଭିଡିଓ ଯୋଗେ ଜଣାଇଛନ୍ତି । ଆହତ ଲୋକଙ୍କ ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହାତଟେକି ପ୍ରାର୍ଥନା କରିଛନ୍ତି । ଯେଉଁଥି ପାଇନ୍ସ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।