ଆଉ ସପ୍ତାହେ ଭିତରେ ଜାଲରେ ପଡିବେ ସବୁ ବଡବଡିଆ, ଅଧିକ ଫୋର୍ସ ପାଇଁ CRPF କୁ ଚିଠି ଲେଖିଲା ED…

ସୁନ୍ଦରୀ ଅର୍ଚ୍ଚନା ନାଗଙ୍କ ମାମଲାରେ ଯେଉଁ ସବୁ ନାମ ବାହାରକୁ ଆସିଛି ଜଗବନ୍ଧୁ, ଖଗେଶ୍ଵର, ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମୀୟକାନ୍ତ ଓ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ଏମାନେ ସବୁ ହେଲେ ତଳତଳିଆ । ଏମାନଙ୍କୁ ଯେତେ ତଦନ୍ତ କଲେ ମଧ୍ୟ ଏବେଇ ବାକି ଅଛନ୍ତି ଅନେକ ବଡବଡିଆ । ଆସନ୍ତା ସପ୍ତାହ ମଧ୍ୟରେ ଇଡି ଜାଲରେ ଅନେକ ବଡବଡିଆ ଫସିବାକୁ ବାକି ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଇ କେରାଣ୍ଡି ଓ କଣ୍ଟିଆଙ୍କ କଥା ଛାଡ, ଇଡି ଜାଲରେ ଫସିବେ ସିଧା ଭାକୁର ଆଉ ରୋହି ।

ସୂଚନା ରହିଛି କି CRPF ଙ୍କୁ କୁଆଡେ ଚିଠି କରିଛି ଇଡି । ଅଧିକ ସଂଖ୍ୟକ ଫୋର୍ସ ପାଇଁ ଇଡି ସିଆରପିଏଫ କୁ ଚିଠି ଲେଖିଛି ବୋଲି ଚର୍ଚ୍ଚା ହେଉଛି । ଇଡିକୁ ଅଧିକ ସଂଖ୍ୟକ ଫୋର୍ସ ଦରକାର ହେଉଛି ବଡବଡିଆଙ୍କୁ ଧରିବା ପାଇଁ । ତେଣୁ ଏହାକୁ ନେଇ ଲୋକେ କଥା ହେଉଛନ୍ତି କି, ଆସନ୍ତା ସପ୍ତାହରେ ଇଡି ଜାଲରେ ପଡିବେ ବଡ ବଡ ମାଛ । ତେବେ ସମସ୍ତେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ସେହି ମାଛ ସବୁ କିଏ ।

ଏବେ ପର୍ଯ୍ୟନ୍ତ କେବଳ ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମୀୟକାନ୍ତ, ବିଧାୟକଙ୍କ ଭାଇ ଗଙ୍ଗାଧର ଏବଂ ଓଡିଆ ସିନେମାର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଡାକି ଜେରା କରିଛି ଇଡି । ଏମାନେ ଅର୍ଚ୍ଚନା ନାଗଙ୍କ ସହ ଅତିବେଶୀରେ 10 ରୁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କାର କାରବାର କରିଛନ୍ତି । କିନ୍ତୁ ଆଗକୁ ଯିଏ ଆସିବାକୁ ଯାଉଛନ୍ତି ସେ କୁଆଡେ ସୁନ୍ଦରୀ ଅର୍ଚ୍ଚନାଙ୍କ ସହ 70 ଲକ୍ଷ ଟଙ୍କାର କାରବାର କରିଛନ୍ତି ।

ଆଉ ଏହାପରେ କୁଆଡେ ସାମନାକୁ ଆସିବେ ଆହୁରି ବଡବଡିଆ । ଯେଉଁମାନେ ଲକ୍ଷ ଲକ୍ଷ ନୁହେଁ ବରଂ ସିଧା କୋଟି କୋଟିରେ ଖେଳ କରିଛନ୍ତି ଅର୍ଚ୍ଚନାଙ୍କ ସହ । ଖୁବ ଶୀଘ୍ର ସେମାନଙ୍କୁ ସାମ୍ନାକୁ ଆଣିବା ପାଇଁ ସିଆରପିଏଫ କୁ ଚିଠି ଲେଖିଛି ଇଡି । ଇଡି ଜାଲରେ ଆଉ କେଉଁ ବଡବଡିଆ ମାଛ ପଡ଼ୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

ଦୀର୍ଘ ତିନି ମାସ ପାଖାପାଖି ଅର୍ଚ୍ଚନା ମାମଲାରେ କେହିବି ବଡବଡିଆ ସାମ୍ନାକୁ ଆସି ନଥିବା ବେଳେ ଆଗକୁ ମାମଲା କେଉଁ ମୋଡ ନେଉଛି ତାହା ଦେଖିବା ପାଇଁ ଚାହିଁ ବସିଛନ୍ତି ଓଡିଶାବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।