“ମୋତେ ମେଣ୍ଟେନ କଲା ଭଳି ବରଟେ ମିଳିଲା, ହେଲେ ଏଡେ ମୁହଁ ତମର ମୋ ବରକୁ ଖୁଣି ଦେବ…” ନିର୍ବନ୍ଧ ପରେ MEE Puch Puch ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ଆରମ୍ଭ ହୋଇଯାଇଛି ବିବାହ ଋତୁ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ବିବାହ ନିର୍ବନ୍ଧ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ଓଲିଉଡ ଅଭିନେତ୍ରୀ ରିୟା ଦେ’ ଏବଂ ଲିପ୍ସାଙ୍କ ନିର୍ବନ୍ଧ ଖବର ଆପଣମାନେ ପାଇଥିଲେ । ଏହାପରେ ୟୁଟ୍ଯୁବର ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଦାସଙ୍କ ବିବାହ ଖବର ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ବର୍ତ୍ତମାନ ଆପଣଙ୍କ ପ୍ରିୟ ମି’ ପୁଚ୍ ପୁଚ୍ ଙ୍କ ବିବାହ ନିର୍ବନ୍ଧ ଖବର ସାମ୍ନାକୁ ଆସିଛି ।

ଅନେକ କମେଡି ଭିଡିଓ କରି ଦର୍ଶକଙ୍କୁ ମନୋରଞ୍ଜନ କରାଉଥିବା ଇତିକା ପ୍ରିୟଦର୍ଶିନୀ ଓରଫ ମି’ ପୁଚ୍ ପୁଚ୍ ବିବାହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ଇତିକାଙ୍କ ପିତା ନିରଞ୍ଜନ ପତି ମଧ୍ୟ ଜଣେ ହାସ୍ୟାଭିନେତା । ସବୁଠୁ ବଡ କଥା ହେଲା କଳାକାର ପରିବାରରେ ଜନ୍ମ ହୋଇ କଳାକୁ ଆପଣେଇ ନେଇଥିବା ଇତିକାଙ୍କ ଶାଶୁଘର ମଧ୍ୟ କଳା ସହ ଓତଃପ୍ରୋତ ଭାବେ ଜଡିତ କାରଣ । ଇତିକାଙ୍କ ଶ୍ଵଶୁର ଅରବିନ୍ଦ ଷଡଙ୍ଗୀ ମଧ୍ୟ ଜଣେ ହାସ୍ୟ ଅଭିନେତା ଭାବେ ବେଶ ପରିଚିତ ।

ଅରବିନ୍ଦ ଷଡଙ୍ଗୀଙ୍କ ପୁଅଙ୍କ ସହ ଇତିକାଙ୍କ ର୍ନିବନ୍ଧ ସରିଥିବା ବେଳେ ଆସନ୍ତା ଫେବୃୟାରୀରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ହେବାକୁ ଥିବା ସ୍ଵାମୀ, ତାଙ୍କ ପରିବାର ଓ ବିବାହ କିପରି ଠିକ ହେଲା ସେନେଇ ଇତିକା ଅନେକ କଥା ଜଣାଇଛନ୍ତି । ବିବାହ ଠିକ ହେବା ପୂର୍ବରୁ ଇତିକା ତାଙ୍କ ଶ୍ଵଶୁରଙ୍କ ଘରକୁ ଯାଇଥିଲେ ତାଙ୍କର ଇଣ୍ଟରଭ୍ୟୁ ନେବା ପାଇଁ । ସେଠାରେ ସେ ସମସ୍ତଙ୍କ ଇଣ୍ଟରଭ୍ୟୁ ନେବା ସହ ବେଶ ଭଲ ସମୟ ବିତାଇଥିଲେ ।

ଆପଣ ଜାଣିଲେ ହସିବେ କି ସେଦିନ ପ୍ରଥମେ ଯେବେ ତାଙ୍କ ବରଙ୍କ ସହ ଇତିକା ଭେଟ ହୋଇଥିଲେ ସେବେ ଭାଇ ବୋଲି ଡାକି ନମସ୍କାର କରିଥିଲେ । ହେଲେ ପରେ ଇତିକା ଜାଣିବାକୁ ପାଇଲେ ଯେ ସେମାନେ ବିବାହ ପ୍ରସ୍ତାବ ଆଣିଛନ୍ତି । ଇତିକାଙ୍କର ଏବେ ବିବାହ କରିବାକୁ ନେଇ କୌଣସି ଯୋଜନା ନଥିଲା । ସେ ବହୁତ ଡରି ଯାଇଥିଲେ ଏବଂ ଏବେବି ବିବାହକୁ ନେଇ ସେ ଡରିକି ଅଛନ୍ତି ବୋଲି କହିଛନ୍ତି ।

ତଥାପି ସେ ବିବାହ ପାଇଁ ରାଜି ହୋଇଥିଲେ ଓ ତାଙ୍କର ନିର୍ବନ୍ଧ ବେଶ ଭଲରେ ଆୟୋଜିତ ହୋଇଥିଲା ଓ ଦୁଇ ପରିବାର ମିଶି ବେଶ ଉପଭୋଗ କରିଛନ୍ତି । ଇତିକା ତାଙ୍କ ସ୍ଵାମୀ ଏବଂ ବାପା ଓ ଶ୍ଵଶୁରଙ୍କ ପାଇଁ ସୁନ୍ଦର ଗୀତ ମଧ୍ୟ ଗାଇ ଶୁଣାଇଛନ୍ତି । ତେବେ ସମସ୍ତଙ୍କ ଆଶୀର୍ବାଦରି ଇତିକା ତାଙ୍କ ଶାଶୁଘରେ ଜଣେ ଆଦର୍ଶ ବୋହୂ ହୋଇପାରିବେ ଏବଂ ଆଗକୁ ସବୁ ଭଲ ହେବ ବୋଲି ତାଙ୍କର ଆଶା ଓ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।