ଶୋଇବା ସମୟରେ ମୁଣ୍ଡ ପାଖରେ ଲେମ୍ବୁ ରଖିଲେ କେଉଁ ଲାଭ ପ୍ରାପ୍ତ ହୁଏ ? ଲେମ୍ବୁର ବ୍ୟବହାର କରି କେଉଁ ସମସ୍ଯାରୁ କିଭଳି ମୁକ୍ତି ପାଇବେ ?

ଆଜି ଆମେ କିଛି ବାସ୍ତୁ ନିୟମ ଜାଣିବା ଯାହା ପାଳନ କରିବା ଦ୍ଵାରା ଆମ ଜୀବନ ସୁଖମୟ ହେବ । ଲେମ୍ବୁରେ ଲାଲ ସିନ୍ଦୁର ଲଗାଇ କୌଣସି ମନ୍ଦିରରେ ରଖିବା ଦ୍ଵାରା ଶୁଭପ୍ରଦ ଓ ମଙ୍ଗଳକାରୀ ହେବାସହ ଜୀବନରେ ଆସୁଥିବା ସଙ୍କଟ ଦୂର ହୋଇଥାଏ । ଯଦି ଶତ୍ରୁ ହଇରାଣ କରୁଥାନ୍ତି ତେବେ ଗୋଟିଏ ଲେମ୍ବୁରେ ଶତ୍ରୁଙ୍କ ନାଁ ଲେଖି ଲେମ୍ବୁକୁ କାଟିବା ପରେ ଛକ ସ୍ଥାନରେ ପକାଇବା ଦ୍ଵାରା ଶତ୍ରୁ ପରାଜିତ ହୋଇଥାନ୍ତି ।

ଗୋଟିଏ ଲେମ୍ବୁକୁ ସିନ୍ଦୁର ଲଗାଇ ଲାଲ କପଡାରେ ବାନ୍ଧି ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଶୁଭପ୍ରଦ ହେବାସହ ଧନ ବୃଦ୍ଧି ହୋଇଥାଏ । ଦୋକାନ କିମ୍ବା ବ୍ୟବସାୟ ସ୍ଥଳରେ ଗୋଟିଏ ଲେମ୍ବୁ ସହ ଚାରୋଟି ଲଙ୍କା ପୋତି ବ୍ୟବସାୟ ସ୍ଥଳ ସମୁଖରେ ଟାଙ୍ଗିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ବ୍ୟାବସାୟରେ ଉନ୍ନତି ହୋଇଥାଏ । ଯଦି କୌଣସି ଲୋକଙ୍କ ଉପରେ ବିପତ୍ତି ପଡିଥାଏ ତେବେ ମଙ୍ଗଳବାର ଦିନ ଘରର କୋଣ ମାନଙ୍କରେ ଲେମ୍ବୁକୁ ଚାରିଥର ଛୁଆଁଇ ରାତିରେ ଶୁନଶାନ ଛକ ଜାଗାରେ ପକାଇଲେ ବିପଦ ଦୂର ହୋଇଥାଏ ।

ରାତିରେ ଯଦି ଖରାପ ସ୍ଵପ୍ନ ଆସୁଥାଏ କିମ୍ବା ଭଲ ନିଦ ହେଉ ନଥାଏ ତେବେ ତକିଆ ତଳେ କିଛିଦିନ ଗୋଟିଏ ଲେମ୍ବୁ ରଖି ଶୋଇବା ଦ୍ଵାରା ଭଲ ନିଦ ହୋଇଥାଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯଦି ଭଲ ପଡୁ ନଥାଏ ତେବେ ଶୋଇବା ଘରେ ଏକ ପାତ୍ରରେ କିଛି ପାଣି ସହ ଗୋଟିଏ ଲେମ୍ବୁକୁ ଦୁଇଫାଳ କରି ପକାଇବା ସହ ପ୍ରତ୍ଯେକ ଦିନ ବଦଳାଇବା ଦ୍ଵାରା ସମ୍ପର୍କ ମଧୁର ହୋଇଥାଏ ।

ରବିବାର ଦିନ ଦ୍ଵିପ୍ରହରରେ 5ଟି ଲେମ୍ବୁ କାଟି ତା’ ସହ ମୁଠାଏ ଗୋଲମରିଚ ଏବଂ ମୁଠାଏ ସୋରିଷ କାର୍ଯ୍ୟସ୍ଥଳୀରେ ରଖିବା ପରେ ପରଦିନ ସେଗୁଡିକୁ ଶ୍ମଶାନ ସ୍ଥାନରେ ରଖିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।

ଯଦି କୌଣସି ସ୍ତ୍ରୀ ଲୋକଙ୍କର ସନ୍ତାନ ହେଉ ନଥାଏ ତେବେ ଉତ୍ତରା ଫାଲଗୁଣୀ ନକ୍ଷତ୍ରରେ ଲେମ୍ବୁଗଛର ଖଣ୍ଡିଏ ଚେର ନେଇ କ୍ଷୀର ସହ ମିଶାଇ ତାଙ୍କୁ ଖୁଆଇବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ । ଯଦି କୌଣସି ବ୍ୟକ୍ତି ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି ତେବେ ଶନିବାର ଦିନ ସନ୍ଧ୍ୟାବେଳେ ଗୋଟିଏ ଲେମ୍ବୁକୁ ତାଙ୍କ ମୁଣ୍ଡ ଚାରିପାଖେ ସାତଥର ଓଲଟା ବୁଲାଇ ଦୁଇଖଣ୍ଡ କରି ଦୁଇ ଦିଗକୁ ପକାଇଲେ ରୋଗ ଭଲ ହୁଏ ।

ଯଦି ବେକାରି ସମସ୍ଯା ଦେଖା ଦେଉଥାଏ ତେବେ ଦିନ 12ଟା ପୂର୍ବରୁ କୌଣସି ଚାରିଛକ ଜାଗାରେ ଗୋଟିଏ ଦାଗରହିତ ଲେମ୍ବୁକୁ ଚାରିଖଣ୍ଡ କରି ଚାରିଦିଗକୁ ପକାଇବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି ବହୁତ ପରିଶ୍ରମ ପରେ ବି କାର୍ଯ୍ୟରେ ସଫଳତା ମିଳୁ ନଥାଏ ତେବେ ହନୁମାନଙ୍କୁ ପୂଜା କରିବା ପରେ ଗୋଟିଏ ଲେମ୍ବୁରେ ଚାରୋଟି ଲବଙ୍ଗ ଲଗାଇ ପାଖରେ ରଖିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।