ଶୁଟିଙ୍ଗ ସମୟରେ ବି ପ୍ରେଗନେନ୍ଟ ହେଇଯାଇଥିଲେ ବଲିଉଡର ଏହି 6 ଜଣ ହିରୋଇନ

କହିବାକୁ ଗଲେ ବଲିଉଡରେ ଅଭିନେତ୍ରୀମାନେ ନିଜର ସୁନ୍ଦରତା ଓ ଫିଟନେସ ପାଇଁ ଜଣା ଯାଆନ୍ତି । ସେମାନଙ୍କୁ ଦେଖି ଆପଣ ତାଙ୍କ ବୟସର ଅନ୍ଦାଜ ବି ଲଗାଇ ପାରିବେ ନାହିଁ । ଏହା ଛଡା କେତେକ ଅଭିନେତ୍ରୀ ମା ବି ହୋଇ ସାରିଛନ୍ତି କିନ୍ତୁ ଆପଣ ତାଙ୍କୁ ଦେଖି ଜାଣି ପାରିବେ ନାହିଁ କି ସେମାନେ ଜଣେ ବିବାହିତା ମହିଳା ଓ ଦୁଇଟି ସନ୍ତାନର ମା ଅଟନ୍ତି ।

ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଦେଖିଲେ ଜଣା ପଡିବ ନାହିଁ କି ସେମାନେ ଗୋଟିଏ କିମ୍ବା ଦୁଇଟି ସନ୍ତାନର ମା ଅଟନ୍ତି । ଏହି ଅଭିନେତ୍ରୀମାନେ ଗର୍ଭବତ୍ତୀ ହେବା ପରେ ବି ନିଜର ଫିଟନେସର ପୁରା ଧ୍ୟାନ ରଖିଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ।

ଜୟା ବଚ୍ଚନ

ଜୟା ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ଶୋଲେ ଫିଲ୍ମର ଶୁଟିଙ୍ଗର କିଛି ଦିନ ପୂର୍ବେ ହିଁ ବାହାଘର ହୋଇଥିଲା । ଏହା ପରେ ଏହି ଫିଲ୍ମର ଶୁଟିଙ୍ଗ ସମୟରେ ଜୟା ବଚ୍ଚନ ୩ ମାସର ଗର୍ଭବତୀ ଥିଲେ । ତାଙ୍କର ପ୍ରଥମ ସନ୍ତାନ ଶ୍ୱେତା ବଚ୍ଚନ ଥିଲେ । ସେତେବେଳେ ଜୟା ବଚ୍ଚନଙ୍କୁ ଅଧିକ ଅସୁବିଧା ହୋଇ ନ ଥିଲା ତାଙ୍କର ଗର୍ଭବତି ପେଟ ଲୁଚାଇବା ପାଇଁ ତାଙ୍କୁ ପୁରା ଫିଲ୍ମରେ ଶାଢ଼ି ପିନ୍ଧି ଅଭିନୟ କରିବାର ଥିଲା । ଯାହା ଦ୍ଵାରା ତାଙ୍କ ପେଟ ସହଜରେ ଲୁଚି ଯାଉଥିଲା ।

ହେମା ମାଳିନୀ

ହେମା ମାଳିନୀ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ସେ ‘ରଜିଆ ସୁଳତାନ’ ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ତ ଥିଲେ । ଏହି ସମୟରେ ତାଙ୍କୁ ପ୍ରବଳ ଖରାରେ ଓଟ ପିଠି ଉପରେ ବସି ଶୁଟିଙ୍ଗ କରିବାକୁ ପଡିଥିଲା । ଯାହାକି ଏକ ଗର୍ଭବତ୍ତୀ ମହିଳା ପାଇଁ ବହୁତ ଭୟଙ୍କର କାମ ଅଟେ ।

ଶ୍ରୀଦେବୀ

ଶ୍ରୀଦେବୀ ଯେତେବେଳେ ‘ଜୁଦାଇ’ ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ତ ଥିଲେ ସେତେବେଳେ ସେ ଗର୍ଭବତି ବି ଥିଲେ । କିନ୍ତୁ ଗର୍ଭବତୀ ଥିବା ସତ୍ବେ ବି ସେ ଫିଲ୍ମର ପୁରା ଶୁଟିଙ୍ଗ ଶେଷ କରିଥିଲେ ।

କାଜଲ

କାଜଲ ଯେତେବେଳେ ‘we are family’ ର ଶୁଟିଙ୍ଗ କରୁଥିଲେ ସେତେବେଳେ ସେ ଗର୍ଭବତୀ ଥିଲେ । କିନ୍ତୁ ସେ ଏହି ଫିଲ୍ମ ଶୁଟିଙ୍ଗ ପୁରା କରିଥିଲେ । ଏହା ପରେ ସେ ସେହି ସମୟରେ ଫିଲ୍ମର ସନ ବି କରିଥିଲେ ।

ଜୁହି ଚାୱଲା

ଜୁହି ଚାୱଲା ‘ଆମଦାନୀ ଆଠନି ଖର୍ଚ୍ଚା ରୁପେୟା’ ଶୁଟିଙ୍ଗ ସମୟରେ ଗର୍ଭବତୀ ଥିଲେ । କିନ୍ତୁ ତଥାପି ସେ ଏହି ଫିଲ୍ମର ଶୁଟିଙ୍ଗ ପୁରା କରିଥିଲେ । ସେ ଯେତେବେଳେ ଫିଲ୍ମ ‘ଝଙ୍କାର ବିଟ୍ସ’ ର ଶୁଟିଙ୍ଗ କରୁଥିଲେ ସେତେବେଳେ ସେ ୭ ମାସର ଗର୍ଭବତୀ ଥିଲେ ତଥାପି ସେ ଫିଲ୍ମ ଶୁଟିଙ୍ଗକୁ ଶେଷ କରିଥିଲେ ।

କରିନା କପୁର ଖାନ

କରିନା କପୁର ଖାନ ନିଜ ଗର୍ଭବତୀ ସମୟରେ ସବୁବେଳେ ମିଡିଆରେ ଛାଇ ରହୁଥିଲେ । ସେ ସମୟରେ ସେ ରାମ୍ପ ୱାକ ଓ ଫିଲ୍ମର ଶୁଟିଙ୍ଗରେ ବି ବ୍ୟସ୍ତ ରହୁଥିଲେ । ସେହି ସମୟରେ ସେ ‘ବିରେ ଦି ୱେଡିଙ୍ଗ’ ଫିଲ୍ମ ଶୁଟିଙ୍ଗ ମଧ୍ୟ କରିଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।