ଏଠାକାର ମହିଳା 80 ବର୍ଷରେ ମଧ୍ୟ ଯୁବତୀଙ୍କ ଭଳି ଦିଶନ୍ତି, ଏମାନଙ୍କୁ କେବେବି ହୁଏନି ରୋଗ, ଏମାନେ ହେଲେ ପୃଥିବୀର ସବୁଠୁ ସୁନ୍ଦରୀ ମହିଳା

ଏଠାକାର ଲୋକଙ୍କ ଆୟୁଷ ଖୁବ ଅଧିକ ହୋଇଥିବା ବେଳେ ଏମାନେ ଶୀଘ୍ର ବୃଦ୍ଧ ହୁଅନ୍ତି ନାହିଁ । ସମସ୍ତେ ଚିରଦିନ ଯୁବା ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି, ହେଲେ ଏଥିପାଇଁ ଯେ କେତେ ପରିଶ୍ରମ କରିବାକୁ ପଡେ ତାହା କେହି ଚାହାଁନ୍ତି । ବୟସ ବଢିବା ସହ ଶରୀରର ସୌନ୍ଦର୍ଜ୍ୟ କମିଯାଏ । ହେଲେ ପୃଥିବୀର ଏକ ସ୍ଥାନ ଅଛି ଯେଉଁଠି 80 ବର୍ଷ ବୟସରେ ମଧ୍ୟ ମହିଳାମାନେ ଯୁବତୀ ଭଳି ଦେଖାଯାନ୍ତି । ଏହି ମହିଳାଙ୍କ ଶାରୀରିକ କ୍ଷମତା ଏତେ ଭଲ ଯେ ଏମାନେ 65 ବର୍ଷ ବୟସରେ ମଧ୍ୟ ମା’ ହୋଇପାରନ୍ତି ।

ତେବେ ଏହା କେଉଁ ସ୍ଥାନ ଏବଂ ଏଠାକାର ଲୋକଙ୍କ ଖାଦ୍ଯ ଓ ଜୀବନଶୈଳୀ କିଭଳି ଚାଲନ୍ତୁ ଜାଣିବା । ପାକିସ୍ତାନର ହୁଞ୍ଜା ଉପତ୍ୟକାର ମହିଳାମାନେ ପୃଥିବୀର ସବୁଠୁ ସୁନ୍ଦରୀ ମହିଳା ଭାବେ ପରିଗଣିତ । ପ୍ରସିଦ୍ଧ ଆନ୍ତର୍ଜାତୀୟ ପତ୍ରିକା ଫୋର୍ବ 2019 ରେ ପରିଭ୍ରମଣ କରିବାକୁ ଥିବା କ୍ଲୁଲେସ ସ୍ଥାନ ତାଲିକାରେ ହୁଞ୍ଜା ଉପତ୍ୟକାକୁ ସାମିଲ କରିଥିଲା । ଏଠାକାର ଲୋକଙ୍କ ହାରାହାରି ବୟସ 100 ବର୍ଷରୁ ଅଧିକ ଏବଂ ଏମାନେ କ୍ଵଚିତ ଅସୁସ୍ଥ ହୁଅନ୍ତି ।

1984 ରେ ଯେତେବେଳେ ହୁଞ୍ଜାରେ ରହୁଥିବା ବୃଦ୍ଧାଙ୍କୁ ବ୍ରିଟେନ ଭିସା ପାଇଁ ମନା କରି ଦେଇଥିଲା ସେତେବେଳେ ହୁଞ୍ଜା ଉପତ୍ୟକା କଥା ସାମ୍ନାକୁ ଆସିଥିଲା । କାରଣ ସେ 1832 ମସିହାରେ ଜନ୍ମ ହୋଇଥିଲେ । ଅନେକ ବିଦେଶୀ ଲେଖକ ଉହୁଞ୍ଜା ଉପତ୍ୟକାରେ ରହୁଥିବା ଲୋକଙ୍କ ସୁସ୍ଥ ଜୀବନ ଉପରେ ଅନେକ ପୁସ୍ତକ ଲେଖିଛନ୍ତି ।

ବୈଜ୍ଞାନିକ ତଥା ଲେଖକ ଡକ୍ଟର ଇଷ୍ଟୋକ ହୋସ୍ତାନ ହୁଞ୍ଜା ଉପତ୍ୟକାର ଜଳ ଉପରେ ଗବେଷଣା କରି କହିଥିଲେ ଯେ ତରଳୁଥିବା ଗ୍ଲେସିୟରରୁ ଆସୁଥିବା ପାଣିରେ ଅନେକ ଖଣିଜ ପଦାର୍ଥ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ସେଥିପାଇଁ ସେଠାକାର ଲୋକମାନେ ସୁସ୍ଥ ରୁହନ୍ତି । ହୁଞ୍ଜା ଉପତ୍ୟକାର ଲୋକଙ୍କ ଜୀବନଶୈଳୀ ବହୁତ ସରଳ । ସେମାନେ ସକାଳ 5ଟାରେ ଉଠିବା ସହ ଖୁବ ପରିଶ୍ରମ କରନ୍ତି । ତେଣୁ ସେଠାକାର ମହିଳାମାନେ ବୃଦ୍ଧା ହେଲେ ମଧ୍ୟ ସେମାନଙ୍କ ଚେହେରା ଯୁବତୀଙ୍କ ଭଳି ସତେଜ ଦେଖାଯାଏ ।

ସେଠାକାର ପୁରୁଷମାନେ 80 ବର୍ଷ ବୟସରେ ମଧ୍ୟ ପିତା ହୋଇପାରନ୍ତି । ହୁଞ୍ଜା ଉପତ୍ୟକାକୁ ବ୍ଲୁ ଜୋନ୍ ବୋଲି ମଧ୍ୟ କୁହାଯାଏ । ଏଠାକାର ଲୋକମାନେ ଅପରାହ୍ନରେ ଏବଂ ରାତିରେ ମାତ୍ର ଦୁଇଥର ଭୋଜନ କରନ୍ତି । ଏଠାରେ କୃଷିରେ ରାସାୟନିକ ସାର ବ୍ୟବହାରକୁ ନେଇ ମଧ୍ୟ ନିଷେଧାଦେଶ ରହିଛି ।

ହୁଞ୍ଜା ଉପତ୍ୟକାର ଲୋକମାନେ ବିଶେଷ ଭାବେ ଡ୍ରାଇ ଫୃଟ୍ସରୁ ପ୍ରସ୍ତୁତ ଖାଦ୍ଯ ଏବଂ ପାନୀୟ ପିଇଥାନ୍ତି । ସେମାନେ ଖାଦ୍ଯରେ ବାର୍ଲି, ମିଲେଟ ଏବଂ ଗହମର ବ୍ୟବହାର କରନ୍ତି ଏବଂ ପ୍ରଚୁର ଆପ୍ରିକଟ ମଧ୍ୟ ଖାଆନ୍ତି । କେବଳ ସ୍ଵତନ୍ତ୍ର ଉତ୍ସବରେ ହିଁ ସେଠାରେ ଆମିଷ ରନ୍ଧାଯାଏ । କୁହାଯାଏ କି ହୁଞ୍ଜା ଉପତ୍ୟକାର ଲୋକମାନେ କର୍କଟ ଭଳି ରୋଗ ନାଁ ମଧ୍ୟ ଶୁଣି ନାହାନ୍ତି । ଏମାନେ ଖରାରେ ଶୁଖା ଯାଇଥିବା ବାଦାମ ଖାଆନ୍ତି ଯେଉଁଥିରେ ଭିଟାମିନ-B7 ରହିଥାଏ ।

ଯାହାକି ଶରୀର ଭିତରେ ଥିବା କର୍କଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୁହାଯାଏ କି ହୁଞ୍ଜା ଉପତ୍ୟକାର ସୌନ୍ଦର୍ଜ୍ୟ ଏବଂ ସୁସ୍ଥ ଜଳବାୟୁ ଦ୍ଵାରା ଗ୍ରୀସ ରାଜା ଆଲେକଜାଣ୍ଡାର ମଧ୍ୟ ଏହି ସ୍ଥାନ ପ୍ରତି ଆକର୍ଷିତ ହୋଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।