ମାଡି ଆସୁଛି ଏକ ବଡ ଝଡ ! ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ଖୁବ କାଚିବ

ପଶ୍ଚିମା ଝଡ ଯୋଗୁଁ ଆସନ୍ତା ଏପ୍ରିଲ 2 ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗ ପ୍ରଭାବିତ ହେବ । ଫଳରେ ଓଡିଶାରେ ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ବର୍ଷା ଲାଗି ରହିବା ଅନେକ ସୂଚନା ମିଳିଛି । ତେବେ ଆଜି ଠାରୁ ଲଗାତାର ଦୁଇ ଦିନ ଧରି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଆଜି ଝଡ ପବନ ହେବା ସହ ବର୍ଷା ହେବା ନେଇ 15 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତା କାଲି ପାଇଁ 16 ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟ ସାରା କୋହଲା ପାଗ ରହିବ ଏବଂ ଆଗାମୀ 48 ଘଣ୍ଟାରେ ବର୍ଷାର ପରିମାଣ ବଢିବ ବୋଲି ସୂଚନା ରହିଛି । ଆସନ୍ତା ମାର୍ଚ୍ଚ 30 ତାରିଖରେ ନୂଆପଡା, ବରଗଡ, ଝାରସୁଗୁଡା, ବଲାଙ୍ଗିର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୁଳୁ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର ଆଦି ଜିଲ୍ଲାରେ ଝଡ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ଘଣ୍ଟା ପ୍ରତି 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିଭଳି 31 ତାରିଖରେ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ସଲଗ୍ନ 16ଟି ଜିଲ୍ଲା ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ସେଥିପାଇଆନ ସେହି ସମସ୍ତ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କଟକ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମତା ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେହିପରି ମାର୍ଚ୍ଚ 31 ତାରିଖରେ 7ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କହିଛନ୍ତି ଉତ୍ତର ପ୍ରଦେଶରୁ ଦକ୍ଷିଣ ତାମିଲନାଡୁ ଯାଏଁ ଏକ ନିମ୍ନ ଚାପରେଖା ରହିଥିବା ବେଳେ ଗାଙ୍ଗେତିକ ପଶ୍ଚିମବଙ୍ଗରୁ ଉତ୍ତର ଓଡିଶା ଯାଏଁ ଆଉ ଏକ ନିମ୍ନଚାପ ରେଖା ରହିଛି । ଯାହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାଛଡା ବର୍ତ୍ତମାନ ଜାମୁକାଶ୍ମୀର, ଲଦାଖରେ ମଧ୍ୟ ପଶ୍ଚିମା ଝଡ ସକ୍ରିୟ ରହିବା ସହ ପୂର୍ବ ଆଡକୁ ଅଗ୍ରସର ହେଉଛି । ଏହି ପଶ୍ଚିମା ଝଡ ଅଗ୍ରସର ହୋଇ ନିମ୍ନଚାପ ରେଖା ସଂସ୍ପର୍ଶରେ ଆସିଲେ ପ୍ରତିକ୍ରିୟାଶୀଳ ହୋଇ ଉଠେ । ଯାହାଫଳରେ ବର୍ଷାର ପରିମାଣ ବଢିଯାଏ । ତେଣୁ ଯଦି ଏଭଳି ହୁଏ ତେବେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ରାଜ୍ୟରେ ବର୍ଷାର ପ୍ରଭାବ ଲାଗି ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।