April 1 ତାରିଖରୁ ମହଙ୍ଗା ହୋଇଯିବ UPI ପେମେଣ୍ଟ, ଆଉ ମାଗଣା ନୁହେଁ ଏଥର ଟ୍ରାଞ୍ଜାକ୍ସନ ପାଇଁ ଦେବେ ଅତିରିକ୍ତ ଚାର୍ଜ !

ଆଜିକାଲି ପ୍ରାୟତଃ ସମସ୍ତେ ଅନଲାଇନରେ ଟଙ୍କା ନେଣଦେଣ କରୁଛନ୍ତି । ଆପଣ ଯଦି ଫୋପେ, ଗୁଗୁଲପେ ଓ ପେଟିଏମ ଭଳି ଆପ୍ ରେ ଟଙ୍କା କାରବରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । କାରଣ ଆସନ୍ତା ଏପ୍ରିଲ 1 ତାରିଖ ଠାରୁ UPI ପେମେଣ୍ଟ ମହଙ୍ଗା ହେବାକୁ ଯାଉଛି । ଏଣିକି ଆଉ ମାଗଣାରେ କରି ପାରିବେନି UPI ଟ୍ରାଞ୍ଜାକ୍ସନ ବରଂ ଏଥିପାଇଁ ଆପଣଙ୍କୁ ଗଣିବାକୁ ପଡିବ ଏକ୍ସଟ୍ରା ଚାର୍ଜ । ଆଜ୍ଞା ହଁ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ UPI ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି ।

ଏହି ସର୍କୁଲାର ଅନୁଯାୟୀ ଆସନ୍ତା ଏପ୍ରିଲ 1 ତାରିଖ ଠାରୁ UPI ପେମେଣ୍ଟ ଉପରେ Prepaid Payment Instrument (PPI) ଚାର୍ଜ ଲାଗୁ କରିବାକୁ ସୁପାରିଶ କରାଯାଇଛି । ଏହି PPI ଚାର୍ଜ ହେଉଛି ଏକ ପ୍ରକାରର ଏକ୍ସଟ୍ରା ଚାର୍ଜ ଯାହା ଏବେ ୟୁଜର୍ସଙ୍କୁ UPI ପେମେଣ୍ଟ ବେଳେ ଦେବାକୁ ପଡିବ । ଜାରି କରା ଯାଇଥିବା ନୂଆ ସର୍କୁଲାର ମୁତାବକ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ UPI ପେମେଣ୍ଟ ଉପରେ 0.5 ପ୍ରତିଶତ 1.1 ପତିଶତ ଯାଏଁ PPI ଚାର୍ଜ ଲଗାଇବାକୁ ଯୋଜନା କରୁଛି ।

ତେବେ କେବଳ 200 ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଏହି ଚାର୍ଜ ଲାଗୁ ହେବ । ତେଣୁ ସରଳ ଭାଷାରେ କହିବାକୁ ଗଲେ ଏପ୍ରିଲ 1 ତାରିଖ ପରେ 2000 ଟଙ୍କାରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ କଲେ ଏଥିପାଇଁ ଆପଣଙ୍କୁ 1.1 ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିପାରେ । ବର୍ତ୍ତମାନ ସମୟରେ ହେଉଥିବା ଅଧିକାଂଶ UPI ଟ୍ରାଞ୍ଜାକ୍ସନ 2000 ଟଙ୍କାରୁ ଅଧିକ ଟଙ୍କାର ହେଉଛି ।

ପାଖାପାଖି 70 ପ୍ରତିଶତରୁ ଅଧିକ ଟ୍ରାଞ୍ଜାକ୍ସନ 2000 ଟଙ୍କାରୁ ଅଧିକ ଥିବାରୁ ଏହା ଉପରେ PPI ଚାର୍ଜ ଲଗାଇବାକୁ NPCI ଯୋଜନା କରୁଛି । ବର୍ତ୍ତମାନ ଫୋନପେ, ଗୁଗୁଲପେ ଓ ପେଟିଏମ ଭଳି ଆପ୍ ରେ UPI ପେମେଣ୍ଟ କଲେ କୌଣସି ପ୍ରକାର ଏକ୍ସଟ୍ରା ଚାର୍ଜ ଦେବାକୁ ପଡୁନି । ଗତ କିଛିବର୍ଷ ଧରି ଏହି କମ୍ପାନୀ ମାନେ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଉପରେ PPI ଚାର୍ଜ ଲଗାଇବାକୁ ଦାବି କରି ଆସୁଥିଲେ । କାରଣ ଏହା ନହେଲେ ସେମାନଙ୍କର ରାଜସ୍ଵ ହାନି ହେଉଥିଲା ଅଭିଯୋଗ ହୋଇଥିଲା ।

ଏବେ ଏହି ଚାର୍ଜ ଲାଗୁ ହୋଇଥିବା ସୂଚନା ଆସିବା ବେଳେ ଏହା କେବଳ ବ୍ଯବସାୟିକ ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହେବ । ଗୋଟିଏ ବ୍ଯାଙ୍କରୁ ଅନ୍ୟ ବ୍ଯାଙ୍କକୁ UPI ପେମେଣ୍ଟ କରୁଥିବା ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି NPCI ସ୍ପଷ୍ଟ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।