ଏହି ବର୍ଷ ହେଉଥିବା ମହାଶିବରାତ୍ରି ହେଉଛି ସବୁଠାରୁ ଖାସ, ୧୧୭ ବର୍ଷ ପରେ ବନୁଛି ଏହି ବଡ ଶୁଭଯୋଗ

ଏଥର ହେଉଥିବା ମହାଶିବରାତ୍ରି ହେଉଛି ସବୁଠାରୁ ଖାସ, ଯାହା ଲୋକମାନଙ୍କୁ ବହୁତ ଭଲ ଫଳ ଦେଇପାରେ । ହିନ୍ଦୁ ଧର୍ମର ଲୋକମାନେ ଭଗବାନ ଶିବଙ୍କ ପ୍ରତି ବହୁତ ଆସ୍ଥା ରଖିଥାନ୍ତି । ସେଥିପାଇଁ ଲୋକମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମହାଶିବରାତ୍ରିରେ ବ୍ରତ କରିଥାନ୍ତି । ହେଲେ ଏଥର ହେଉଥିବା ମହାଶିବରାତ୍ରି ବହୁତ ଖାସ ଅଛି ।

କାରଣ ଏହି ଦିନରେ ୧୧୭ ବର୍ଷ ପରେ ଶନି ଓ ଶୁକ୍ର ଗ୍ରହଙ୍କର ଦୁର୍ଲଭ ଯୋଗ ହେବାକୁ ଯାଉଛି । ଫାଲ୍ଗୁନ ମାସରେ ଆସୁଥିବା ମହାଶିବରାତ୍ରି ବହୁତ ଅଧିକ ଖାସ ହୋଇଥାଏ । ଏଥର ମହାଶିବରାତ୍ରି ୨୧ ଫେବୃୟାରି, ଶୁକ୍ରବାର ଦିନ ପାଳନ କରାଯିବ ।

ଜ୍ୟୋତିଷ୍ ଶାସ୍ତ୍ର ଅନୁସାରେ ଏହି ବର୍ଷ ଶିବରାତ୍ରିରେ ଶନି ମକର ରାଶିରେ ପ୍ରବେଶ କରିବେ ଓ ଶୁକ୍ର ନିଜର ଉଚ୍ଚ ରାଶି ମୀନକୁ ଆସୁଛନ୍ତି । ଏହା ଏକ ଦୁର୍ଲଭ ଯୋଗ ହେବାକୁ ଯାଉଛି । ଏହା ପୂର୍ବରୁ ଏହି ଯୋଗ ୨୫ ଫେବୃୟାରି ୧୯୦୩ ମସିହାରେ ହୋଇଥିଲା । ସେହି ଦିନ ମହାଶିବରାତ୍ରି ମଧ୍ୟ ଥିଲା । ଏହା ସହିତ ଗୁରୁ ମଧ୍ୟ ନିଜ ରାଶି ଧନୁ ରାଶିରେ ଅଛନ୍ତି ।

କୁହାଯାଉଛି କି ଏହି ଯୋଗରେ ଶିବଙ୍କୁ ପୂଜା କଲେ ଶନି, ଗୁରୁ ଓ ଶୁକ୍ର ଦୋଷକୁ ଦୂର କରାଯାଇପାରିବ । ଏହି ବର୍ଷ ଶିବରାତ୍ରିରେ କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ବହୁତ ଶୁଭ ଅଟେ । ଶିବରାତ୍ରିର ଏହି ଶୁଭ ଅବସରରେ ଶନିଙ୍କ ସହ ଚନ୍ଦ୍ର ମଧ୍ୟ ରହିବେ । ଯାହାଫଳରେ ବିଷଯୋଗ ବି ହେବ । ଏହି ଯୋଗ ୨୮ ବର୍ଷ ପୁର୍ବେ ପ୍ରଥମେ ଶିବରାତ୍ରିରେ ହୋଇଥିଲା ।