୨୦୨୦ରେ ସବୁ ରାଶି ଉପରେ ପଡିବ ରାହୁ ଗ୍ରହଙ୍କ ଖରାପ ପ୍ରଭାବ, ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

୨୦୨୦ରେ ରାହୁଙ୍କ ଖରାପ ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆ ବର୍ଷର ଆରମ୍ଭରେ ସବୁ ରାଶିକୁ ରାହୁ ପ୍ରଭାବିତ କରିବ ଓ ଏହି ପ୍ରଭାବ ୨୩ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ରହିବ । ହେଲେ ଆଜି ଆମେ ଆପଣମାନଙ୍କୁ ରାହୁର ଏହି ଖରାପ ପ୍ରଭାବରୁ ବଞ୍ଚିବା ପାଇଁ କିଛି ଉପାୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ରାହୁଙ୍କର ପ୍ରଭାବ

ରାହୁଙ୍କର ପ୍ରଭାବ ଦ୍ଵାରା ରାଶି ମାନଙ୍କୁ ଶାରୀରିକ ଓ ମାନସିକ କଷ୍ଟ ସହିବାକୁ ପଡିପାରେ । ଏହି ଗ୍ରହ ପାଇଁ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳି ନପାରେ । ଯେତେ କଷ୍ଟ କରିଲେ ମଧ୍ୟ ନିରାଶର ସାମ୍ନା କରିବାକୁ ପଡିପାରେ । ଏହି ଗ୍ରହ ଯଦି କୁଣ୍ଡଳୀରେ ଖରାପ ପ୍ରଭାବ ପକାଇବ, ତେବେ ଏଥିପାଇଁ ଆପଣଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯାହାଫଳରେ ଆପଣଙ୍କୁ ପେଟ ସମ୍ବନ୍ଧିତ ସମସ୍ୟା ହୋଇପାରେ ।

ଏହିପରି କରିବେ ରାହୁକୁ ଶାନ୍ତ

୧. ରହୁ ଗ୍ରହର ପ୍ରକୋପକୁ ଶାନ୍ତ କରିବା ପାଇଁ ସବୁବେଳେ ପୂଜା କରିବା ପରେ ମଥାରେ ଚନ୍ଦନ ବା କେଶରର ତିଳକ ଲଗାନ୍ତୁ । ଚନ୍ଦନ ଓ କେଶରର ତିଲକ ଲଗାଇଲେ ରାହୁ ଗ୍ରହର କୌଣସି ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ।

୨. ନଡିଆ ଗଛକୁ ପୂଜା କରିଲେ ଓ ପାଣି ଅର୍ପଣ କରିଲେ ରାହୁ ଗ୍ରହକୁ ଶାନ୍ତ କରାଯାଇ ପାରିବ ।

୩. ହାତୀକୁ କଦଳୀ ଖାଇବା ପାଇଁ ଦେଲେ ଆପଣଙ୍କ ଜୀବନରେ ରାହୁର ଖରାପ ପ୍ରଭାବ ପଡିବ ନାହିଁ । ସବୁ ଶୁକ୍ରବାର ଦିନ ଯେତେ ହେଉଛି ସେତେ କଦଳୀ ହାତୀ ମାନଙ୍କଙ୍କୁ ଖାଇବା ପାଇଁ ଦିଅନ୍ତୁ ।

୪. ଶିବଲିଙ୍ଗରେ ସବୁବେଳେ ଜଳ ଚଢାନ୍ତୁ । ଶିବଙ୍କର ପୂଜା କରିଲେ ଏହି ଗ୍ରହ ଆପଣଙ୍କ ଜୀବନରୁ ଦୂରରେ ରହିଥାଏ । ଶିବଙ୍କ ଛଡା ଭୈରବ ମହାରାଜାଙ୍କ ପୂଜା କଲେ ମଧ୍ୟ ରାହୁ ଗ୍ରହ ଠାରୁ ବଞ୍ଚି ପାରିବେ । ଭୈରବଙ୍କ ପୂଜା ସମୟରେ ତାଙ୍କୁ କେବଳ କଞ୍ଚା କ୍ଷୀର କିମ୍ବା ମଦ ଚଢାନ୍ତୁ ।

୫. ଗୁରୁବାର ଦିନ ବ୍ରତ କରନ୍ତୁ ଓ କଦଳୀ ଗଛର ପୂଜା କରନ୍ତୁ । ପୂଜା କରିବା ପରେ ଗରିବ ଲୋକଙ୍କୁ କଦଳୀ ବାଣ୍ଟିଦିଅନ୍ତୁ ।

୬. ରାହୁ ଗ୍ରହର ପ୍ରଭାବ ପାଇଁ ଶରୀରରେ ଆଘାତ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଯଦି ଗରିବ ଲୋକଙ୍କୁ ମୂଳା ଦାନ କରିବେ, ତେବେ ଏହା ଦ୍ଵାରା ରାହୁ ଗ୍ରହ କାରଣରୁ ହେଉଥିବା ହାନୀକୁ ରୋକାଯାଇ ପାରିବ । ସେଥିପାଇଁ ଆପଣ ଟଙ୍କା ଓ ମୂଳାର ଦାନ ସମୟ ଅନୁଯାୟୀ କରୁଥିବେ ।

୭. ହନୁମାନ ଚାଳିଶା ପଢିଲେ, ହନୁମାନ ଆପଣଙ୍କୁ ରାହୁଙ୍କର ପ୍ରକୋପରୁ ବଞ୍ଚେଇ ପାରିବେ । ତେଣୁ ଏହି ୭ଟି ଉପାୟକୁ ଶ୍ରଦ୍ଧାର ସହ କାର୍ଯ୍ୟକାରୀ କରନ୍ତୁ ଓ ରାହୁଙ୍କର ଖରାପ ପ୍ରଭାବରୁ ବଞ୍ଚନ୍ତୁ ।