ପତି ଓ ପତ୍ନୀଙ୍କୁ କଥା ହେବା ଉଚିତ ନୁହେଁ ଏହି ସବୁ କଥା, ଜାଣନ୍ତୁ

ସାଧାରଣତଃ ଆଜିକାଲିର ଜୀବନରେ ଲୋକମାନଙ୍କର ବୈବାହିକ ଜୀବନ ବହୁତ କଷ୍ଟକର ହୋଇ ଯାଇଛି । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ କମ ଓ ଝଗଡା ଅଧିକ ହେଉଛି । ହେଲେ ଆଜି ଆମେ ଆପଣମାନଙ୍କୁ ଏମିତି କିଛି କଥା କହିବୁ ଯାହାକି ପତି ପତ୍ନୀ ମାନେ ଏହି ସବୁ କଥା ବିଷୟରେ ସମାଲୋଚନା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଏହା ସହିତ ଆମେ ଆପଣଙ୍କୁ ଚାଣକ୍ୟଙ୍କର ସେହି ୩ଟି ନୀତି ବିଷୟରେ କହିବୁ ଯାହାଦ୍ଵାରା ଆପଣ ମହିଳାଙ୍କ ବିଷୟରେ ଜାଣିପାରିବେ ।

ଚାଣକ୍ୟଙ୍କ ମତରେ ପତି ପତ୍ନୀ ଅନ୍ୟ କୌଣସି ତୃତୀୟ ଲୋକଙ୍କ ବିଷୟରେ ସମାଲୋଚନା କରିବା ଉଚିତ ନୁହେଁ । ଏହା ଦ୍ଵାରା ବାଦବିବାଦ ବଢିପାରେ । ଚାଣକ୍ୟଙ୍କ ମତରେ ଯଦି ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇଯାଇଛି, ତେବେ ସେହି ଭୁଲର ସମାଲୋଚନା କରନ୍ତୁ ନାହିଁ । ଯାହା ହୋଇଯାଇଛି ତାକୁ ଭୁଲିଯିବାଟା ହେଉଛି ଠିକ ।

ଯଦି ଜୀବନ ସାଥି କ୍ରୋଧରେ ଅଛି ଅର୍ଥାତ ପତି ଓ ପତ୍ନୀଙ୍କ ମଧ୍ୟରେ ଯିଏ ବି କ୍ରୋଧରେ ଅଛି ସେହି ସମୟରେ ଅନ୍ୟ ଜଣେ ଶାନ୍ତ ହୋଇ ରହିବା ଉଚିତ । ଯଦି ଦୁଇଜଣ କ୍ରୋଧ କରିବେ, ତେବେ ଏହା ଦ୍ଵାରା ଝଗଡା ବଢିପାରେ ଓ ବିଭିନ୍ନ ବାଦବିବାଦ ହୋଇପାରେ । ତେଣୁ ଆପଣଙ୍କୁ ନିଜ କ୍ରୋଧକୁ ସବୁବେଳେ ନିୟନ୍ତ୍ରଣ କରି ରଖିବା ଉଚିତ ।

ଚାଣକ୍ୟଙ୍କ ମତରେ ଅଧିକାଂଶ ବାଦବିବାଦ ସେହି ସମୟରେ ହୋଇଥାଏ, ଯେତେବେଳେ ଦୁଇଜଣଙ୍କ ଭାବନା ବିପରୀତ ଥାଏ । ଦୁଇଜଣ ନିଜର ନିସ୍ପତି ଦେଇଥାନ୍ତି, ଯାହାଫଳରେ ବୁଝାବଣା ହୋଇପାରେ ନାହିଁ । ତେଣୁ ଯେତେବେଳେ ଆପଣ କିଛି କହୁଛନ୍ତି ଆପଣଙ୍କ ବାର୍ତ୍ତାଳାପରେ କୌଣସି କ୍ରୋଧ, ବାଦ, ହିଂସା ଓ ଅହଂକାର ଦେଖାଯିବା ଉଚିତ ନୁହେଁ । ଆପଣ ଯଦି ପ୍ରେମ ଓ ଶାନ୍ତିରେ କଥା ହୁଅନ୍ତି ତେବେ ଆପଣଙ୍କ ମଧ୍ୟରେ ଝଗଡା କମି କମି ଯିବ ।

ପତି ଓ ପତ୍ନୀଙ୍କ ସମ୍ପର୍କକୁ ଭଲ ରଖିବା ପାଇଁ ସବୁବେଳେ ଭଲ କଥାର ସମାଲୋଚନା କରିବା ଉଚିତ । ସାଧାରଣତଃ ଲୋକମାନେ କର୍ମସ୍ଥଳର ଚିନ୍ତା ଓ କ୍ରୋଧ ସହ ପରିବାରକୁ ଆସିଥାନ୍ତି, ସେହି ସମୟରେ ପତ୍ନୀକୁ ପତିର ପୁରା ସହଯୋଗ କରିବା ଉଚିତ ଓ ପଟି ପତ୍ନୀ ଭଲରେ କଥା ହେବା ଉଚିତ । ଏହା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ମାନସିକ ସାମଞ୍ଜସ୍ୟ ଭଲ ରହିଥାଏ ଓ ବୈବାହିକ ଜୀବନରେ କୌଣସି ବାଦବିବାଦ ଓ ସମସ୍ୟା ଆସି ନଥାଏ ।

ତେଣୁ ଆପଣ ଯଦି ଏହି ସବୁ ପରିସ୍ଥିର ସମ୍ମୁଖୀନ ହେଉଛନ୍ତି, ତେବେ ଆଜିଠାରୁ ଏହି ସବୁ ନିୟମକୁ ମାନି ଚଳନ୍ତୁ । ଦେଖିବେ ବହୁତ କମ ସମୟ ମଧ୍ୟରେ ଆପଣଙ୍କ ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।