ଏହି ଶିବରାତ୍ରିରେ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ସବୁ ଜିନିଷ, ଭୋଳାବାବାଙ୍କ ଆଶୀର୍ବାଦ ସବୁବେଳେ ରହିବ

ମହାଦେବଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ଶିବରାତ୍ରି ପର୍ବକୁ ବହୁତ ଶୁଭ ମାନିଥାନ୍ତି । ମହାଶିବରାତ୍ରି ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ଓ ବଡ ପର୍ବ ମଧ୍ୟରୁ ଗୋଟିଏ । ଏହି ବର୍ଷ ଶିବରାତ୍ରି ପର୍ବ ୨୧ ଫେବୃୟାରି ୨୦୨୦ରେ ପାଳନ କରାଯିବ । ଏହି ରାତ୍ରିକୁ ଶିବଙ୍କ ମହାନ ରାତ୍ରି ମଧ୍ୟ କୁହାଯାଇଥାଏ । କୁହାଯାଏ କି, ଏହିଦିନ ଭଗବାନ ଶିବ ପୃଥିବୀକୁ ଧ୍ଵଂସ ହେବାରୁ ବଞ୍ଚାଇଥିଲେ ଓ ସେ ତାଙ୍କର ସବୁ ଭକ୍ତ ମାନଙ୍କୁ ଏହି ଦିନରେ ତାଙ୍କର ପୂଜା ଓ ଉପାସନା କରିବା ପାଇଁ କହିଥିଲେ ।

ହେଲେ ଆଜି ଆମେ ଆପଣମାନଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଶିବଙ୍କୁ ପ୍ରସନ୍ନ କରିପାରିବେ । ଏଥିପାଇଁ ଆପଣଙ୍କୁ ଶିବରାତ୍ରିରେ ଶିବଲିଙ୍ଗ ଉପରେ କିଛି ଜିନିଷ ଅର୍ପଣ କରିବାକୁ ହେବ ।

ତେବେ ଆସନ୍ତୁ ଜାଣିବା ଏହି ଜିନିଷ ଗୁଡିକ ବିଷୟରେ

୧. ଜଳ

ଯଦି ଆପଣ ମହାଶିବରାତ୍ରି ଦିନ ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରି ଶିବଲିଙ୍ଗରେ ଜଳ ଅର୍ପଣ କରିବେ, ତେବେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ ।

୨. କ୍ଷୀର

ଯଦି ଆପଣ ଶିବରାତ୍ରି ଦିନ ଶିବଙ୍କ ଅଭିଷେକ କ୍ଷୀରରେ କରିବେ, ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ଓ ଶାରୀରିକ ରୋଗ ଦୂର ହେବ ।

୩. ଚିନି

ଯଦି ଆପଣ ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ, ତେବେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବଢିବ । ଏହା ସହିତ ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

୪. ଘିଅ

ଯଦି ଆପଣ ଶିବଲିଙ୍ଗଙ୍କ ଅଭିଷେକ ଘିଅରେ କରିବେ, ତେବେ ଆପଣଙ୍କୁ ଶକ୍ତି ପ୍ରାପ୍ତ ହେବ ଓ ଯେଉଁ ଲୋକମାନେ ସନ୍ତାନ ସୁଖ ପ୍ରାପ୍ତି କରିପାରୁ ନାହାଁନ୍ତି ସେମାନଙ୍କୁ ସନ୍ତାନ ପ୍ରାପ୍ତି ହେବ ।

୫. ମହୁ

ଯଦି ଆପଣ ନିଜ ବାଣୀକୁ ମଧୁର କରିବା ପାଇଁ ଚହୁଁଛନ୍ତି, ତେବେ ଆପଣ ଶିବଲିଙ୍ଗରେ ମହୁ ଅର୍ପଣ କରନ୍ତୁ ।

୬. ଭାଙ୍ଗ

ଯଦି ଆପଣ ଶିବଲିଙ୍ଗରେ ଭାଙ୍ଗ ଅର୍ପଣ କରିବେ, ତେବେ ଶିବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହେବେ । କାରଣ ଭଗବାନ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ପର୍କ ରହିଛି ।

୭. ଚନ୍ଦନ

ଯଦି ଆପଣ ଶିବଲିଙ୍ଗରେ ଚନ୍ଦନ ଲଗାଇବେ, ତେବେ ଆପଣଙ୍କ ମନୋକାମନା ବହୁତ ଶୀଘ୍ର ପୂରଣ ହେବ ।

୮. କେସର

ଯଦି ଆପଣ ଶିବଲିଙ୍ଗରେ କେସର ଅର୍ପଣ କରିବେ ତେବେ, ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ତେଣୁ ମହାଶିବରାତ୍ରିରେ ଏହି ସବୁ ଜିନିଷ ଅର୍ପଣ କରି ମହାଦେବଙ୍କୁ ପ୍ରସନ୍ନ କରନ୍ତୁ ।