ଶୀତ ଦିନରେ ଗରମ ପାଣିରେ ଗାଧୋଉଥିବା ଲୋକମାନେ ଏହି କଥାର ରଖନ୍ତୁ ବିଶେଷ ଧ୍ୟାନ, ନହେଲେ ହେଇପାରେ ଏହି ସମସ୍ୟା

କିଛି ଦିନ ହେବ ଶୀତ ତା’ର ଚରମ ସୀମାରେ ପହଞ୍ଚି ଯାଇଛି । ଯାହାଫଳରେ ଗାଧୋଇ ଅଫିସ ଯାଉଥିବା ସବୁ ଲୋକମାନଙ୍କୁ ବହୁତ ଅସୁବିଧା ହେଉଛି । ସେଥିପାଇଁ ବହୁତ ଲୋକ ଶୀତଦିନେ ଗରମ ପାଣିରେ ଗାଧୋଇବା ପାଇଁ ପସନ୍ଦ କରନ୍ତି । ଗରମ ପାଣି ଆପଣଙ୍କୁ ଥଣ୍ଡାରୁ ତ ବଞ୍ଚେଇଦେବ ହେଲେ ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇ ପାରେ । ଯାହାଫଳରେ ଭବିଷ୍ୟତରେ ଆପଣଙ୍କୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡିପାରେ, ସେଥିପାଇଁ ଆସନ୍ତୁ ଜାଣିବା ଏହାର ପ୍ରତିକାର ବିଷୟରେ ।

ଆପଣ ମାନେ ଏହି କଥାର ଧ୍ୟାନ ରଖୁଥିବେ କି ଗାଧୋଇବା ପାଇଁ କେତେ ଗରମ ପାଣିର ଅବଶ୍ୟକତା ରହିଛି । କାରଣ ଥଣ୍ଡାରୁ ବଞ୍ଚିବା ପାଇଁ ପ୍ରାୟ ବହୁତ ଥର ପାଣିକୁ ଅଧିକ ଗରମ କରିଦେବା ଠିକ ନୁହେଁ । ଅଧିକ ଗରମ ପାଣିରେ ଗାଧୋଇଲେ ଚେହେରା ଲାଲ ପଡିଯାଏ । ଯଦି ଏହା ନିୟମିତ ହୋଇଥାଏ ତେବେ ଗରମ ପାଣିରେ ଗଧୋଇବା ବନ୍ଦ କରିଦେବା ଉଚିତ ।

ଗଧୋଇବା ପାଇଁ ସତେଜ ପାଣି ସବୁଠୁ ଭଲ ହୋଇଥାଏ । ତାଜା ପାଣିରେ ଗାଧୋଇଲେ ଶରୀରକୁ ଏହା କୌଣସି ହାନି ପହଞ୍ଚାଏ ନାହିଁ, ସେଥିପାଇଁ ଯେଉଁଠି ତାଜା ପାଣି ଅଛି ସେଠାରେ ଗରମ ପାଣିର ଆବଶ୍ୟକ ନାହିଁ । ତାଜା ପାଣିରେ ଗଧୋଇବା ଦ୍ଵାରା ରକ୍ତଚାପ ଠିକ ରହିଥାଏ । ଶରୀରରେ ଫୁର୍ତି ଭରପୁର ହୋଇ ରହିଥାଏ । ଏହା ସହ ଆପଣଙ୍କ ବାଳର ମଧ୍ୟ କିଛି ସମସ୍ୟା ହୁଏନାହିଁ । କାରଣ ନିୟମିତ ଭାବରେ ଅତ୍ୟଧିକ ଗରମ ପାଣିରେ ଗଧୋଇବା ବାଳ ଦୁର୍ବଳ ହୋଇ ଝଡିଥାଏ ।

ସେଥିପାଇଁ ତାଜା ପାଣିରେ ଗଧୋଇବା ଦରକାର । କାରଣ ଏହା ଶରୀରକୁ କୌଣସି ପ୍ରକାରର ହାନି ପହଞ୍ଚାଏ ନାହିଁ । ସେଥିପାଇଁ ନିଜର ମନକୁ ନିୟନ୍ତ୍ରଣ ରଖି ଗରମ ପାଣିରେ ନ ଗାଧୋଇ ତାଜା ପାଣିରେ ଗାଧାନ୍ତୁ ।