ନୂଆ ବର୍ଷରେ ସୁଖ ସମୃଦ୍ଧି, ଧନବୃଦ୍ଧି ପାଇଁ ନିଶ୍ଚିନ୍ତ କରନ୍ତୁ ଏହି ଉପାୟ, ଘରେ ହେବ ମା’ ଲକ୍ଷ୍ମୀଙ୍କ ବାସ

ସବୁମଣିଷ ତା’ର ଜୀବନରେ ଘଟିଥିବା ସମସ୍ତ ଘଟଣାକୁ ଭୁଲି ଏକ ନୂତନ ଜୀବନ ଆରମ୍ଭ କରିବାକୁ ଚାହିଁଥାଏ । ବର୍ତ୍ତମାନ ବହୁତ ଶୀଘ୍ର ୨୦୧୯ ଶେଷ ହେବାକୁ ଯାଉଛି ଓ ୨୦୨୦ ଆରମ୍ଭ ହେବାକୁ ଯାଉଛି । ସମସ୍ତେ ଚାହାଁନ୍ତି ତାଙ୍କର ଏହି ନୂଆ ବର୍ଷ ଭାଗ୍ୟଶାଳୀ ରହୁ । ଯଦି ଆପଣ ଏହି ନୂଆ ବର୍ଷକୁ ଭାଗ୍ୟଶାଳୀ କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହାର ସାହାର୍ଯ୍ୟରେ ଆପଣ ନିଜ ଜୀବନରେ ଥିବା ସମସ୍ତ ଚିନ୍ତାରୁ ମୁକ୍ତ ହୋଇଯିବେ ।

ଧନ ପ୍ରାପ୍ତି କରିବା ପାଇଁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ଆବଶ୍ୟକ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏମିତି କିଛି ଉପାୟ ରହିଛି ଯାହାର ସହାୟତାରେ ଆପଣ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ।

୧. ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କର ନିବାସ ହେଉ ତେବେ ଆପଣ ନିଜ ଘରକୁ ଭଲ ଭାବରେ ସଫା ସୁତୁରା ରଖନ୍ତୁ ।

୨. ଆପଣ ନିଜ ଘରକୁ ଲୁଣ, ଫିଟିକିରି ଓ ଗୋମୁତ୍ରରେ ପୋଛା ଲଗାଇପାରନ୍ତି । ଏହା କରିବା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଊର୍ଜା ଚାଲିଯାଇଥାଏ ।

୩. ଯଦି ନୂଆ ବର୍ଷ ପୂର୍ବରୁ କାହାର ଜନ୍ମଦିନ ବା ବିବାହ ବାର୍ଷିକ ଅଛି ତେବେ ସେହି ଦିନ ନିଶ୍ଚୟ ଏକ ପୂଜା ରଖନ୍ତୁ । ଆପଣ ବର୍ଷ ଆରମ୍ଭରୁ କିଛି ଭଲ କରିବା ପାଇଁ ସଂକଳ୍ପ ନିଅନ୍ତୁ ।

୪. ନୂଆ ବର୍ଷରେ ଆପଣ ବୃକ୍ଷ ଲଗାଇ ତାଙ୍କର ସେବା କରନ୍ତୁ, କାରଣ ଶାସ୍ତ୍ର ଦ୍ଵାରା ଜଣାପଡିଛି କି ବୃକ୍ଷକୁ ପୂଜା କରିବା ଦ୍ଵାରା ଆମ କୁଣ୍ଡଳୀରେ ଥିବା ଗ୍ରହ ଦୋଷ କଟିଯାଏ ।

୫. ଯଦି ଆପଣ ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତି ତେବେ ସବୁବେଳେ ଗୋଟିଏ ମାଳା ମହାମୃତୁଞ୍ଜୟ ମନ୍ତ୍ର ନିଶ୍ଚିନ୍ତ ଜପ କରନ୍ତୁ । ଯଦି ଆପଣ ଲଗାତାର ୪୦ ଦିନ ଏହାକୁ କରିବେ ତେବେ ଆପଣଙ୍କୁ ଭଲ ପରିଣାମ ମିଳିବ ।

୬. ଯଦି ଆପଣଙ୍କ ଉପରେ ଅଧିକ କରଜ ଅଛି ଆପଣ କରଜରୁ ମୁକ୍ତ ହୋଇ ପାରୁ ନାହାନ୍ତି ତେବେ ଆପଣ ନୂଆ ବର୍ଷରେ ଲକ୍ଷ୍ମୀଙ୍କର କୌଣସି ମନ୍ତ୍ରର ଜପ କରନ୍ତୁ ଓ ଦୀପାବଳିରେ ଯଜ୍ଞ କରନ୍ତୁ ।

ଏହି ସବୁ ଉପାୟକୁ ଆପଣ ନୂଆବର୍ଷରେ ଅବଲମ୍ବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀ ମା’ଙ୍କର ବାସ ହେବ ଓ ଆପଣଙ୍କର ସମସ୍ତ ଅସୁବିଧାର ସମାଧାନ ହୋଇଯିବ ।