ଦୁର୍ଘଟଣାରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ, ସ୍ଵୟଂ ଭଗବାନ କରିବେ ଆପଣଙ୍କ ରକ୍ଷା

ଜୀବନରେ କେବେ ବି କାହା ସହିତ ଦୁର୍ଘଟଣା ଘଟିପାରେ । ଦୁର୍ଘଟଣାକୁ କେହି ବି ଅଟକାଇ ପାରିବ ନାହିଁ ଓ ଯାହା ଭାଗ୍ୟରେ ଲେଖା ହୋଇଥାଏ ତାହା ହିଁ ହୋଇଥାଏ । ଦୁର୍ଘଟଣା ହେବା ପରେ ଆଘାତ ତ ଲାଗିଥାଏ ଓ ଲୋକମାନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ବି ହୋଇଯାଏ । କିନ୍ତୁ କେତେ ଥର ଦୁର୍ଘଟଣା ହେବା ପୂର୍ବରୁ ହିଁ ଆମକୁ ଦୁର୍ଘଟଣାର କିଛି ସଂକେତ ମିଳିଯାଏ । ଏହି ସଂକେତ ମିଳିବା ପରେ ଯଦି ଆପଣ ତଳେ ଦିଆ ଯାଇଥିବା ଉପାୟକୁ କରିବେ ତେବେ ଦୁର୍ଘଟଣାରୁ ବଞ୍ଚି ପାରିବେ ।

କେମିତି ଚିହ୍ନିବେ ଦୁର୍ଘଟଣା ହେବାର ସଂକେତକୁ

·    ଯଦି କୌଣସି ବ୍ୟକ୍ତିକୁ ସବୁଦିନ ଖରାପ ସ୍ଵପ୍ନ ଆସୁଛି ଓ ସ୍ଵପ୍ନରେ କୌଣସି ଦୁର୍ଘଟଣା ଦେଖା ଯାଉଛି କିମ୍ବା କୌଣସି ମରି ଯାଇଥିବା ବ୍ୟକ୍ତି ଦେଖା ଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ସହିତ କିଛି ଖରାପ ହେବାର ଅଛି ।

·    ଘର ପାଖରେ କୁକୁର ଓ ବିଲେଇର କାନ୍ଦିବା ବି ଅଶୁଭ ସଂକେତ ହୋଇଥାଏ ।

·    ଯଦି ବାରମ୍ବାର ଆପଣଙ୍କ ହାତରୁ କ୍ଷୀର ପଡି ଯାଉଛି ତେବେ ଏହା ବି ଦୁର୍ଘଟଣା ହେବାର ସଂକେତ ହୋଇଥାଏ ।

·    ଚପଲ ବାରମ୍ବାର ଓଲଟା ରହିବା ।

·    ଶରୀରରେ ଲଗାତାର ଆଘାତ ଲାଗିବା ।

·    ଜାତକରେ ଗ୍ରହ ଗୁଡିକ ଖରାପ ଦିଗରେ ରହିବା ।

ଦୁର୍ଘଟଣାରୁ ବଞ୍ଚିବାର ସରଳ ଉପାୟ –

ହନୁମାନଙ୍କର ପୂଜା (ପ୍ରଥମ ଉପାୟ)

ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ । ସେଥିପାଇଁ ଯେତେବେଳେ ବି ଆପଣଙ୍କୁ ଏମିତି ଲାଗିବ କି ଆପଣଙ୍କ ସହିତ କିଛି ଦୁର୍ଘଟଣା ହେବାକୁ ଯାଉଛି ତେବେ ଆପଣ ହନୁମାନଙ୍କର ନାମ ନିଅନ୍ତୁ ଓ ତାଙ୍କର ପୂଜା କରନ୍ତୁ । ଆପଣ କେବଳ ସବୁଦିନ ମନ୍ଦିର ଯାଇ ହନୁମାନଙ୍କ ସାମ୍ନାରେ ଜସମୀନ ତେଲର ଦୀପ ଜଳାନ୍ତୁ ଓ ହନୁମାନଙ୍କର ଚରଣକୁ ସ୍ପର୍ଶ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ହନୁମାନ ଆପଣଙ୍କର ରକ୍ଷା କରିବେ ।

ଦ୍ଵିତୀୟ ଉପାୟ

ହନୁମାନଙ୍କର ପୂଜା କରିବା ସମୟରେ ତାଙ୍କର ଚରଣରେ ଲାଲ ଧାଗା ରଖି ଦିଅନ୍ତୁ ଓ ପୁଣି ତାଙ୍କୁ ଗୁଡ ଓ ଚଣାର ପ୍ରସାଦ ଚଢାନ୍ତୁ । ପୂଜା ସରିବା ପରେ ହନୁମାନଙ୍କର ପାଦ ତଳେ ଥିବା ଲାଲ ଧାଗାକୁ ନିଜ ହାତରେ ବାନ୍ଧି ଦିଅନ୍ତୁ ।

ପକ୍ଷୀମାନଙ୍କୁ ଡାଲି ଦିଅନ୍ତୁ

ଦୁର୍ଘଟଣା ହେବାର ସଂକେତ ମିଳିବା ପରେ ପକ୍ଷୀମାନଙ୍କୁ ଲାଲ ମସୁର ଡାଲି ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣ ଦୁର୍ଘଟଣାରୁ ବଞ୍ଚି ପାରନ୍ତି । ପକ୍ଷୀମାନଙ୍କ ଛଡା ପିମ୍ପୁଡିମାନଙ୍କୁ ଗୁଡ ବି ଦେଇ ପାରିବେ ।

ଲେମ୍ବୁ ସହ ଜଡିତ ଉପାୟ

ଶନିବାର ଦିନ ଏକ ଲେମ୍ବୁ ଉପରେ ଭଲ ଭାବରେ ସିନ୍ଦୁର ଲଗାଇ ସେହି ଲେମ୍ବୁକୁ ଚାରି ଛକିରେ ଫୋପାଡି ଦିଅନ୍ତୁ । ଏହି ଉପାୟ ଛଡା ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ମଧ୍ୟ ଲେମ୍ବୁ ଲଗାନ୍ତୁ ।

ମିଠା ଖାଇ ଘରୁ ବାହାରନ୍ତୁ ନାହିଁ

ଯେତେବେଳେ ବି ଘରୁ ବାହାରୁଛନ୍ତି ତେବେ କିଛି ମିଠା ଖାଆନ୍ତୁ ନାହିଁ । ଯଦି କିଛି ମିଠା ଖାଇ ନେଇଛନ୍ତି ତେବେ କୁଳି କରି ନିଅନ୍ତୁ କିମ୍ବା ଅଳ୍ପ ଲୁଣ ଖାଇ ଦିଅନ୍ତୁ । ଘରୁ ମିଠା ଖାଇ ବାହାରିବା ଅଶୁଭ ହୋଇଥାଏ ।