ଶୀତଦିନେ ଭୁଲରେ ଖାଆନ୍ତୁନି ଏହି 4 ଖାଦ୍ଯ, ନଚେତ ଶୀଘ୍ର ହୋଇପାରେ ହାର୍ଟ ଆଟାକ୍, ଖାଉଥିଲେ ସାବଧାନ !

ଶୀତଦିନେ ଆମ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ଫଳରେ ବିଭିନ୍ନ ପ୍ରକାରର ରୋଗ ଅତି ସହଜରେ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ତେଣୁ ଏଭଳି ସମୟରେ ଆପଣ ନିଜ ଖାଦ୍ୟପେୟ ପ୍ରତି ଅତ୍ୟନ୍ତ ଯତ୍ନବାନ ହେବା ସହ ଶରୀର ବିଶେଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ସ୍ବାସ୍ଥ୍ୟବ ବିଶେଷଜ୍ଞଙ୍କ ମତରେ ଏଭଳି କିଛି ଖାଦ୍ଯ ରହିଛି ଯାହା ଶୀତଦିନେ ସେବନ କରିବା ଆମ ସ୍ୱାସ୍ଥ୍ୟ ପ୍ରତି ଅହିତକର । ଏଭଳି ଖାଦ୍ଯ ଯୋଗୁଁ ହୃଦଘାତ ହେବାର ସମ୍ଭାବନା ବଢିଯାଏ ।

ଶୀତଦିନେ ରେଡ ମିଟ୍ ବା ଲାଲ ମାଂସ ସେବନ କରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । କାରଣ ଏଥିରେ ଅତ୍ୟଧିକ ମାତ୍ରାରେ ସାଚୁରେଟେଡ ଫ୍ୟାଟ ଓ କୋଲେଷ୍ଟ୍ରୋଲ ରହିଥାଏ, ଯାହାକି ହୃଦଘାତ ଭଳି ସମସ୍ଯା ସୃଷ୍ଟି କରେ । ତେଣୁ ଶୀତଦିନେ ରେଡ ମିଟ୍ ସେବନ କରିବା ଆଦୌ ଉଚିତ ନୁହେଁ ।

ସେହିପରି ଶୀତଦିନେ ଫାଷ୍ଟଫୁଡ୍ ସେବନ କରିବା ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଶୀତଦିନେ ଶରୀରରୁ କମ୍ ଝାଳ ନିର୍ଗତ ହୁଏ ଓ ଶରୀର ଅଳସୁଆ ଭଳି ଲାଗିବା ସହ ଥକାପଣ ଆସିଥାଏ । ଫଳରେ ଆମ ଖାଦ୍ଯ ଶୀଘ୍ର ହଜମ ହେବାରେ ସମସ୍ଯା ହୋଇଥାଏ ।

ଏଭଳି ସ୍ଥିତିରେ ତେଲ ମସଲା ଜାତୀୟ ଖାଦ୍ଯ କିମ୍ବା ଫାଷ୍ଟଫୁଡ୍ ସେବନ କଲେ ଏହା ଆମ ଶରୀରରେ କୋଲେଷ୍ଟ୍ରୋଲ ର ମାତ୍ରାକୁ ବଢେଇ ଦେଇଥାଏ । ଫଳରେ ଏହାର ସେବନ ଦ୍ଵାରା ମେଦ ବହୁଳତା ସାଙ୍ଗକୁ ହୃଦଘାତ ଭଳି ସମସ୍ଯା ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ତେଣୁ ଶୀତଦିନେ ଏଭଳି ଖାଦ୍ଯ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

ଶୀତଦିନେ ଅନେକ ଲୋକ ତେଲଯୁକ୍ତ ଖାଦ୍ୟ ଯଥା ଛଣାଛଣି ଖାଇବାକୁ ବେଶ ପସନ୍ଦ କରନ୍ତି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବିଶେଷ କରି ଶୀତଦିନେ ଏଭଳି ଖାଦ୍ଯ ଖାଇବା ଆମ ଶରୀର ପ୍ରତି ବିପଦ ସୃଷ୍ଟି କରିଥାଏ । କାରଣ ଏହି ତେଲଜାତୀୟ ଖାଦ୍ଯ ଆମ ଶରୀରର କୋଲେଷ୍ଟ୍ରୋଲ ମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଫଳରେ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ତେଣୁ ଶୀତଦିନେ ଏଭଳି ଖାଦ୍ଯ ଠାରୁ ନିଆଜକୁ ଦୂରେଇ ରଖନ୍ତୁ ।

ଶେଷରେ ଶୀତଦିନେ ମିଠାଜାତୀୟ ଖାଦ୍ଯ ଯଥା ଚାହା, ପେଷ୍ଟ୍ରି ଓ ଚକୋଲେଟ ଆଦି ଖାଇବାକୁ ମଧ୍ୟ ଲୋକେ ପସନ୍ଦ କରିଥାନ୍ତି । ଏହି ସବୁ ଖାଦ୍ଯ ମଧ୍ୟ ଆମ ଶରୀରରେ କୋଲେଷ୍ଟ୍ରୋଲ ର ମାତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଫଳରେ ହୃଦଘାତ ଉପୁଜିବାର ଅନେକ ସମ୍ଭାବନା ରହିଥାଏ ।

ତେଣୁ ଶୀତଦିନେ ମିଠାଜାତୀୟ ଖାଦ୍ଯ ଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ଏହିସବୁ ନିୟମ ପାଳନ କଲେ ଆପଣ ଶୀତଦିନେ ହୃଦଘାତ ଭଳି ଘାତକ ରୋଗରୁ ବର୍ତ୍ତି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।