କେଉଁ ଅଭ୍ଯାସ ଦ୍ଵାରା ଘରେ ଦରିଦ୍ରତା ଓ ଆର୍ଥିକ ସମସ୍ଯା ଦେଖା ଦେଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଦରିଦ୍ରତା କାରଣରୁ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ହେଲେ ଆମର କିଛି ଅଭ୍ଯାସ ହିଁ ଏହି ଦରିଦ୍ରତାର ମୁଖ୍ୟ କାରଣ ସାଜିଥାଏ । ଆସନ୍ତୁ ସେମିତି କିଛି ଅଭ୍ଯାସ ବିଷୟରେ ଜାଣିବା । କେବେବି ପାଣି ମାଠିଆରେ ମୁହଁ ଲଗାଇ ପାଣି ପିଇବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଅର୍ଥ ସମସ୍ଯା ଦେଖା ଦେଇଥାଏ । ଅନ୍ଧାର ସ୍ଥାନରେ କିମ୍ବା ଲାଇଟ ଚାଲିଗଲେ ଖାଦ୍ଯ ଖାଇବା ଉଚିତ ନୁହେଁ, ଏହା ମଧ୍ୟ ଅଶୁଭ ହେବାସହ ଆର୍ଥିକ ସମସ୍ଯା ସୃଷ୍ଟି କରିଥାଏ ।

ରାତି ସମୟରେ ଘରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଅର୍ଥ ଅଭାବ ଦେଖା ଦେଇଥାଏ । ଘରେ ବୁଢିଆଣୀ ବସା ହୋଇଥିଲେ ତୁରନ୍ତ ଏହା ସଫା କରିବା ଉଚିତ, ଏହା ଅଶୁଭ ଓ ଦାରିଦ୍ର୍ୟତାର କାରଣ ହୋଇଥାଏ । ଘରେ କେବେବି ଜୋତା ଚପଲ ଓଲଟା ପକାଇବା ଉଚିତ ନୁହେଁ, ଏହା ଅଶୁଭ ଓ ଅର୍ଥ ଅଭାବର କାରଣ ହୋଇଥାଏ ।

ଖାଦ୍ଯ ଖାଇବା ପୂର୍ବରୁ ଠାକୁରଙ୍କୁ ସମର୍ପଣ ନକରି ଭୋଜନ ଖାଇବା ଉଚିତ ନୁହେଁ ଏହା ମଧ୍ୟ ଅଶୁଭ ଓ ଦାରିଦ୍ର୍ୟତାର କାରଣ ହୋଇଥାଏ । ଠାକୁର ପୂଜା କରିବା ପରେ କିମ୍ବା ଅନ୍ୟ ସମୟରେ କେବେବି ମୁହଁରେ ଫୁଙ୍କିକି ଦୀପ ଲିଭାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । ସାଧୁ ସନ୍ନ୍ୟାସୀଙ୍କ ଠାରୁ କୌଣସି ଜିନିଷ କିଣିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଓ ଧନର ଅଭାବ ଦେଖା ଦେଇଥାଏ ।

ଘରେ ରୋଷେଇ କରିବା ବେଳେ ରସୁଣ ଓ ପିଆଜ ଚୋପା କେବେବି ଅଗ୍ନିରେ ପୋଡିବା ଉଚିତ ନୁହେଁ ଏହା ଅର୍ଥ ଅଭାବ ସୃଷ୍ଟି କରିଥାଏ । ଘରର ମୁଖ୍ୟ ଦ୍ଵାରର କବାଟ ପାଖରେ କେବେବି ବସିବା ଉଚିତ ନୁହେଁ ଏହା ଅଶୁଭ ହେବାସହ ଧନହାନି ହୋଇଥାଏ ।

ଭଲ ଭାବେ ସ୍ବଚ୍ଛ ନହୋଇ ଧର୍ମଗ୍ରନ୍ଥ ପଢିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଓ ଆର୍ଥିକ ସମସ୍ଯା ସୃଷ୍ଟି କରିଥାଏ । ରାତିରେ ଯଦି କେହି ଅତି ଆବଶ୍ୟକ ଜିନିଷ ମାଗେ ତେବେ ମନା କରିବା ଉଚିତ ନୁହେଁ ଏହା ଧନ ସମସ୍ଯା ସୃଷ୍ଟି କରିଥାଏ । କୌଣସି ଲୋକଙ୍କ କ୍ରିୟାକର୍ମ ବେଳେ ମଶାଣି ଭୁଇଁରେ କେବେବି ହସିବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ଓ ଅର୍ଥ ଅଭାବ ଦେଖା ଦେଇଥାଏ ।

ଶୋଇବା ବେଳେ କେବେବି ଓଲଟା ଶୋଇବା ଉଚିତ ନୁହେଁ ଏହା ମଙ୍ଗଳକାରୀ ହୋଇଥାଏ ଓ ଅର୍ଥ ଅଭାବ ଦେଖା ଦେଇଥାଏ । କୌଣସି ଗଛମୂଳେ କେବେବି ପରିସ୍ରା କରିବା ଉଚିତ ନୁହେଁ ଏହା ମଧ୍ୟ ଅମଙ୍ଗଳକାରୀ ହେବାସହ ଅର୍ଥ ଅଭାବ ଦେଖାଦିଏ । ସକାଳେ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ଶୋଇ ରହିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ଦାରିଦ୍ର୍ୟତାର କାରଣ ହୋଇଥାଏ ।

ଚିରିଥିବା ବା ଫାଟିଥିବା କପଡା କେବେବି ପିନ୍ଧିବା ଉଚିତ ନୁହେଁ ଏହା ଅଶୁଭ ହେବାସହ ଅର୍ଥ ଅଭାବ ଦେଖା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।