ଶଇତାନ ସ୍ଵାମୀର କାଣ୍ଡ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ନିଜେ ବାହା ହୋଇ ଆଣିଥିବା ସ୍ତ୍ରୀ ସହ ଯାହା କଲା ନା… ଦେଖନ୍ତୁ ପୁରା ଘଟଣା

ଆଜି ଆମେ ଆପଣଙ୍କୁ ଏଭଳି ଏକ ବିଭତ୍ସ ଘଟଣା ବିଷୟରେ କହିବାକୁ ଯାଉଛି ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ହୁଏତ ମାଟି ଖସିଯିବ । ସ୍ଵାମୀ ନିଜେ ହାତ ଧରି ଆଣିଥିବା ସ୍ତ୍ରୀ ସହ ଯେ ଏମିତି କରିପାରେ କେହି କେବେ କଳ୍ପନା କରି ନଥିବେ । ପୁରା ଘଟଣାଟି ହେଉଛି, ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇ ବିବାହ କରିଥିଲେ ବାଲେଶ୍ଵରର ଚନ୍ଦନ ରାଣା । ହେଲେ ଯୁବତୀ ଜଣକ ଜାଣି ନଥିଲେ କି ବରଣମାଳା ନୁହେଁ ବରଂ ମୃତ୍ୟୁର ଫାଶ ତାଙ୍କ ବେକରେ ପଡିଛି ବୋଲି ।

ଯୁବତୀଙ୍କ ବିଶ୍ବାସରେ ବିଷ ଦେବା ସହ ତାଙ୍କର ସର୍ବନାଶ ଉଦ୍ୟମ କରିଛନ୍ତି ଚନ୍ଦନ । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଭୀମପୁରା ଗାଁରୁ ସାମ୍ନାକୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା । ସୋମବାର ଦିନ ପ୍ରାୟ ସାଢେ 11ଟା ବେଳେ ଭୀମପୁରା ଗାଁରେ ଏକ ଭଡାଘରେ ରହୁଥିବା ବର୍ଷା ସିଂଙ୍କ ଘରକୁ ଆସିଥିଲେ ଅଭିଯୁକ୍ତ ଚନ୍ଦନ ରାଣା ଏବଂ ତାଙ୍କ ସହଯୋଗୀ । ଘରେ ବର୍ଷାଙ୍କ ସହ ତାଙ୍କର ସାନ ଭଉଣୀ ବନିତା ଓ ଦୁଇ ପୁଅ ଝିଅ ମଧ୍ୟ ଥିଲେ ।

ବନିତା ଓ ଚନ୍ଦନଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ତାଙ୍କ ପରେ ଅତର୍କିତ ଏସିଡ ମାଡ କରିଥିଲା ଚନ୍ଦନ । ଖାଲି ସେତିକି ନୁହେଁ ବରଂ ପାଖରେ ଥିବା ଭଉଣୀ ବର୍ଷା ଓ ଦୁଇ ଛୁଆଙ୍କ ଉପରେ ମଧ୍ୟ ଏସିଡ ଛିଟିକି ପଡିବାରୁ ସେମାନେ ବି ଆହତ ହୋଇଥିଲେ । ଆହତ ହୋଇଥିବା ସମସ୍ତେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ସେଠାରୁ ଫେରାର ହୋଇଥିଲା ଅଭିଯୁକ୍ତ ଚନ୍ଦନ ଓ ତା’ ସହଯୋଗୀ ।

ଉଭୟ ପରିବାରର ସହମତିରେ ଦେଢ ମାସ ତଳେ ଚନ୍ଦନଙ୍କ ସହ ବନିତାଙ୍କର ପ୍ରେମ ବିବାହ ହୋଇଥିଲା । କିନ୍ତୁ ଚନ୍ଦନ ପୂର୍ବରୁ ବିବାହିତ ହେବା ସହ ତାଙ୍କର ଦୁଇଟି ଛୁଆ ମଧ୍ୟ ଥିବା ଜାଣିବାକୁ ପାଇଥିଲେ ବନିତାଙ୍କ ପରିବାର । ଯାହାପରେ ବନିତା ନିଜ ବାପଘରକୁ ଚାଲି ଆସିଥିଲେ ଓ ନିଜ ବଡ ଭଉଣୀଙ୍କ ପାଖରେ ରହୁଥିଲେ । ଏହି କାରଣରୁ ଚନ୍ଦନ ପ୍ରତିଶୋଧ ନିଆଁରେ ଜଳୁଥିଲା ଓ ସୁଯୋଗ ଦେଖି ବନିତାଙ୍କ ପାଖକୁ ଆସି ତାଙ୍କୁ ଏସିଡ ମାଡ କରିଥିବା କୁହାଯାଉଛି ।

ବର୍ତ୍ତମାନ ସ୍ଥାନୀୟ ପୋଲିସ ଉକ୍ତ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ବନିତାଙ୍କ ଶରୀରର ପ୍ରାୟ 75 ପ୍ରତିଶତ ଜଳିଯାଇଛି ବୋଲି ଡାକ୍ତର କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।