କେହି କାହାରିଠୁ କମ୍ ନୁହଁନ୍ତି ଇଣ୍ଡିଆନ କ୍ରିକେଟରଙ୍କ ପତ୍ନୀମାନେ, ବିବାହ ପୂର୍ବରୁ କରୁଥିଲେ ଏହିସବୁ କାମ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଭାରତରେ କ୍ରିକେଟକୁ ନେଇ କ୍ରେଜ ଏତେ ଅଧିକ ଯେ ଖେଳ ଦେଖିବା ସହ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ । ଖାସ କରି କ୍ରିକେଟରଙ୍କ ଗାର୍ଲଫ୍ରେଣ୍ଡ ଓ ସ୍ତ୍ରୀ’ଙ୍କୁ ନେଇ ଚର୍ଚ୍ଚା ଲାଗି ରୁହେ । ଆଜି ଆମେ ନଜର ପକେଇବା ଷ୍ଟାର କ୍ରିକେଟର ହେବା ପୂର୍ବରୁ ଜୀବନସାଥି ହେବା ପୂର୍ବରୁ ଏମାନଙ୍କ ପତ୍ନୀ କଣ କରୁଥିଲେ । କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ରାୱତ ଅନେକ ସମୟରେ ଧୋନୀଙ୍କ ପାଇଁ ଚିୟର ଅଫ୍ କରୁଥିବାର ଦେଖିବାକୁ ମିଳନ୍ତି ।

ଧୋନୀଙ୍କ ପତ୍ନୀ ହେବା ପୂର୍ବରୁ ସାକ୍ଷୀ ହୋଟେଳ ମ୍ୟାନେଜମେଣ୍ଟ କୋର୍ସ ଶେଷ କରି କଲିକତା ତାଜ ବେଙ୍ଗଲରେ ଟ୍ରେନି ଭାବେ କାର୍ଯ୍ୟ କରୁଥିଲେ । ଧୋନୀଙ୍କ ସହ ସେହିଠାରେ ହିଁ ତାଙ୍କର ଭେଟ ହୋଇଥିଲା । ଶେଷରେ 2010 ରେ ଏମାନେ ବିବାହ କରିଥିଲେ ।

ସେହିପରି ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜେଦ ମଧ୍ୟ ଜଣେ ସ୍ପୋର୍ଟ୍ସ ମ୍ୟାନେଜର । ରୋହିତଙ୍କୁ ବିବାହ କରିବା ପୂର୍ବରୁ ସେ କର୍ଣ୍ଣର ଷ୍ଟୋନ ସ୍ପୋର୍ଟ୍ସ ଆଣ୍ଡ ଏଣ୍ଟରଟେନମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ ।  ଖେଳାଳିଙ୍କ ବ୍ରାଣ୍ଡ ପ୍ରମୋଶନ ଦାୟିତ୍ବରେ ଥିବା ରିତିକା ଏକ ବିଜ୍ଞାପନର ଶୁଟିଙ୍ଗ ବେଳେ ରୋହିତଙ୍କ ସହ ତାଙ୍କର ଭେଟ ହୋଇଥିଲା ।

ଏହାପରେ ସେମାନେ 2015 ରେ ବିବାହ କରିଥିଲେ । ଦିନେଶ କାର୍ତ୍ତିକଙ୍କ ପତ୍ନୀ ଦୀପିକା ପାଲିକଲ ଜଣେ ସ୍କ୍ବାଶ ପ୍ଲେୟାର ଓ ପ୍ରଥମ ଭାରତୀୟ ମହିଳା ଭାବେ ପିଏସଏ ୱମେନ ଟପ୍-10 ରାଙ୍କିଂରେ ସ୍ଥାନ ପାଇଥିଲେ । ଦୀପିକା 2014 କମନୱେଲଥ ଗେମ୍ ରେ ସ୍ଵର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ।

ସେହିପରି ଅର୍ଜୁନ ପୁରସ୍କାର ପାଇବାରେ ଦୀପିକା ପ୍ରଥମ ସ୍କ୍ବାଶ ଖେଳାଳି ଏବଂ 2014 ରେ ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ । ଯଶପ୍ରୀତ ବୁମରାହଙ୍କ ପତ୍ନୀ ସଞ୍ଜନା ଗଣେଶାନ ମଧ୍ୟ ଜଣେ ସ୍ପୋର୍ଟ୍ସ ଉପସ୍ଥାପିକା ଓ ଟିଭି ହୋଷ୍ଟ ସହ ମଡେଲିଙ୍ଗରେ ମଧ୍ୟ ବେଶ ସଫଳ ।

ରବୀନ ଉତ୍ଥାପାଙ୍କ ପତ୍ନୀ ଶୀତଲ ଗୌତମ ବିବାହ ପୂର୍ବରୁ ଜଣେ ଟେନିସ ଖେଳାଳି ଥିଲେ । ସେ ମାତ୍ର 9 ବର୍ଷ ବୟସରୁ ଟେନିସ ଖେଳିବା ଆରମ୍ଭ କରିଥିଲେ ଓ ଅନେକ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତିଛନ୍ତି । ହରବଚନ ସିଂଙ୍କ ପତ୍ନୀ ଗୀତା ବାସରା ଜଣେ ବ୍ରିଟିଶ ବଂଶୋଭବ ଅଭିନେତ୍ରୀ ଓ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଇମରାନ ହାସମୀଙ୍କ ଅଭିନୀତ ଫିଲ୍ମ “ଦିଲ ଦିୟା ହେ” ରେ ସେ ଡେବ୍ୟୁ କରିଥିଲେ । ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଜଣେ ଆଇଟି ପ୍ରଫେଶନାଲ ଥିଲେ । ବିବାହ ପୂର୍ବରୁ ଆମଷ୍ଟରଡାମରେ ଜଣେ ଆଇଟି ଇଞ୍ଜିନିୟର ଭାବେ ସେ କାମ କରୁଥିଲେ । ଇରଫାନ ପଠାନଙ୍କ ପତ୍ନୀ ସାଫା ବାଗ ବିବାହ ପୂର୍ବରୁ ମଡେଲିଙ୍ଗ କରୁଥିଲେ ଓ ଜଣେ ସାମ୍ବାଦିକ ମଧ୍ୟ ।

ଜାହିର ଖାନଙ୍କ ପତ୍ନୀ ସାଗରିକା ମଧ୍ୟ ବିବାହ ପୂର୍ବରୁ ଜଣେ ମଡେଲ ଓ ଜରିଆ ସ୍ତରୀୟ ହକି ଖେଳାଳି ଥିଲେ । ଫିଲ୍ମ “ଚକ୍ ଦେ ଇଣ୍ଡିଆ” ରେ ତାଙ୍କ ଅଭିନୟକୁ ସମସ୍ତେ ବେଶ ପସନ୍ଦ କରିଥିଲେ ଓ ଅନେକ ମ୍ୟାଗାଜିନର ସାମ୍ନା ପେଜ୍ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ । ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍ ମଧ୍ୟ ବିବାହ ପୂର୍ବରୁ ମଡେଲିଙ୍ଗ କରୁଥିଲେ ।

ଏକାଧିକ କମ୍ପାନୀ ପାଇଁ ସେ ବିଜ୍ଞାପନ ଓ ବଲିଉଡ ଫିଲ୍ମ “ବଡିଗାର୍ଡ” ମଧ୍ୟ ରେ କାମ କରିଛନ୍ତି । ହେଲେ ବିବାହ ପରେ ନିଜ ବୈବାହିକ ଜୀବନରେ ଖୁସି ପାଇଁ ଅନେକ ନିଜ ପ୍ରଫେସନରୁ ବିରତି ନେଇଥିବା ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।