ରଙ୍ଗ୍ ନମ୍ବର ଉଜାଡି ଦେଲା ସଂସାର, ଏବେ ରାସ୍ତାକଡରେ ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା, ପୁରା ଘଟଣା ଜାଣିଲେ ହୋସ ଉଡିଯିବ, ଦେଖନ୍ତୁ video

ମହିଳାଜଣକ ରାସ୍ତା ଉପରେ ବସି ଏତେ ଜୋରରେ ଭୋ ଭୋ ହୋଇ କାନ୍ଦୁଛନ୍ତି ଯେ ରାସ୍ତାରେ ଯିବା ଲୋକ ତାଙ୍କ କାନ୍ଦ ଦେଖି ଅଟକିବାକୁ ବାଧ୍ୟ ହେଉଛି । ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ ଏହି ମହିଳାଜଣକ କାହିଁକି କାନ୍ଦୁଛନ୍ତି ଓ କଣ ହୋଇଛି ? ତେବେ ଏହି ମହିଳାଜଣକ କାନ୍ଦିବାର କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଏହି ମହିଳା ଓ ତାଙ୍କ ପାଖେ ଥିବା ଯୁବକଜଣକ ହେଉଛନ୍ତି ପ୍ରେମୀଯୁଗଳ । ଦଶପଲ୍ଲାର ଏହି ମହିଳାଜଣକ ବିବାହ କରିବା ପରେ ଭୁବନେଶ୍ବରରେ ନିଜ ସ୍ଵାମୀଙ୍କ ସହ ରହି କାମଧନ୍ଦା କରନ୍ତି ।

ସ୍ଵାମୀ ରାଜମିସ୍ତ୍ରୀ ହୋଇଥିବାରୁ ସକାଳୁ ଖାଇ ପିଇ କାମକୁ ବାହାରି ଯାଆନ୍ତି । ସ୍ଵାମୀ କାମକୁ ଯିବା ପରେ ମହିଳାଜଣକ ଘରେ ବସିଥିବା ବେଳେ ଦିନେ ହଠାତ ଏକ ଫୋନ୍ କଲ୍ ଆସିଲା । ସବୁଦିନ ଏହି ରଙ୍ଗ ନମ୍ବରରେ କଥା ହେଉ ହେଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ହେଲେ ମହିଳାଜଣକ ଜାଣି ନଥିଲେ କି ତାଙ୍କ ସହ ଫୋନରେ କଥା ହେଉଥିବା ଯୁବକ ବୟସରେ ତାଙ୍କ ଠାରୁ ସାନ ଏବଂ ତାଙ୍କ ଘର ବି ସେଇ ଦଶପଲ୍ଲାରେ ବୋଲି ।

ହେଲେ ଖାଲି କଥା କଥାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ବଢି ଯାଇଥିଲା ଯେ ମହିଳାଜଙ୍କ ବିବାହିତା ହେବା ସତ୍ତ୍ୱେ ଘରଛାଡି ଉକ୍ତ ଯୁବକଙ୍କ ସହ ଘରୁ ପଳେଇ ଆସିଥିଲେ । ଅନ୍ୟପଟେ ସ୍ଵାମୀ ଘରକୁ ଫେରିବା ପରେ ଦେଖିଥିଲେ କି ସ୍ତ୍ରୀ ଘରେ ନାହିଁ । ଫଳରେ ଉପାୟ ନପାଇ ସ୍ଵାମୀ ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଦଶପଲ୍ଲା ନିକଟରେ ମହିଳା ଓ ତାଙ୍କ ପ୍ରେମିକ ଛିଡା ହୋଇଥିବା ଦେଖି ସ୍ଵାମୀ ସେଠାରେ ପହଞ୍ଚି ଉଭୟ ପ୍ରେମୀଯୁଗଳଙ୍କୁ ଖୁବ ଉତ୍ତମମଧ୍ୟମ ଦେଇଥିଲେ । ସେଠାରେ ଏନେଇ ଉତ୍ତେଜନା ବଢିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି । ତେବେ ଜଣେ ମହିଳା ବିବାହିତା ହେବା ପରେ ମଧ୍ୟ ଏକ ରଙ୍ଗ୍ ନମ୍ବରରେ କଥା ହୋଇ ପ୍ରେମିକଙ୍କ ସହ ଫେରାର ହୋଇଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି ।

ରଙ୍ଗ୍ ନମ୍ବରରେ କଥା ହୋଇ ପ୍ରେମ ହେବା ଓ ଶେଷରେ ଫେରାର ହୋଇଯିବା ଘଟଣା ଶୁଣିବା ଲୋକର ମୁଣ୍ଡ ସତରେ ବୁଲେଇ ଦେଉଛି । ତେବେ ଏଭଳି ଘଟଣା ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।