ଏମିତି ଚାର୍ଜ କରୁଛନ୍ତି କି ଆପଣଙ୍କ ଫୋନ୍ ? ଚାର୍ଜ କରିବାର ସଠିକ ସମୟ ଜାଣନ୍ତୁ ନହେଲେ ଖୁବ ଶୀଘ୍ର ଅସୁବିଧାରେ ପଡ଼ିପାରନ୍ତି !

ପ୍ରାୟ 90 ପ୍ରତିଶତରୁ ଅଧିକ ଲୋକ ଫୋନ ଚାର୍ଜ କରିବା ବେଳେ ଏଭଳି ଭୁଲ କରିଥାନ୍ତି । ଯେଉଁଥି ପାଇଁ ଶୀଘ୍ର ଖରାପ ହୋଇଯାଏ ଫୋନ । ଆଜିକାଲି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଆପଣ ଜାଣିଥିବେ କି ଫୋନ ଚଲେଇବାକୁ ହେଲେ ଏହାକୁ ଚାର୍ଜ ମଧ୍ୟ କରିବାକୁ ପଡେ । ହେଲେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଆପଣ ଯଦି ଠିକ ଭାବେ ଫୋନ ଚାର୍ଜ କରୁନାହାନ୍ତି ତେବେ ଆପଣଙ୍କ ଫୋନ ଶୀଘ୍ର ଖରାପ ହୋଇଯାଇ ପାରେ ।

କେହି କେହି ଫୋନକୁ ରାତିସାରା ଚାର୍ଜରେ ବସେଇ ଶୋଇ ପଡନ୍ତି ତ କିଏ ବ୍ଯାଟେରୀ ଜିରୋ ନହେଲା ଯାଏଁ ଫୋନ ଚାର୍ଜରେ ବସାନ୍ତି ନାହିଁ । ତେବେ ଫୋନ ଚାର୍ଜ କରିବାର ସଠିକ ନିୟମ କଣ ? ଫୋନ କେତେବେଳେ ଚାର୍ଜ କରିବା ଉଚିତ ଓ କେତେବେଳେ ଉଚିତ ନୁହେଁ ଏନେଇ କିଛି ଟିପ୍ସ ଆଣନ୍ତୁ ଜାଣିବା । ମନେରଖନ୍ତୁ ଫୋନ ବ୍ଯାଟେରୀ କେବେ ଜିରୋ ହେବାକୁ ଦିଅନ୍ତିନି । ଫୋନ ଅଧିକ ଦିନ ଚଳାଇବାକୁ ଚାହୁଁଥିଲେ କେବେ ହେଲେ ଫୋନ ବ୍ଯାଟେରୀ ଜିରୋ ହେବାକୁ ଦିଅନ୍ତୁନି ।

ଫୋନ ବ୍ଯାଟେରୀ ଲିଥିୟମ ଆୟୋନରେ ତିଆରି ହୋଇଥାଏ । ବ୍ଯାଟେରୀର ଚାର୍ଜ ଏକଦମ ଖାଲି କରିଦେଲେ ଏହା ଯୋଗୁଁ ବ୍ଯାଟେରୀ ଶୀଘ୍ର ଖରାପ ହୋଇଯାଏ । ତେଣୁ ଆପଣ ଭାବୁଥିବେ ବ୍ଯାଟେରୀକୁ କେତେ ପ୍ରତିଶତ ଚାର୍ଜ କରିବା ଦରକାର । ଆପଣଙ୍କ ଫୋନ ବ୍ଯାଟେରୀ ସବୁବେଳେ 40 ରୁ 80 ପ୍ରତିଶତ ଚାର୍ଜ ରହିବା ଆବଶ୍ୟକ ।

ଏହାସହ ବ୍ଯାଟେରୀକୁ କେବେ ହେଲେ 100 ପ୍ରତିଶତ ଚାର୍ଜ କରନ୍ତୁ ନାହିଁ । ଏପରି କଲେ ମଧ୍ୟ ବ୍ଯାଟେରୀ ଶୀଘ୍ର ଖରାପ ହୋଇପାରେ । ତେଣୁ ବ୍ଯାଟେରୀକୁ କେବେ ହେଲେ 80% ରୁ ଅଧିକ ଚାର୍ଜ କରିବା ଉଚିତ ନୁହେଁ । ଫୋନ ଚାର୍ଜ କରିବା ବେଳେ ଫୋନକୁ ଏକ ଷ୍ଟାଣ୍ଡରେ ରଖି ଚାର୍ଜ କରନ୍ତୁ । କାରଣ ଫୋନକୁ ସିଧା ରଖି ଚାର୍ଜ କରିବା ଆବଶ୍ୟକ । ହେଲେ ବାରମ୍ବାର ଫୋନକୁ ଚାର୍ଜ କରନ୍ତୁ ନାହିଁ ।

ଆପଣଙ୍କ ବ୍ଯାଟେରୀ 5 ରୁ 10 ପ୍ରତିଶତ କମିଗଲେ ପୁଣି ଯଦି ଚାର୍ଜରେ ଲଗାଉଛନ୍ତି ତେବେ ଏଭଳି ଅଭ୍ଯାସ ମଧ୍ୟ ଆପଣଙ୍କ ଫୋନକୁ ଶୀଘ୍ର କରିଦେବ । ବ୍ଯାଟେରୀ 30 ରୁ 40 % କମ୍ ହେଲେ ଯାଇ ଆପଣ ନିଜ ଫୋନକୁ ଚାର୍ଜ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।