ଶହ ଶହ ବର୍ଷର ବ୍ରିଜ ଠିଆ ହୋଇଥିବା ବେଳେ ହଠାତ କେମିତି ବୁଢା ହୋଇଗଲା ଧବଳେଶ୍ଵର ଝୁଲାପୋଲ ? ଜୁଆନ ବ୍ରିଜକୁ ନେଇ ପ୍ରଶାସନ କାହିଁକି ଏତେ ଚିନ୍ତିତ ?

ଗୁଜୁରାଟର ବରୁଜରେ ଥିବା ଗୋଲ୍ଡେନ ବ୍ରିଜ 1881 ମସିହାରେ ନିର୍ମିତ ହୋଇଥିଲା । କଲିକତାରେ ଅବସ୍ଥିତ ହାଓଡା ବ୍ରିଜ ନିର୍ମିତ ହୋଇଥିଲା 1905 ମସିହାରେ । ସେହିପରି ଉତ୍ତରପ୍ରଦେଶର ଗୋମତୀ ନଦୀ ଉପରେ ଥିବା ସାହି ବ୍ରିଜ 1576 ମସିହାରେ ନିର୍ମାଣ ହୋଇଥିବା ବେଳେ କର୍ଣ୍ଣାଟକର କାବେନୀ ବ୍ରିଜ 1730 ରୁ 2007 ପର୍ଯ୍ୟନ୍ତ ସେବା ଯୋଗାଇଛି । କେବଳ ଏତିକି ନୁହେଁ ବରଂ ହିମାଚଳ ପ୍ରଦେଶର ମଣ୍ଡିରେ ଥିବା ଭିକ୍ଟୋରିଆ ବ୍ରିଜ 1877 ରେ ନିର୍ମାଣ ହୋଇଥିଲା ।

କେରଳର କୋଲ୍ଲମ ଜିଲ୍ଲାରେ ଅବସ୍ଥିତ ପୁନାଲୋର ସସପେନସନ ବ୍ରିଜ 1877 ରେ ନିର୍ମାଣ ହୋଇଥିଲା । ତେବେ ସମୟ ସମୟରେ ଏହି ବ୍ରିଜ ଗୁଡିକର ମରାମତି ହୋଇଛନ୍ତି ଏବଂ ନବକଳେବର ମଧ୍ୟ ହୋଇଛି । ତେବେ ଏଥିମଧ୍ୟରୁ କୌଣସି ବ୍ରିଜ ଭାଙ୍ଗିବା ଭଳି ପରିସ୍ଥିତି ଆସିନାହିଁ । ଏହା ପୂର୍ବରୁ ହିଁ ଆବଶ୍ୟକତା ପଡିବା ମାତ୍ରେ ଏହି ବ୍ରିଜ ଗୁଡିକୁ ମରାମତି କରାଯାଇଛି । ହେଲେ 2006 ମସିହାରେ ନିର୍ମିତ ହୋଇଥିବା ଧବଳେଶ୍ଵର ଝୁଲାପୋଲକୁ ନେଇ ପ୍ରଶାସନ କାହିଁକି ଏତେ ସନ୍ଦେହ କରୁଛି ।

ତେବେ ଚିନ୍ତା କରନ୍ତୁ ଏହି ବ୍ରିଜଟି କେମିତି ନିର୍ମାଣ କରା ଯାଇଥିବ ! ବର୍ଷ ବର୍ଷ ଧରି ଏହି ବ୍ରିଜ କଥା କାହାରି ମନେ ପଡୁ ନଥିଲା । ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କର ଭିଡ ଜମୁଥିବା ବେଳେ ଶହ ଶହ ଲୋକଙ୍କ ଭାର ବହି ଚାଲିଥିଲା ବ୍ରିଜ । ହେଲେ ବି ବ୍ରିଜର ସ୍ଥିତି ଯାଞ୍ଚ କରିବା ଯାହାକୁ ଉଚିତ ମନେ ହେଉ ନଥିଲା ।

ଆଉ ଏବେ ଗୁଜୁରାଟର ମୋରବିରେ ଥିବା ଝୁଲାପୋଲ ଭାଙ୍ଗିବା ପରେ ମାତ୍ର 16 ବର୍ଷରେ ପାଦ ଥାପିଥିବା ଏହି ଯୁବା ବ୍ରିଜକୁ ବୁଢା ଭଳି କାହିଁକି ବ୍ୟବହାର କରୁଛି ପ୍ରଶାସନ ? ଯୁବା ଅବସ୍ଥାରେ ଥିବେବେଳେ ହିଁ ବୁଢା ହୋଇଯାଇନି ତ ଧବଳେଶ୍ଵରର ଝୁଲାପୋଲ ? ଗୁଜୁରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ଚେତାଇ ଦେଉଛି କିଏ ବ୍ରିଜ ଗୁଡିକର ମରାମତି ହେବା ଉଚିତ କିମ୍ବା ଦରକାର ପଡିଲେ ନବୀକରଣ ହେବା ଉଚିତ । ହେଲେ ପୂର୍ବରୁ ଏନେଇ କାହିଁକି କେହି ଚିନ୍ତା କରୁ ନଥିଲେ ?

ସବୁଠାରୁ ବଡ କଥା ହେଉଛି ଶହ ଶହ ବର୍ଷର ବ୍ରିଜର ଦୃଢତାର ସହ ଛିଡା ହୋଇ ରହିଥିବା ବେଳେ ଜୁଆଣ ବ୍ରିଜର ବଳ କାହିଁକି କମି କମି ଯାଉଛି ? ଏଥିପାଇଁ କାହାର ଏବଂ କେଉଁଠି ତ୍ରୁଟି ରହିଛି ? ତେବେ ଯାହା ହେଉ କୌଣସି ଅଘଟଣ ଗହଟିବା ପୂର୍ବରୁ ପ୍ରଶାସନ ସଜାଗ ହୋଇଛି ଏହା ହିଁ ବଡ କଥା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।