ଗରିବ ଓ ମଧ୍ୟବିତ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର, ଏଥର ଆପଣ ବି ଦିନକୁ ମାତ୍ର 2 ଟଙ୍କା ସଞ୍ଚୟ କଲେ ପାଇବେ 36 ହଜାର, ଜାଣନ୍ତୁ କିପରି ?

ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଭେଟିଦେଲେ ବଡ ଉପହାର । ଶ୍ରମିକ ମାନଙ୍କୁ ପେନସନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା । ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କ ପାଇଁ ଏହା ଏକ ଉତ୍ତମ ଯୋଜନା ବୋଲି କୁହାଯାଉଛି । ଏହି ଯୋଜନା ଅଧୀନରେ ରାସ୍ତାକଡର ବିକ୍ରେତା, ସାଧାରଣ ଶ୍ରମିକ, ରିକ୍ସା ଚାଳକ ଏବଂ ଅନ୍ୟ ଅସଂଗଠିତ କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ପେନସନ ସୁବିଧା ପ୍ରସ୍ତୁତ କରାଯାଇଛି ।

ଏହି ନୂଆ ପେନସନ ଯୋଜନା ମାଧ୍ୟମରେ ଶ୍ରମିକ ମାନଙ୍କୁ ପେନସନର ସୁବିଧା ଯୋଗାଇ ଦେବେ ସରକାର । ଏହି ଯୋଜନା ଅନୁଯାୟୀ ପ୍ରତିଦିନ ମାତ୍ର ଦୁଇ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ । ଏହି ପ୍ରଧାନମନ୍ତ୍ରୀ ମନଧନ ଯୋଜନା ଆରମ୍ଭ କରିବା ସମୟରେ ପ୍ରତି ମାସରେ ହିତାଧିକାରୀଙ୍କୁ ମାତ୍ର 55 ଟଙ୍କା ଜମା କରିବାକୁ ହେବ । 18 ରୁ 40 ବର୍ଷ ବୟସର ବ୍ୟକ୍ତି ଏହି ଯୋଜନାର ଅଂଶୀ ହୋଇପାରିବେ ।

18 ବୟସରୁ ବ୍ୟକ୍ତି ହିତାଧିକାରୀ ଦିନକୁ 2 ଟଙ୍କା ସଞ୍ଚୟ କରିବେ ଏବଂ 60 ବର୍ଷ ବୟସରେ ତାଙ୍କୁ 36 ହଜାର ଟଙ୍କାର ବାର୍ଷିକ ପେନସନ ମିଳିବ । ଯଦି କେହି ବ୍ୟକ୍ତି 40 ବର୍ଷ ବୟସରେ ଏହି ଯୋଜନା ଆରମ୍ଭ କରନ୍ତି ତେବେ ତାଙ୍କୁ ପ୍ରତିମାସରେ 200 ଟଙ୍କା ଜମା କରିବାକୁ ପଡିବ ଏବଂ 60 ବର୍ଷ ବୟସରେ ପେନସନ ଉପଲବ୍ଧ ହେବ ।

ଅର୍ଥାତ 60 ବର୍ଷ ପରେ ବ୍ୟକ୍ତି ମାସକୁ ତିନି ହଜାର ଟଙ୍କା ଲେଖାଏଁ ବର୍ଷକୁ 36 ହଜାର ଟଙ୍କା ପେନସନ ଆକାରରରେ ପାଇବେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ସାଧାରଣ ସେବା କେନ୍ଦ୍ର (CSC) ରେ ଯାଇ ପଞ୍ଜୀକରଣ କରିବାକୁ ହେବ । ତେଣୁ ଶ୍ରମିକମାନେ ନିକଟସ୍ଥ କମନ୍ ସର୍ଭିସ ସେଣ୍ଟରକୁ ଯାଇ ନିଜର ଧନଜନ ଯୋଜନାର ବ୍ଯାଙ୍କ ଆକାଉଣ୍ଟ ବା ପାସବୁକ୍ ଦେଇ ନିଜକୁ ପଞ୍ଜୀକୃତ କରିପାରିବେ । ଏହି ଯୋଜନା ପାଇଁ ସରକାର ଏକ ଵେ ପୋର୍ଟାଲ ତିଆରି କରିଛନ୍ତି ।

ପଞ୍ଜୀକରଣ ସମୟରେ ଧନଜନ ବ୍ଯାଙ୍କ ଆକାଉଣ୍ଟ ସହ ଆପଣଙ୍କୁ ଆଧାରକାର୍ଡ ଏବଂ ମୋବାଇଲ ନମ୍ବର ମଧ୍ୟ ଦେବାକୁ ହେବ । ଏଥିସହ ବ୍ଯାଙ୍କ ଶାଖାରେ ଏକ ସମ୍ମତି ପତ୍ର ମଧ୍ୟ ଦେବାକୁ ପଡିବ । ଫଳରେ ମାସକୁ ମାସ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟରୁ ଟଙ୍କା କଟା ଯାଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।