“ଆମେ ଆଉ ଝିଅ ହୋଇ ରହିବୁନି ଆମେ ବେଶ୍ୟା ହୋଇଯିବୁ…” ବିବାହ ପୂର୍ବରୁ ଗର୍ଭବତୀ ହେବା ମାମଲାକୁ ନେଇ ଏମିତି କହିଲେ ଏହି ଯୁବତୀ, ଦେଖନ୍ତୁ video

ନିକଟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବଲିଉଡର ବିଗ-ବି ଙ୍କ ପତ୍ନୀ ଜୟା ବଚ୍ଚନ । ଖାଲି ଚର୍ଚ୍ଚା ନୁହେଁ ବରଂ ତାଙ୍କର ମନ୍ତବ୍ୟ ପାଇଁ ତାଙ୍କୁ ଅନେକ ସ୍ଥାନରେ ସମାଲୋଚନା ମଧ୍ୟ କରାଯାଉଛି । ଜାୟା ବଚ୍ଚନ ନିଜ ନାତୁଣୀ ସହ ଏକ ସାକ୍ଷାତକାର ଦେଉଥିବା ସମୟରେ କହିଥିଲେ କି, ଲିଭ ଇନ ରିଲେସନସିପରେ ଥିବାବେଳେ ଝିଅ ଗର୍ଭବତୀ ହେବାରେ କିଛି ଅସୁବିଧା ନାହିଁ । ଗର୍ଭପାତ କରିବା ନେଇ ମଧ୍ୟ କୌଣସି ସମସ୍ଯା ନଥିବା ସେ କହିଥିଲେ ।

ତେବେ ଅନେକ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ଜୟା ବଚ୍ଚନଙ୍କ ଏଭଳି ଉକ୍ତିକୁ ନାପସନ୍ଦ କରିଛନ୍ତି । ସେହିଭଳି ଜଣେ ଓଡିଆ ଯୁବତୀ ଏହା ଉପରେ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି । ଯାହାକୁ ସାଧାରଣରେ ବେଶ ସ୍ଵାଗତଯୋଗ୍ୟ କରାଯାଉଛି । ସେ କହିଛନ୍ତି କି, ଜୟା ବଚ୍ଚନ ଏଭଳି ଉକ୍ତି ଦେବା ଅପୂର୍ବରୁ ଚିନ୍ତା କରିବା କଥା କି ସେ କେଉଁ ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି । ପ୍ରଥମେ ସେ ଜଣେ ନାରୀ, ତା’ପରେ ଅଭିନେତ୍ରୀ ଏବଂ ତା’ପରେ ଜଣେ ରାଜନେତ୍ରୀ ବା ଲୋକ ପ୍ରତିନିଧି ।

ତାଙ୍କ ସ୍ଵାମୀ ଅମିତାଭ ବଚ୍ଚନ ମଧ୍ୟ ଦେଶର ଜଣେ ବରିଷ୍ଠ ଓ ସମ୍ମାନୀୟ ଅଭିନେତା ଯିଏକି ଦାଦାସାହେବ ଫାଲକେ ଭଳି ସମ୍ମାନ ମଧ୍ୟ ପାଇଛନ୍ତି । ଜଣେ ସମ୍ଭ୍ରାନ୍ତ ପରିବାରର ସଦସ୍ୟ ହୋଇ ଜୟାଙ୍କ ମୁହଁରେ ଏଭଳି କଥା ଶୋଭା ପାଉନାହିଁ । ସେ ନିଜ ନାତୁଣୀ ସମେତ ଭାରତର ସମସ୍ତ ଯୁବା ଝିଅଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଆମ ସନାତନ ଧର୍ମ ବିରୋଧ କରେ ।

ସେମାନେ ଅଧିକାଂଶ ସମୟ ବାହାରେ ରହୁଛନ୍ତି ତେଣୁ ପାଶ୍ଚାତ୍ୟ ସଂସ୍କୃତି ତାଙ୍କ ଭିତରେ ପଶି ସାରିଲାଣି । କିନ୍ତୁ ଆମେ ଏବେବି ଆମ ସଂସ୍କୃତିକୁ ଆମେ ଭୁଲିନାହୁଁ । ତାଙ୍କ ପକାହରେ ସିନା ଟଙ୍କା ଅଛି ବୋଲି ସେ ଏଭଳି କହିଦେଲେ । କିନ୍ତୁ ଓଡିଶାରେ ତପସ୍ଵିନୀ ଓ ଦୀପିକା ଭଳି ଯୁବତୀ ବିବାହ ପୂର୍ବରୁ ଲିଭ ଇନରେ ରହି କେମିତି ପରିସ୍ଥିତି ଦେଇ ଗତି କରୁଛନ୍ତି ତା’ର ଫଳାଫଳ ସମସ୍ତଙ୍କ ସାମ୍ନାରେ ।

ଆଜିକାଲି ଏହି ବିଷୟ ସବୁଆଡେ ଚାଲିବାରେ ଲାଗିଲାଣି, ଯାହାକି ଆମ ସମାଜରେ କୁପ୍ରଭାବ ପକାଉଛି । ଯାହାକି ମାନସିକ ସ୍ଥିତି ସହ ଝିଅମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ଉପେର ମଧ୍ୟ ପ୍ରଭାବ ପକାଇଥାଏ । ଆଜିର ସମାଜରେ ଗୋଟିଏ ପିଲାକୁ ବାପାର ପରିଚୟ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି କଷ୍ଟ ମଧ୍ୟ ।

ଏମିତି ହେଲେ ଝିଅମାନେ ଆଉ ଝିଅ ହୋଇ ରହିବେନି ବେଶ୍ୟା ହୋଇଯିବେ । ତେଣୁ ଜୟା ବଚ୍ଚନ ସମସ୍ତ ଝିଅ ଓ ସମସ୍ତ ପରିବାର ତଥା ସମଗ୍ର ଭାରତବାସୀଙ୍କୁ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ତାଙ୍କରି ଭଳି ମାନସିକତାର ଲୋକଙ୍କ ପାଇଁ ଆଜି ସମାଜରେ ତପସ୍ଵିନୀ ଓ ଦୀପିକା ଭଳି ଝିଅମାନେ ହଇରାଣ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।