Weather Alert: ଆସନ୍ତା ସପ୍ତାହରେ ଆସିବାକୁ ଯାଉଛି ବାତ୍ୟା ! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଦେଖନ୍ତୁ କଣ କହିଲେ ପାଣିପାଗ ବିଜ୍ଞାନୀ…

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ । ଏନେଇ ପୂର୍ବାନୁମାନ କରିଛି ୱିଣ୍ଡିର ଆମେରିକାନ GFS ମଡେଲ । ଆସନ୍ତା ସପ୍ତାହରେ ଏକ ସାମୁଦ୍ରିକ ଝଡ ବା ବାତ୍ୟା ସୃଷ୍ଟି ହେବାର ଆକଳନ କରିଛି । ଅନ୍ୟପଟେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆମେରିକୀୟ ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସ ଆକଳନ କରିଛନ୍ତି । ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଏନେଇ ପାଗ ଅନୁକୂଳ ରହିଛି ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

କିନ୍ତୁ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ଟ୍ରାକ୍ ଓ ତୀବ୍ରତାକୁ ନେଇ ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସ କୌଣସି ପୂର୍ବାନୁମାନ କରିନାହାନ୍ତି । ସେହିପରି ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କିମ୍ବା ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ କରିନାହିଁ କିମ୍ବା ସୂଚନା ଦେଇନାହିଁ ।

ତେବେ ଜେସନ ନିକୋଲ୍ସ ଓ ୱିଣ୍ଡି କରିଥିବା ପୂର୍ବନୁମାନ ଅନୁଯାୟୀ ଆସନ୍ତା ନଭେମ୍ବର ୮ କିମ୍ବା ୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ତତସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଆଉ ଏହି ଲଘୁଚାପ ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନୀଭୂତ ହେବ । ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଯାହା ଲାଗୁଛି ଉକ୍ତ ଘୂର୍ଣ୍ଣିବଳୟଟି ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହୋଇପାରେ ।

ଯଦି ଏପରି ହୁଏ ତେବେ ଆସନ୍ତା ନଭେମ୍ବର ୧୧ ତାରିଖରୁ ନେଇ ୧୪ ତାରିଖ ମଧ୍ୟରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ସାଉଥ ଆନ୍ଧ୍ରା ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରେଇବାର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପାଇଁ ପାଗ ଅତ୍ୟନ୍ତ ଅନୁକୂଳ ରହିଛି । ସେଥିପାଇଁ ୱିଣ୍ଡି ମଡେଲର ଆକଳନ କିମ୍ବା ଆମେରିକୀୟ ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସଙ୍କ ପୂର୍ବାନୁମାନକୁ ଅଣଦେଖା କରି ହେବନାହିଁ ।

ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯେହେତୁ ସମ୍ଭାବନା ରହିଛି ତେଣୁ ଏହା ଲଘୁଚାପରେ ପରିଣତ ହୋଇପାରେ ଏବଂ ଏହାପରେ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ମଧ୍ୟ ନେଇପାରେ । ତେବେ ଆଗକୁ ଏନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେବାପରେ ହିଁ ସଠିକ ତଥ୍ୟ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।