“ଏଇ ଘଟଣା ହେଲା ଦିନରୁ ମୁଁ ଅଧିକ ପ୍ରୋଗ୍ରାମ କରୁଛି ଆଉ ଅଧିକ ପ୍ରାଇସରେ ଯାଉଛି…” ଜୋତା ମାରିଥିବା ମହିଳାଙ୍କୁ ଛାଡିବେନି କହିଲେ Rani Priyadarshini, ଦେଖନ୍ତୁ video

ଯାତ୍ରା ମଞ୍ଚ ଉପରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁଙ୍କ ଉପରକୁ ଜୋତା ମାଡ ଘଟଣା ଥମିବାର ନାଁ ନେଉନି । ମଞ୍ଚ ଉପରେ ଅଶ୍ଳୀଳ ନୃତ୍ୟ କରୁଥିବା ଅଭିଯୋଗରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଉପରକୁ ଜଣେ ମହିଳା ଦର୍ଶକ ଜୋତା ମାଡ କରିଥିଲେ । କେବଳ ଏତିକି ନୁହେଁ ବରଂ ମଞ୍ଚ ଉପରକୁ ଚଢି ଯାଇ ପ୍ରତିବାଦ ଜଣାଇଥିଲେ । ଫଳରେ ବେଶ କିଛି ସମୟ ଧରି ଯାତ୍ରା ପ୍ରୋଗ୍ରାମ ସ୍ଥଗିତ ରହିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ରାନୀ ପ୍ରିୟଦର୍ଶିନୀ ମଧ୍ୟ ନିଜ ପକ୍ଷ ରଖିଥିଲେ ।

ଆଉ ଏବେ ପୁଣି ଥରେ ସମ୍ପୃକ୍ତ ଘଟଣାକୁ ନେଇ ପ୍ରତିକ୍ରିୟା ଜଣାଇଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ । ରାନୀ ପ୍ରିୟଦର୍ଶିନୀ କହିଛନ୍ତି କି, ସେ ସୀମାରେଖା ମଧ୍ୟରେ ରହି ଆଇଟମ ଡ୍ୟାନ୍ସ କରୁଥିଲେ । ସେ ସଂପୂର୍ଣ୍ଣ ଡ୍ରେସ ମଧ୍ୟ ପିନ୍ଧିଥିଲେ । ଜଣେ ଆଇଟମ ଡ୍ୟାନ୍ସର ଯେପରି ବସ୍ତ୍ର ପିନ୍ଧିବା ଉଚିତ ସେହିପରି ବସ୍ତ୍ର ସେ ପିନ୍ଧିଥିଲେ । କେବଳ ସେତିକି ନୁହେଁ ବରଂ ବେଶ ଶାଳୀନତାର ସହ ଡ୍ୟାନ୍ସ ବି କରୁଥିଲେ । ସେ କେବଳ ଜଣେ କଳାକାର ବା ଅଭିନେତ୍ରୀ ନୁହନ୍ତି ବରଂ ଜଣେ ସୋସିଆଲ ୱାର୍କର ମଧ୍ୟ ଅଟନ୍ତି ।

ତାଙ୍କ ଭଳି ଜଣେ ସମାଜସେବୀଙ୍କୁ ଅପମାନ କରି ମହିଳାଜଣକ ଏକଦମ ଭୁଲ କରିଛନ୍ତି । ଆଉ ରାନୀ ବର୍ତ୍ତମାନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । କାର୍ଯ୍ୟରୁ ସମୟ ପାଇଲେ ସେ ନିଶ୍ଚିତ ଭାବେ ଉକ୍ତ ମହିଳାଙ୍କ ନାଁରେ ଥାନାରେ ଅଭିଯୋଗ କରିବେ ଏବଂ ତାଙ୍କୁ ଉଚିତ ଶିକ୍ଷା ଦେବେ ବୋଲି କହିଛନ୍ତି ରାନୀ । ତେବେ ଏହି ଘଟଣା ରାନୀଙ୍କ କାର୍ଯ୍ୟ ଉପରେ କୌଣସି କୁପ୍ରଭାବ ପକାଇ ନଥିବା ରାନୀ କହିଛନ୍ତି ।

ଏନେଇ ସେ ବହୁତ ଖୁସି ଅଛନ୍ତି ଯେ ଓଡିଶାରେ ନ ଚିହ୍ନିବା ଲୋକ ବି ତାଙ୍କୁ ଚିହ୍ନିପାରିଲେ ଓ ତାଙ୍କର ଲୋକପ୍ରିୟତା ଆହୁରି ବଢିଗଲା । ଏହି ଘଟଣା ପରଠାରୁ ତାଙ୍କୁ ଆହୁରି ଅଧିକ ପ୍ରୋଗ୍ରାମ ମିଳୁଛି ଏବଂ ଅଧିକ ପ୍ରାଇସ ମଧ୍ୟ ମିଳୁଛି । ତେଣୁ ସେ ବହୁତ ଖୁସି ଅଛନ୍ତି । ଆଉ ଯଦି ଏଭଳି ଆଇଟମ ଡ୍ୟାନ୍ସ ଲୋକଙ୍କୁ ପସନ୍ଦ ହେଉନି ତେବେ ତାଙ୍କୁ କେବଳ କାହିଁକି କୁହାଯାଉଛି ।

ପୁରା ସମାଜରେ ଲୋକଙ୍କ ମାନସିକତା ଏବଂ ପସନ୍ଦ ବଦଳିବାକୁ ପଡିବ । ଅନ୍ୟ ସମସ୍ତ ବାର୍ ଓ ଯାତ୍ରାରେ ମଧ୍ୟ ଆଇଟମ ଗୀତକୁ ହଟେଇବାକୁ ପଡିବ । ସବୁ କ୍ଷେତ୍ରରେ ଆଇଟମ ଡ୍ୟାନ୍ସକୁ ବନ୍ଦ କରାଯାଉ ତେବେ ଯାଇ ତାଙ୍କୁ ବି କେହି ଏମିତି ଡ୍ୟାନ୍ସ କରିବାକୁ କହିବେନି ବୋଲି କହିଛନ୍ତି ରାନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।