ପୋଖରୀରେ ଗାଧୋଉଥିବାର ନଜରରେ ଆସିଲେ କରିନା କପୁର, ଭାଇରାଲ ହେଲା ବେବୋଙ୍କ ଫୋଟୋ, ଜାଣନ୍ତୁ କଣ ରହିଛି ଏହା ପଛର ସତ

ବଲୀଉଡର ବେବୋ କୁହାଯାଉଥିବା କରିନା କପୁର ବର୍ତ୍ତମାନ ସମୟରେ ନିଜ ପରିବାର ସହ ଲଣ୍ଡନରେ ଛୁଟି ପାଳନ କରୁଛନ୍ତି । କହିବାକୁ ଗଲେ ଏହି ସମୟରେ କରିନା କପୁରଙ୍କର ପୋଖରୀରେ ସ୍ନାନ କରୁଥିବାର ଏକ ଫଟୋ ଭାଇରାଲ ହେଉଛି । ଯାହାକି ତାଙ୍କର ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସୁଛି । ଏହି ଫଟୋରେ କରିନା କପୁରଙ୍କ ସହିତ ସୈଫ ଅଲୀ ଖାନ ନୁହେଁ ଅନ୍ୟ ଏକ ବ୍ୟକ୍ତି ନଜର ଆସୁଛନ୍ତି ।

ବଲୀଉଡର ଅଭିନେତ୍ରୀ କରିନା କପୁର ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚାରେ ଆସି ଯାଆନ୍ତି । ବର୍ତ୍ତମାନ ସେ ନିଜର ଫଟୋକୁ ନେଇ ଚର୍ଚାରେ ଅଛନ୍ତି । ଏହି ଫଟୋରେ କରିନାଙ୍କ ସହିତ କେତେକ ଲୋକ ନଜର ଆସୁଛନ୍ତି । ଫଟୋ ସାମନାକୁ ଆସିଲା ପରେ ଲୋକମାନଙ୍କର କହିବା ଅଟେ କି ଏହି ଫଟୋ ଲଣ୍ଡନର ଅଟେ, ଯେଉଁଠି ସେ ନିଜର ଛୁଟି ବିତାଉଛନ୍ତି । କିନ୍ତୁ ଏହି ଫଟୋର ସତ୍ୟତା କିଛି ଅଲଗା ହିଁ ଅଟେ ।

ପୋଖରୀରେ ସ୍ନାନ କରୁଥିବାର ଫଟୋ ଭାଇରାଲ ହେଲା କରିନାଙ୍କର

ସୋସିୟାଲ ମିଡିୟାରେ ବର୍ତ୍ତମାନ ସମୟରେ କରିନା କପୁରଙ୍କର ପୋଖରୀରେ ସ୍ନାନ କରୁଥିବାର ଫଟୋ ବହୁତ ଭାଇରାଲ ହେଉଛି । ଯେଉଁଠି ତାଙ୍କ ଆଖପାଖରେ ତାଙ୍କର ଟିମ ନଜର ଆସୁଛନ୍ତି । ଏହି ଫଟୋକୁ ଦେଖିଲେ ଲାଗୁଛି କି ଏହା ଲଣ୍ଡନର ଅଟେ, କିନ୍ତୁ ମିଡିୟା ରିପୋର୍ଟସ ଅନୁସାରେ ଏହା ଏକ ଶୁଟିଙ୍ଗ ସେଟ ଅଟେ । ଫଟୋରେ ସେ ସାବୁନ ଲଗାଉ ଥିବାର ନଜର ଆସୁଛନ୍ତି ।

କେଉଁ ଜିନିଷର ଶୁଟିଙ୍ଗ କରୁଛନ୍ତି କରିନା କପୁର ?

କରିନା କପୁରଙ୍କର ଏହି ଫଟୋ ସାମନାକୁ ଆସିବା ମାତ୍ରେ ହିଁ ଲୋକମାନଙ୍କର ପ୍ରଶ୍ନ ଉଠୁଛି କି ଏହା କେଉଁ ଜିନିଷର ଶୁଟିଙ୍ଗ ଚାଲିଛି ? କହିବାକୁ ଗଲେ କରିନା କପୁର ଏକ ସାବୁନର ବିଜ୍ଞାପନ ପାଇଁ ଏହି ଶୁଟିଙ୍ଗ କରୁଛନ୍ତି । ଯେଉଁଥିରେ ସେ ପୋଖରୀରେ ସାବୁନ ଲଗାଇ ସ୍ନାନ କରୁଛନ୍ତି । ଏହା ଛଡା ଏହି ଫଟୋରେ ତାଙ୍କର ଟିମ ଓ କ୍ୟାମେରା ମ୍ୟାନ ବି ଅଛନ୍ତି । ଏହି ବିଜ୍ଞାପନ ଜଲ୍ଦି ହିଁ ଅନ ଏୟାର ହେବ ।

ଲଣ୍ଡନରେ ଛୁଟି ପାଳନ କରୁଛନ୍ତି କରିନା କପୁର

କରିନା ବର୍ତ୍ତମାନ ନିଜର ପରିବାର ସହିତ ଲଣ୍ଡନରେ ମସ୍ତି କରୁଛନ୍ତି । ଯେଉଁଥିରେ ତାଙ୍କ ସହିତ ସ୍ଵାମୀ ସୈଫ ଅଲୀ ଖାନ ଓ ପୁଅ ତୈମୂରଙ୍କ ଛଡା କରିଶ୍ମା କପୁର ବି ଅଛନ୍ତି । ଏହା ସହିତ କରିନା କପୁରଙ୍କର ମା ବି ତାଙ୍କ ସହିତ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।