ଇରାକର ପାହାଡରେ ମିଳିଲା ଭଗବାନ ରାମଙ୍କର ଚିହ୍ନ, ଏହି ଫଟୋ ସବୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଭାରତ ଦେଶରେ ଭଗବାନ ରାମଙ୍କର ପୂଜା ଅର୍ଚନା କରାଯାଏ । ଭଗବାନ ରାମଙ୍କୁ ନେଇ ଭାରତରେ ବହୁତ ଆସ୍ଥା ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଇରାକରୁ ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସୁଛି । ଇରାକରେ ଭଗବାନ ରାମଙ୍କର ଅସ୍ତିତ୍ଵକୁ ନେଇ ବଡ ବୟାନ ଦିଅ ଯାଉଛି, ଯାହାକୁ ଅଯୋଧ୍ୟା ରିସର୍ଚ ସଂସ୍ଥା ତରଫରୁ କରାଯାଇଛି । ଏହି ବୟାନ ଉପରେ ଇତିହାସକାରୀମାନେ ଓ ରିସର୍ଚ ସଂସ୍ଥା ମଧ୍ୟରେ ମତଭେଦ ଆରମ୍ଭ ହୋଇ ଯାଇଛି । ବୟାନ ଅନୁସାରେ, ଇରାକରେ ଭଗବାନ ରାମଙ୍କର ଅସ୍ତିତ୍ଵ ସହ ଜଡିତ କିଛି ପ୍ରମାଣ ମିଳୁଛି, ଯାହାକୁ ଇତିହାସକାରମାନେ ମନା କରୁଛନ୍ତି ।

ଦୁଇ ଜଣ ପକ୍ଷ ନିଜର କଥାକୁ ପ୍ରମାଣିତ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରମାଣ ଦେଉଛନ୍ତି । କିନ୍ତୁ ଏହା ମଧ୍ୟରେ ଇରାକରୁ କିଛି ଫଟୋ ସାମନାକୁ ଆସୁଛି । ଏହି ଫଟୋରରେ ପ୍ରସ୍ତୁତ ଆକାରକୁ ରାମ ଓ ହନୁମାନଙ୍କର ସଂଜ୍ଞା ଦିଆଯାଉଛି । କହିବାକୁ ଗଲେ ଏହା କେତେ ସତ କିମ୍ବା ମିଛ, ଏହା ଉପରେ କିଛି ବି କହିବା କଷ୍ଟ ଅଟେ । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ମତଭେଦ ଆରମ୍ଭ ହୋଇଯାଇଛି ।

ଇରାକରୁ ମିଳିଲା ଭଗବାନ ରାମଙ୍କର ଅସ୍ତିତ୍ଵର ପ୍ରମାଣ

ଇରାକରେ ଭଗବାନ ରାମଙ୍କୁ ନେଇ ହୋଇଥିବା ମତଭେଦର ଜନ୍ମଦାତା ଏକ ଭାରତୀୟ ପ୍ରତିନିଧିମଣ୍ଡଲ ଅଟେ, ଯାହାଙ୍କୁ ଇରାକରେ ୨୦୦୦ ଇଶା ପୂର୍ବ ରାମଙ୍କର ଭିତ୍ତିଚିତ୍ର ଦରବଂଦ-ଈ-ବେଲୁଲା ଚଟାଣରେ ମିଳିଛି । କହିଦେଉଛୁ ଯେ ଏଥିରେ ଏକ ରାଜା ଦେଖାଯାଉଛନ୍ତି ଯାହାଙ୍କ ହାତରେ ଧନୁଷ ଅଛି ଓ ସେହି ଫଟୋରେ ବସିଥିବା ଚିତ୍ରକୁ ହନୁମାନ କୁହାଯାଉଛି ।

ଅଯୋଧ୍ୟା ରିସର୍ଚ ସଂସ୍ଥା ଦେଲେ ବଡ ବୟାନ

ଅଯୋଧ୍ୟା ରିସର୍ଚ ସଂସ୍ଥାର ନିର୍ଦେଶକ ଯୋଗେଂଦ୍ର ପ୍ରତାପ ସିଂହଙ୍କର କହିବା ଅଟେ କି ଏହି ଭିତ୍ତିଚିତ୍ର ଗୁଡିକ ଦେଖି ଲାଗୁଛି କି ଏହା ଭଗବାନ ରାମ ଓ ହନୁମାନ ଅଟନ୍ତି । ଯାହାକୁ କେହି ବି ଅସ୍ଵୀକାର କରି ପାରିବ ନାହିଁ । କିନ୍ତୁ ଏହି କଥାକୁ ଇତିହାସକାରମାନେ ସ୍ଵୀକାର କରୁ ନାହାନ୍ତି । କିନ୍ତୁ ରିସର୍ଚ ସଂସ୍ଥାର ଲୋକମାନେ ଏହି କଥାକୁ ସତ ବୋଲି କହୁଛନ୍ତି । ଯୋଗ୍ରେଂଦ୍ର ପ୍ରତାପଙ୍କର କହିବା ଅଟେ କି ସେମାନେ ରିସର୍ଚ କରିବା ପାଇଁ ଇରାକ ସରକାରଙ୍କ ଠାରୁ ଅନୁମତି ବି ମାଗିଛନ୍ତି ।

ଇତିହାସକାରୋମାନେ କରିଲେ ଅସ୍ଵୀକାର

ଅଯୋଧ୍ୟା ରିସର୍ଚ ସଂସ୍ଥାର କଥାକୁ ଖାରଜ କରି ଇରାକର ଇତିହାସକାରମାନଙ୍କର କହିବା ଅଟେ କି ଏହି ଭିତ୍ତିଚିତ୍ର ଭଗବାନ ରାମଙ୍କର ନୁହେଁ ଏହା ଇରାକର ପାହାଡୀ ଜନଜାତି ପ୍ରମୁଖ ଟାର୍ଡୁନୀଙ୍କର ଚିତ୍ର ଦର୍ଶାଉଛି । ଏହି ସମସ୍ତ ତଥ୍ୟ ଆଧାରରେ ଅଯୋଧ୍ୟା ରିସର୍ଚ ସଂସ୍ଥା ଓ ଇତିହାସକାରମାନଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଯାଇଛି । ଦୁଇଜଣ ହିଁ ନିଜର କଥାକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରମାଣକୁ ଖୋଜିବାର ଲାଗିଛନ୍ତି, ଯାହା ପରେ ହିଁ ଏହି କଥାର ସତ୍ୟତା ଜଣା ପଡିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।