ଶେଷରେ ତୁ ବି ଛାଡି ଚାଲିଗଲୁ ଧନ ! Aklant ଙ୍କ ଦେହାନ୍ତ ପରେ ବାହୁନି ବାହୁନି କାନ୍ଦୁଛନ୍ତି ଆଈ, ଦେଖନ୍ତୁ…

ରିକିରେ ମୋତେ ଛାଡିଗଲୁ ! ମୁଁ ରିକି ବୋଲି ଆଉ କାହାକୁ ଡାକିବି ? ଏମିତି କହି କହି ଗୁମୁରି କାନ୍ଦୁଛନ୍ତି ଅକ୍ଲାନ୍ତ ଦାସଙ୍କ ବୁଢୀ ଆଈ । ମାତ୍ର 26 ବର୍ଷ ବୟସରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲି ଯାଇଛନ୍ତି ଦିଗଜ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ । ପ୍ରଥମେ ମା’, ତାଙ୍କ ପରକୁ ବାପା ଆଉ ଏବେ ସାନ ପୁଅ ରିକି ବି ଆରପାରିର ଅତିଥି ହୋଇଗଲେ । ମେଡିକାଲରୁ ଭଲ ହୋଇ ଫେରିଲେ ଆଈ ପାଖରେ ରହିବେ ବୋଲି କହି ଯାଇଥିଲେ ରିକି ।

ହେଲେ ସେହି ପ୍ରତିଶ୍ରୁତିକୁ ଭାଙ୍ଗି ଚିରଦିନ ପାଇଁ ଛାଡି ଚାଲିଗଲେ । ଆଈ ହୋଇ ଭାବିଥିଲେ ରିକି ର ବାହାଘର କରି ଘରକୁ ବୋହୂ ଆଣିବେ ଓ ନାତି ନାତୁଣୀ ଦେଖିବେ । ସାନ ନାତି ଟୋକାକୁ ନେଇ ଏମିତି କେତେ କଣ ସ୍ଵପ୍ନ ଦେଖିଥିଲେ ଆଈ । ହେଲେ ସବୁଦିନ ପାଇଁ ବନ୍ଦ ହୋଇଗଲା ଅକ୍ଲାନ୍ତଙ୍କ ଆଈ ଡାକ । ବାପା ଗଲା ବେଳେ କହି ଯାଇଥିଲେ କି, ମୋ ପୁଅ ତୁମକୁ ଲାଗିଲା ବୋଲି ।

ହେଲେ ଶେଷରେ ରିକି ବି ସମସ୍ତଙ୍କୁ ପର କରି ବାପାଙ୍କ ପାଖକୁ ଚାଲିଗଲା । ଅଜା ବଞ୍ଚିଥିଲା ବେଳେ ରିକିକୁ ବହୁତ ଭଲ ପାଉଥିଲେ । ଅମ୍ଳାନ ଓ ଅକ୍ଲାନ୍ତ ଦୁଇ ଭାଇ ତାଙ୍କର ଦୁଇ ଆଖି ଭଳି ଥିଲେ । ଅଜା ଚାଲିଯିବା ପରେ ଆଈ ଏକା ହୋଇ ଯାଇଥିଲେ । ତେଣୁ ନାତି ଦୁଇଜଣ ତାଙ୍କର ସାହା ହେବେ ବୋଲି ଭାବିଥିଲେ ।

ହେଲେ ବାପା ଚାଲିଯିବା ପରେ ଅମ୍ଳାନ ଭାଙ୍ଗି ପଡିଥିଲେ ଏବଂ ରିକି ବି ବାପାକୁ ଝୁରି ଝୁରି ଶୁଖି ଯାଇଥିଲେ । ତେଣୁ ଆଇ ସବୁବେଳେ ବ୍ୟସ୍ତ ହୋଇ ରିକିକୁ ପଚାରୁଥିଲେ, ଧନରେ ତୋ ଦେହ ଠିକ ଅଛି ତ ? ରିକି ହସି ହସି କହୁଥିଲେ, ହଁ ଆଈ ଦେଖୁନୁ ମୁଁ ଏକଦମ ଫିଟ୍ ଅଛି ।

ହେଲେ ତାଙ୍କର ମିଛ ବେଶୀଦିନ ଲୁଚି ରହିପାରିଲା ନାହିଁ । ମା’ ଯିବା ପରେ ଅନେକ ସମୟ ଆଈଙ୍କ ପାଖେ ରହି ବିତାଉଥିଲେ ଅକ୍ଲାନ୍ତ । ହେଲେ ଝିଅ ଓ ଜ୍ଵାଇଁ ପରେ ଏବେ ସାନ ନାତିକୁ ବି ହରେଇ ବାହୁନି ବାହୁନି କାନ୍ଦୁଛନ୍ତି ଅକ୍ଲାନ୍ତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।